Posted inଖେଳ

ସୁଶୀଲଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା

ନୂଆଦିଲ୍ଲୀ, ୧୬ା୫: ଦୁଇଥର ଅଲିମ୍ପିକ ପଦକ ବିଜୟୀ ରେସ୍‌ଲର ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀର ଏକ କୋର୍ଟ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରିଛନ୍ତି। କେବଳ ସୁଶୀଲ ନୁହନ୍ତି ପୂର୍ବତନ ଜାତୀୟ ଜୁନିୟର ରେସ୍‌ଲିଂ ଚାମ୍ପିୟନ ୨୩ ବର୍ଷୀୟ ସାଗର ରାଣାଙ୍କୁ ହତ୍ୟା ମାମଲାରେ ଅନ୍ୟ ୯ଜଣଙ୍କୁ ମଧ୍ୟ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି। ସୁଶୀଲ କୁମାର ନିଖୋଜ ହୋଇଯିବା ପରେ ପୂର୍ବରୁ ଦିଲ୍ଲୀ ପୋଲିସ ତାଙ୍କ ବିରୋଧରେ ଏକ ଲୁକ୍‌ଆଉଟ ନୋଟିସ ଜାରି କରିଥିଲା। ପୋଲିସ ଶୁକ୍ରବାର ଦିଲ୍ଲୀ ସରକାରଙ୍କ ନିକଟକୁ ଏକ ଚିଠି ଲେଖିଛି। ଏକ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇଥିଲେ ମଧ୍ୟ ସୁଶୀଲ କୁମାର ଏବେ ସୁଦ୍ଧା ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି(ଓଏସ୍‌ଡି) ପଦବୀରେ ରହିଛନ୍ତି ବୋଲି ଏଥିରେ ଉଲ୍ଲେଖ କରିଛି। ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛି। ପୋଲିସ ମଧ୍ୟ ସୁଶୀଲଙ୍କୁ ଧରିବା ଲାଗି ପୁରସ୍କାର ଘୋଷଣା କରିବା ଲାଗି ବିଚାର କରି ଦେଖୁଛି। ଛତ୍ରସାଲ ଷ୍ଟାଡିୟମରେ ଗଣ୍ଡଗୋଳ ଘଟଣାର ଅନ୍ୟତମ ଅଭିଯୁକ୍ତ ସୁଶୀଲ ନିଜକୁ ନିର୍ଦ୍ଦୋଷ ବୋଲି କହୁଛନ୍ତି। ଖବର ଅନୁସାରେ ଦୁଇ ଗୋଷ୍ଠୀ ରେସ୍‌ଲରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କ୍ରମେ ଉତ୍ତେଜନା ବୃଦ୍ଧିପାଇବାରୁ ଉଭୟ ପକ୍ଷ ପରସ୍ପରକୁ ଗୁଳିଚାଳନା କରିଥିଲେ। ଗୁଳିମାଡ଼ରେ ପୂର୍ବତନ ଜାତୀୟ ଜୁନିୟର ରେସଲିଂ ଚାମ୍ପିୟନ ସାଗରଙ୍କର ମୃତ୍ୟୁ ଘଟିଥିଲା। ସେହିଦିନଠାରୁ ସୁଶୀଲ ନିଖୋଜ ଅଛନ୍ତି। କିନ୍ତୁ ସେ କହୁଛନ୍ତି ଏହି ଗଣ୍ଡଗୋଳ ସହ ସେ କିମ୍ବା ତାଙ୍କ ରେସ୍‌ଲରମାନଙ୍କ ସମ୍ପୃକ୍ତି ନାହିଁି। କେତେଜଣ ଅଜଣା ବ୍ୟକ୍ତି ଷ୍ଟାଡିୟମ ପରିସରରେ ପ୍ରବେଶ କରି ଏହି କାଣ୍ଡ ଭିଆଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri