ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଶିଳ୍ପ ପ୍ରଦୂଷଣରେ ଆକ୍ରାନ୍ତ

କେନ୍ଦ୍ରାପଡ଼ା ଅଫିସ,୫ା୫: ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବା ବେଳେ ଅନ୍ୟ ୩ ପାର୍ଶ୍ୱରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତସିଂହପୁର, କଟକ, ଯାଜପୁର ଓ ଭଦ୍ରକ ଜିଲାର ଶିଳ୍ପରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ରାସାୟନିକ ପ୍ରଦୂଷଣ ଏହି ଜିଲାବାସୀଙ୍କୁ ଅତିଷ୍ଠ କରୁଛି। ଜିଲାର ୭ ନଦୀ ଓ ୨୭ ନାଳର ପାଣି ଏବେ ମିଠା ଜହର ପାଲଟିଛି। ପାନୀୟ ଜଳ ସମେତ ଜିଲାର ବାୟୁମଣ୍ଡଳ ଏବେ ପ୍ରଦୂଷଣରେ ଆକ୍ରାନ୍ତ ବୋଲି ବିଭିନ୍ନ ରିପୋର୍ଟରେ ଉଲ୍ଲେଖ ଅଛି। ଜନସାଧାରଣଙ୍କ ସହ ଜଙ୍ଗଲ, ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ଏଥିରେ ହନ୍ତସନ୍ତ ହେଉଛନ୍ତି। ପ୍ରଦୂଷଣକୁ ରୋକିବାକୁ ପ୍ରଶାସନିକ ଉଦ୍ୟମ ନାହିଁ। ଏହା ବିରୋଧରେ ଏନ୍‌ଜିଟି (ନ୍ୟାଶ୍‌ନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ମାମଲା ହେବ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି, ପଡ଼ୋଶୀ ଜଗତ୍‌ସିଂହପୁର ଜିଲାର ୧୬ଟି ବୃହତ ଶିଳ୍ପ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକକୁ ଲାଗିଛି। ଶିଳ୍ପାଞ୍ଚଳରେ ଆମୋନିଆ, ନାଇଟ୍ରୋଜେନ, ହାଇଡ୍ରୋଜେନ, ସଲଫର ଡାଇଅକ୍ସାଇଡ, କ୍ଲୋରିନ ପରି ମାରାତ୍ମକ ଗ୍ୟାସ ବ୍ୟବହାର ହେଉଛି। କଳକାରଖାନାରୁ ନିର୍ଗତ ମିଥାଇଲ ଆଇସୋସିଆନେଡ, କ୍ଲୋର ପ୍ରିକ୍ରିନ, କ୍ଲୋର ବେଞ୍ଜାଇକ ଆଦି ବର୍ଜ୍ୟ ରାସାୟନିକ ବସ୍ତୁକୁ ନିକଟସ୍ଥ ନଦୀନାଳକୁ ଛଡ଼ା ଯାଉଛି। ଏହି ଗ୍ୟାସ ଏବେ କେନ୍ଦ୍ରାପଡ଼ା ଜିଲାବାସୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ବିପଦ ସାଜିଛି। ବିଷାକ୍ତ ଗ୍ୟାସ ଫଳରେ ଚାଷ ଓ ଫସଲ ନଷ୍ଟ ହେଉଥିବା ବେଳେ ଚର୍ମରୋଗଠାରୁ ଆରମ୍ଭ କରି କ୍ୟାନସର ରୋଗର କାରଣ ସାଜିଛି। ଏ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପ୍ରଦୂଷଣ ରୋକିବାକୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏ ନେଇ ଏକ ମାମଲା ଏନ୍‌ଜିଟିରେ ହେବ ବୋଲି ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢୀ କହିଛନ୍ତି, ରାଜ୍ୟ ସରକାରଙ୍କ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ୨୦୧୧ରେ ଏହି ଜିଲାରେ ଏକ ସର୍ଭେ କରିଥିଲେ। ଭୂତଳ ଜଳକୁ ପରୀକ୍ଷା ପରେ ନାଇଟ୍ରେଟ, ଆଇରନ ଓ ଫ୍ଲୋରାଇଡ ଆବଶ୍ୟକତାଠାରୁ ବହୁ ପରିମାଣରେ ଜଳରେ ଥିବା ଜାଣିଥିଲେ। ୨୦୧୪ରେ ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବାୟୋଟେକ୍ନୋଲୋଜିର ପ୍ରଫେସର ବି.ସି. ବେହେରା, ଭୁବନେଶ୍ୱରସ୍ଥିତ ଏମ୍‌ଆଇଟିଏସ୍‌ ସ୍କୁଲ ଅଫ ବାୟୋଟେକ୍ନୋଲୋଜିର ପ୍ରଫେସର ଆର. ଆର. ମିଶ୍ର, ବାଙ୍ଗାଲୋରସ୍ଥିତ ଆଇଆରଏସ୍‌ର ପ୍ରଫେସର ଏସ୍‌. କେ. ଦତ୍ତା ପ୍ରମୁଖ ଏକ ରିପୋର୍ଟ କରିଛନ୍ତି। ଏଥିରେ ବାୟୁ ସହ ଜଳ ମାତ୍ରାଧିକ ପ୍ରଦୂଷଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ପଡୋଶୀ ୪ ଜିଲାର ଶିଳ୍ପକୁ ଦାୟୀ କରାଯାଇପାରେ। ବ୍ରାହ୍ମଣୀ ନଦୀରେ ତାଳଚେର ଜିଲାର ଶିଳ୍ପ ବର୍ଜ୍ୟବସ୍ତୁ ଛାଡୁଥିବା ବେଳେ ଏଥିରେ କଳିଙ୍ଗନଗର ଶିଳ୍ପ ସାମିଲ ହୋଇଛି। ସେହିପରି ମହାନଦୀର ଜଳକୁ କଟକ ଓ ଜଗତ୍‌ସିଂହପୁର ଜିଲାର ଶିଳ୍ପାଞ୍ଚଳ ନଷ୍ଟ କରୁଥିବା ବେଳେ ଧାମରା ବନ୍ଦର ମଧ୍ୟ ଏହି ଜିଲାର ପରିବେଶକୁ ନଷ୍ଟ କରୁଛି। ଏସବୁ ଶିଳ୍ପାଞ୍ଚଳ କେନ୍ଦ୍ରାପଡ଼ା ଜିଲାର ରାସ୍ତାକୁ ଉପଯୋଗ କରୁଥିବା ବେଳେ ରାସାୟନିକ ବିପର୍ଯ୍ୟୟ ପାଇଁ କୌଣସି ତପତ୍ରତା ନାହିଁ। ସେହିପରି ପଡ଼ୋଶୀ ଜିଲା କେନ୍ଦ୍ରାପଡ଼ାରେ ସିଏସ୍‌ଆର୍‌ ଫଣ୍ଡ ବିନିଯୋଗ କରୁ ନ ଥିବା ସେ ଅଭିଯୋଗ କରିଛନ୍ତି। ସାମାଜିକ କର୍ମୀ ସୁବାଶିଷ ଷଢଙ୍ଗୀ କହିଛନ୍ତି, ୨୦୨୧ରେ ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ ଦେଶର ୧୧୨ଟି ପ୍ରଦୂଷିତ ଅଞ୍ଚଳକୁ ଚିହ୍ନଟ କରିଛନ୍ତି। ଏଥିରେ ପାରାଦୀପ ବନ୍ଦର ୪୮ତମ ସ୍ଥାନରେ ଅଛି। ପ୍ରଦୂଷଣ ଯୋଗୁ ଜାତୀୟ ଉଦ୍ୟାନ ଭିତରକନିକାକୁ ବିଶ୍ୱ ଐତିହ୍ୟ ତାଲିକାରୁ ବାଦ ପଡିଛି। ଏପରିସ୍ଥିତି ଜାରି ରହିଲେ ଏହି ଅଭୟାରଣ୍ୟରେ ବହୁ ସାମୁଦ୍ରିକ ଓ ବନ୍ୟ ପ୍ରାଣୀ ନିଶ୍ଚିହ୍ନ ହେବା ସହ ତଟକ୍ଷୟ ଦ୍ରୁତଗତିରେ ହେବ। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବିଭାଗୀୟ ଅନୁଧ୍ୟାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ପରିବେଶ ବିଭାଗକୁ ଚିଠି ହୋଇଛି। ପ୍ରଦୂଷିତ କରୁଥିବା ପ୍ଲାଣ୍ଟଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଚିଠିରେ ଉଲ୍ଲେଖ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?