କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଯୋଜନା ବାଟବଣା

କେନ୍ଦ୍ରାପଡ଼ା, ୨୪ା୬ (ଜଗନ୍ନାଥ ଧଳ): କେନ୍ଦ୍ରଠାରୁ ଆରମ୍ଭକରି ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଏମ୍‌ଏସ୍‌ଏମ୍‌ଇ ଓ ପିଏମ୍‌ଇଜିପି ମାଧ୍ୟମରେ ବେକାର ଯୁବତୀଯୁବକଙ୍କ ପାଇଁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଯୋଜନା ମାଧ୍ୟମରେ ବ୍ୟବସାୟ ପାଇଁ ଋଣ ପ୍ରଦାନ କରାଯାଉଛି। ମାତ୍ର ବ୍ୟାଙ୍କରୁ ଆବଶ୍ୟକ ପରିମାଣ ଋଣ ନ ମିଳିବାରୁ ମିଳିଥିବା ଅର୍ଥରେ ଉଦ୍ୟୋଗ ଚଳାଇବା କଷ୍ଟ ହେଉଛି। ପରେ କରଜକରି ଜମିବାଡ଼ି ବିକି କ୍ଷତି ଭରଣା ପାଇଁ ଶିଳ୍ପ ଉଦ୍ୟୋଗ ଚଳାଇବା ବେଳକୁ ବ୍ୟାଙ୍କ ତୃତୀୟ ପକ୍ଷ ଗୁଣ୍ଡାଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଫଳରେ ଶିଳ୍ପ ଉଦ୍ୟୋଗ ବନ୍ଦକରି ଯୁବତୀଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଯାଉଛନ୍ତି। ବ୍ୟାଙ୍କର ତୃତୀୟ ପକ୍ଷ ରିକଭରିକୁ ଆର୍‌ବିଆଇ ବ୍ୟାନ୍‌ କରିଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏହାର ଅବମାନନା କରାଯାଇଥିବା ଅଭିଯୋଗ ହୋଇଛି।
ଋଣଗ୍ରହୀତା ରୀତାରାଣୀ ବାରିକ କୁହନ୍ତି, ୨୦୧୯ରେ ଜିଲା ଶିଳ୍ପକେନ୍ଦ୍ର ଅଧୀନରୁ ପିଏମ୍‌ଜିପି ମାଧ୍ୟମରେ ୮ ଲକ୍ଷ ଟଙ୍କା ଋଣ ଆବେଦନ କରିଥିବା ବେଳେ ଏକ ରାଷ୍ଟ୍ରୀୟ ବ୍ୟାଙ୍କରୁ ୩ ଲକ୍ଷ ଋଣ ମିଳିଥିଲା। ଅବଶିଷ୍ଟ ଅର୍ଥ ପାଇଁ ଜମି ଓ ଗହଣା ବିକି ମସଲା ଉଦ୍ୟୋଗରେ ଲଗାଇଥିଲି। ଫ୍ୟାକ୍ଟ୍ରି ଚାଲିବା ବେଳେ ୨୦୨୦ ଲକ୍‌ଡାଉନ ପରେ ଉଦ୍ୟୋଗ ବନ୍ଦ ପଡ଼ିଛି। ବ୍ୟାଙ୍କର ବାରମ୍ବାର ତାଗିଦ ଯୋଗୁ ଉଦ୍ୟୋଗ ବନ୍ଦ କରିବାକୁ ବାଧ୍ୟହେଲି। ସାମାଜିକ କର୍ମୀ ସତ୍ୟପ୍ରିୟ ସାମଲ କୁହନ୍ତି, କେନ୍ଦ୍ରାପଡ଼ା ଜିଲା ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ଉଦ୍ୟୋଗ ଭଳି କ୍ଷେତ୍ରରେ ଜିଲା ଅଗ୍ରଣୀ ହୋଇପାରିନାହିଁ। ଉଦ୍ୟୋଗ କ୍ଷେତ୍ରରେ ଜିଲାକୁ ଆଗକୁ ବଢ଼ାଇବାକୁ ଯେଉଁ ସାମଗ୍ରିକ ଚେଷ୍ଟା ଆବଶ୍ୟକ ତାହା ଦେଖିବାକୁ ମିଳିପାରୁନାହିଁ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ଲାଗି ଆଗ୍ରହୀ ଯୁବତୀଯୁବକମାନେ ଜିଲା ଶିଳ୍ପକେନ୍ଦ୍ରରେ ଆବେଦନ କରୁଥିଲେ ମଧ୍ୟ ସବୁକ୍ଷେତ୍ରରେ ଆର୍ଥତ୍କ ସହାୟତା ପାଇପାରୁନାହାନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅନେକ ସ୍ମଲ ସ୍କେଲ ଉଦ୍ୟୋଗ ହୋଇ ତାହା ଅଳ୍ପଦିନ ପରେ ବନ୍ଦ ହୋଇଯାଉଛି। ପୁଣି ଯୁବତୀଯୁବକ ଋଣ ନେଇ ନୂଆ ଉଦ୍ୟୋଗ ଖୋଲୁଛନ୍ତି, ସେ ବି କିଛିଦିନ ପରେ ବନ୍ଦ ହେଉଛି। ଏହାର କାରଣ ନା ଡିଆଇସି ଅଧିକାରୀ ବୁଝୁଛନ୍ତି ନା ବ୍ୟାଙ୍କ ଅଧିକାରୀ କେବଳ ଟାର୍ଗେଟ ପୂରଣରେ ବ୍ୟସ୍ତ ରହୁଛନ୍ତି। ଯେଉଁ ଉଦ୍ୟୋଗ ଗଢ଼ି ଉଠୁଛି ଯଦି ସେ ଋଣ ୩ ମାସ ଖିଲାପ କରୁଛି ତାକୁ ପ୍ରୋତ୍ସାହନ ଦେବା ପରିବର୍ତ୍ତେ ତାକୁ ଏମ୍‌ପିଏ ଲିଷ୍ଟ କରି ବ୍ୟାଙ୍କ ଅଧିକାରୀ ତୃତୀୟପକ୍ଷ ଗୁଣ୍ଡାଙ୍କ ଦ୍ୱାରା ବ୍ଲାକ୍‌ ମେଲିଂ କରିବା ଆରମ୍ଭ କରି ଦେଉଛନ୍ତି। ଏପରିସ୍ଥଳେ ସେ ବ୍ୟାଙ୍କ ସୁଧ ଦେବା ଲାଗି ଜମିବାଡ଼ି ବିକିବାକୁ ବାଧ୍ୟ ହେଉଛନ୍ତି। ବ୍ୟାପାର ବନ୍ଦକରି ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଯାଉଛନ୍ତି। ରଞ୍ଜିତ ପ୍ରଧାନ କୁହନ୍ତି, ଏକ ଫାଇନାନ୍ସ କମ୍ପାନୀରୁ ବାଇକ୍‌ ଋଣରେ ଆଣିଥିଲି। ମାତ୍ର ୨୦୨୦ କରୋନା ସମୟରେ ଯେଉଁ ବାକିଆ ରହିଥିଲା ଶୁଝିପାରି ନ ଥିଲି। କରୋନା ପରେ ବାକିଆ କିସ୍ତି ଦେଇ ଚାଲିଥିବା ବେଳେ ରାସ୍ତାରୁ ୪ ଜଣ ଯୁବକ ଜୋର ଜବରଦସ୍ତ ତଣ୍ଟିଆ ମାରି ବାଇକ୍‌ ଛଡ଼ାଇ ନେଲେ। ଏ ବାବଦରେ ଜିଲା ଶିଳ୍ପକେନ୍ଦ୍ର ମ୍ୟାନେଜର ଗଣେଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ବ୍ୟାଙ୍କ ତୃତୀୟ ପକ୍ଷଙ୍କ କାର୍ଯ୍ୟକୁ ଜିଲା ଶିଳ୍ପକେନ୍ଦ୍ରରେ ଅବଗତ କରାନ୍ତୁ, ଏହାର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। ସାମାଜିକ କର୍ମୀ ସଞ୍ଜୟ ପଣ୍ଡା କୁହନ୍ତି, ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀ ପକ୍ଷରୁ ଋଣ ରିକଭରି ପାଇଁ ତୃତୀୟ ପକ୍ଷର ସହାୟତା ନିଆଯାଉଛି, ଯାହାକୁ ନେଇ ରିଜର୍ଭ ବ୍ୟାଙ୍କ ୨୦୨୨-୨୩ରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ତୃତୀୟ ପକ୍ଷ ଦ୍ୱାରା ଗ୍ରାହକଙ୍କଠାରୁ ଋଣ ଅସୁଲ କିମ୍ବା ରାସ୍ତାରେ ଚାଲୁଥିବା ଗାଡ଼ି କି ସମ୍ପତ୍ତି ଜବତ କରାଯାଇପାରିବ ନାହିଁ। ଏହି ନିର୍ଦ୍ଦେଶନାମାକୁ ତତ୍କାଳ କାର୍ଯ୍ୟକାରୀ କରିବାକୁ ରିଜର୍ଭ ବ୍ୟାଙ୍କ ଦେଶର ସମସ୍ତ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ପଟ୍ଟାମୁଣ୍ଡାଇର କେତେଗୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀ ତୃତୀୟ ପକ୍ଷ ଦ୍ୱାରା ଗ୍ରାହକଙ୍କଠାରୁ ଋଣ ଅସୁଲ ପାଇଁ ବ୍ଲାକ୍‌ ମେଲିଂ କରିବା ଭଳି ଘଟଣା ସାମ୍‌ନାକୁ ଆସୁଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିଭିନ୍ନ ରାସ୍ତାର ଛକରେ ୪ରୁ୫ଜଣ ରକଭରି ଯୁବକ ଛିଡ଼ା ହୋଇ ଜୋରଜବରଦସ୍ତ ଗାଡ଼ି ଛଡ଼ାଇନେଉଥିବା ଅଭିଯୋଗ ଥାନାରେ ମଧ୍ୟ ପହଞ୍ଚୁଛି। ଏ ବାବଦରେ ଇଣ୍ଡଷ୍ଟ୍ରିଜ ଫାଇନାନ୍ସ କମ୍ପାନୀ ପଟ୍ଟାମୁଣ୍ଡାଇ ଅଧିକାରୀ ଜ୍ୟୋତି ଶଙ୍କର ନାୟକ କୁହନ୍ତି, ଗାଡ଼ି ଋଣ ଖିଲାପ ହେଲେ ଉପରିସ୍ଥ ଅଧିକାରୀମାନେ ରିପୋର୍ଟ ରଖିଛନ୍ତି। ସେମାନେ ଆମ ଅଜାଣତରେ ଗାଡ଼ି ଅକ୍ତିଆର କରି ନେଉଛନ୍ତି ବୋଲି ସେ କହିଛନ୍ତି। ସେହିପରି କୃଷକ ନେତା ବିଜୟ ଦାସ କୁହନ୍ତି, ବ୍ୟାଙ୍କ ତୃତୀୟ ପକ୍ଷ ଦ୍ୱାରା କୃଷକମାନେ ମଧ୍ୟ ବାଦ୍‌ ପଡ଼ୁନାହାନ୍ତି। ଜମି ବନ୍ଧା ରଖି ଋଣ ନେଇଛନ୍ତି, କିସ୍ତି ଖିଲାପ ହେଲେ ତୁରନ୍ତ ଏହାକୁ ଶୁଝିବାକୁ କୁହାଯାଉଛି। ଦେଇ ନ ପାରିଲେ ତୃତୀୟ ପକ୍ଷଙ୍କ ଦ୍ୱାରା ଗଁା ଦାଣ୍ଡରେ ବେଇଜତ କରାଯାଉଛି। ତାହା ପରେ ଆସିଲା କୋର୍ଟ ନୋଟିସ। ଚାଷୀ କୋର୍ଟକୁ ଧାଇଁ ଧାଇଁ ନୟାନ୍ତ ହେଲେ, ସେପଟେ ଋଣ ପରିଶୋଧ ନ କରିବାରୁ କାଳିଆ ଓ ଅନ୍ୟ ଯୋଜନାରେ ମିଳୁଥିବା ସହାୟତା ବନ୍ଦ ହୋଇଯାଉଛି। ମିଳୁଥିବା ସହାୟତା ଟଙ୍କା ବ୍ୟାଙ୍କ ରଖୁଛି। ଚାଷୀଙ୍କ ଆକାଉଣ୍ଟ ମଧ୍ୟ ବନ୍ଦ ହେଉଛି। କୃଷି ବିଭାଗ ଅଧିକାରୀ ଶରତ ନାୟକ କୁହନ୍ତି, ଆମର କିଛି ଦୋଷ ନାହିଁ। ଯାହା କରିବ ବ୍ୟାଙ୍କ। ବ୍ୟାଙ୍କ ହିଁ ବୀମା କରିବା କଥା ବୋଲି ନାୟକ କହିଛନ୍ତ। ମାତ୍ର ଗରିବ ଚାଷୀ ଏମିତି ଋଣଯନ୍ତାରେ କଲବଲ ହେଉଥିବା ବେଳେ ଦୋଷୀ ଓ ଅଧିକାରୀ ଖସିଯାଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri