ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଶିଳ୍ପ ପ୍ରଦୂଷଣରେ ଆକ୍ରାନ୍ତ

କେନ୍ଦ୍ରାପଡ଼ା ଅଫିସ,୫ା୫: ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବା ବେଳେ ଅନ୍ୟ ୩ ପାର୍ଶ୍ୱରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତସିଂହପୁର, କଟକ, ଯାଜପୁର ଓ ଭଦ୍ରକ ଜିଲାର ଶିଳ୍ପରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ରାସାୟନିକ ପ୍ରଦୂଷଣ ଏହି ଜିଲାବାସୀଙ୍କୁ ଅତିଷ୍ଠ କରୁଛି। ଜିଲାର ୭ ନଦୀ ଓ ୨୭ ନାଳର ପାଣି ଏବେ ମିଠା ଜହର ପାଲଟିଛି। ପାନୀୟ ଜଳ ସମେତ ଜିଲାର ବାୟୁମଣ୍ଡଳ ଏବେ ପ୍ରଦୂଷଣରେ ଆକ୍ରାନ୍ତ ବୋଲି ବିଭିନ୍ନ ରିପୋର୍ଟରେ ଉଲ୍ଲେଖ ଅଛି। ଜନସାଧାରଣଙ୍କ ସହ ଜଙ୍ଗଲ, ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ଏଥିରେ ହନ୍ତସନ୍ତ ହେଉଛନ୍ତି। ପ୍ରଦୂଷଣକୁ ରୋକିବାକୁ ପ୍ରଶାସନିକ ଉଦ୍ୟମ ନାହିଁ। ଏହା ବିରୋଧରେ ଏନ୍‌ଜିଟି (ନ୍ୟାଶ୍‌ନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ମାମଲା ହେବ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି, ପଡ଼ୋଶୀ ଜଗତ୍‌ସିଂହପୁର ଜିଲାର ୧୬ଟି ବୃହତ ଶିଳ୍ପ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକକୁ ଲାଗିଛି। ଶିଳ୍ପାଞ୍ଚଳରେ ଆମୋନିଆ, ନାଇଟ୍ରୋଜେନ, ହାଇଡ୍ରୋଜେନ, ସଲଫର ଡାଇଅକ୍ସାଇଡ, କ୍ଲୋରିନ ପରି ମାରାତ୍ମକ ଗ୍ୟାସ ବ୍ୟବହାର ହେଉଛି। କଳକାରଖାନାରୁ ନିର୍ଗତ ମିଥାଇଲ ଆଇସୋସିଆନେଡ, କ୍ଲୋର ପ୍ରିକ୍ରିନ, କ୍ଲୋର ବେଞ୍ଜାଇକ ଆଦି ବର୍ଜ୍ୟ ରାସାୟନିକ ବସ୍ତୁକୁ ନିକଟସ୍ଥ ନଦୀନାଳକୁ ଛଡ଼ା ଯାଉଛି। ଏହି ଗ୍ୟାସ ଏବେ କେନ୍ଦ୍ରାପଡ଼ା ଜିଲାବାସୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ବିପଦ ସାଜିଛି। ବିଷାକ୍ତ ଗ୍ୟାସ ଫଳରେ ଚାଷ ଓ ଫସଲ ନଷ୍ଟ ହେଉଥିବା ବେଳେ ଚର୍ମରୋଗଠାରୁ ଆରମ୍ଭ କରି କ୍ୟାନସର ରୋଗର କାରଣ ସାଜିଛି। ଏ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପ୍ରଦୂଷଣ ରୋକିବାକୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏ ନେଇ ଏକ ମାମଲା ଏନ୍‌ଜିଟିରେ ହେବ ବୋଲି ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢୀ କହିଛନ୍ତି, ରାଜ୍ୟ ସରକାରଙ୍କ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ୨୦୧୧ରେ ଏହି ଜିଲାରେ ଏକ ସର୍ଭେ କରିଥିଲେ। ଭୂତଳ ଜଳକୁ ପରୀକ୍ଷା ପରେ ନାଇଟ୍ରେଟ, ଆଇରନ ଓ ଫ୍ଲୋରାଇଡ ଆବଶ୍ୟକତାଠାରୁ ବହୁ ପରିମାଣରେ ଜଳରେ ଥିବା ଜାଣିଥିଲେ। ୨୦୧୪ରେ ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବାୟୋଟେକ୍ନୋଲୋଜିର ପ୍ରଫେସର ବି.ସି. ବେହେରା, ଭୁବନେଶ୍ୱରସ୍ଥିତ ଏମ୍‌ଆଇଟିଏସ୍‌ ସ୍କୁଲ ଅଫ ବାୟୋଟେକ୍ନୋଲୋଜିର ପ୍ରଫେସର ଆର. ଆର. ମିଶ୍ର, ବାଙ୍ଗାଲୋରସ୍ଥିତ ଆଇଆରଏସ୍‌ର ପ୍ରଫେସର ଏସ୍‌. କେ. ଦତ୍ତା ପ୍ରମୁଖ ଏକ ରିପୋର୍ଟ କରିଛନ୍ତି। ଏଥିରେ ବାୟୁ ସହ ଜଳ ମାତ୍ରାଧିକ ପ୍ରଦୂଷଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ପଡୋଶୀ ୪ ଜିଲାର ଶିଳ୍ପକୁ ଦାୟୀ କରାଯାଇପାରେ। ବ୍ରାହ୍ମଣୀ ନଦୀରେ ତାଳଚେର ଜିଲାର ଶିଳ୍ପ ବର୍ଜ୍ୟବସ୍ତୁ ଛାଡୁଥିବା ବେଳେ ଏଥିରେ କଳିଙ୍ଗନଗର ଶିଳ୍ପ ସାମିଲ ହୋଇଛି। ସେହିପରି ମହାନଦୀର ଜଳକୁ କଟକ ଓ ଜଗତ୍‌ସିଂହପୁର ଜିଲାର ଶିଳ୍ପାଞ୍ଚଳ ନଷ୍ଟ କରୁଥିବା ବେଳେ ଧାମରା ବନ୍ଦର ମଧ୍ୟ ଏହି ଜିଲାର ପରିବେଶକୁ ନଷ୍ଟ କରୁଛି। ଏସବୁ ଶିଳ୍ପାଞ୍ଚଳ କେନ୍ଦ୍ରାପଡ଼ା ଜିଲାର ରାସ୍ତାକୁ ଉପଯୋଗ କରୁଥିବା ବେଳେ ରାସାୟନିକ ବିପର୍ଯ୍ୟୟ ପାଇଁ କୌଣସି ତପତ୍ରତା ନାହିଁ। ସେହିପରି ପଡ଼ୋଶୀ ଜିଲା କେନ୍ଦ୍ରାପଡ଼ାରେ ସିଏସ୍‌ଆର୍‌ ଫଣ୍ଡ ବିନିଯୋଗ କରୁ ନ ଥିବା ସେ ଅଭିଯୋଗ କରିଛନ୍ତି। ସାମାଜିକ କର୍ମୀ ସୁବାଶିଷ ଷଢଙ୍ଗୀ କହିଛନ୍ତି, ୨୦୨୧ରେ ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ ଦେଶର ୧୧୨ଟି ପ୍ରଦୂଷିତ ଅଞ୍ଚଳକୁ ଚିହ୍ନଟ କରିଛନ୍ତି। ଏଥିରେ ପାରାଦୀପ ବନ୍ଦର ୪୮ତମ ସ୍ଥାନରେ ଅଛି। ପ୍ରଦୂଷଣ ଯୋଗୁ ଜାତୀୟ ଉଦ୍ୟାନ ଭିତରକନିକାକୁ ବିଶ୍ୱ ଐତିହ୍ୟ ତାଲିକାରୁ ବାଦ ପଡିଛି। ଏପରିସ୍ଥିତି ଜାରି ରହିଲେ ଏହି ଅଭୟାରଣ୍ୟରେ ବହୁ ସାମୁଦ୍ରିକ ଓ ବନ୍ୟ ପ୍ରାଣୀ ନିଶ୍ଚିହ୍ନ ହେବା ସହ ତଟକ୍ଷୟ ଦ୍ରୁତଗତିରେ ହେବ। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବିଭାଗୀୟ ଅନୁଧ୍ୟାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ପରିବେଶ ବିଭାଗକୁ ଚିଠି ହୋଇଛି। ପ୍ରଦୂଷିତ କରୁଥିବା ପ୍ଲାଣ୍ଟଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଚିଠିରେ ଉଲ୍ଲେଖ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri