Posted inଜାତୀୟ

‘ହତ୍ୟାକାରୀଙ୍କୁ ଛଡ଼ାଯିବ ନାହିଁ’

ଚଣ୍ଡିଗଡ଼,୨୯।୫: ପଞ୍ଜାବ ସରକାର ୪୨୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନେବାର ଦିନକ ପରେ ମନସା ଜିଲାରେ ଖ୍ୟାତନାମା ପଞ୍ଜାବୀ ଗାୟକ ସିଧୁ ମୂସଓ୍ବୋଲାଙ୍କୁ ରବିବାର କେତେଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ଗାୟକଙ୍କୁ ହତ୍ୟା ଘଟଣାରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଶୋକବ୍ୟକ୍ତ କରିବା ସହ ତାଙ୍କ ମୃତ୍ୟୁ ପାଇଁ ଏଏପି ସରକାରଙ୍କ ସୁରକ୍ଷା ପ୍ରତ୍ୟାହାରକୁ ଦାୟୀ କରିଛନ୍ତି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ରାଜ୍ୟବାସୀଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି।  ହତ୍ୟା ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ କହିଛନ୍ତି।

୨୭ ବର୍ଷୀୟ ଗାୟକ ତାଙ୍କର ଦୁଇଜଣ ବନ୍ଧୁଙ୍କ ସହ ଏକ ଜିପ୍‌ରେ ଯାଉଥିବାବେଳେ ଜଓ୍ବାହର କେ ଗ୍ରାମ ନିକଟରେ ଆକ୍ରମଣ ହୋଇଥିଲା। ସିଧୁଙ୍କ ଦେହରେ ଅନେକ ଗୁଳି ବାଜିଥିଲା। ସିଭିଲ ହସ୍ପିଟାଲରେ ପହଞ୍ଚତ୍ବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଳିମାଡ଼ରେ ଆହତ ହୋଇଥିବା ତାଙ୍କର ଦୁଇ ସାଙ୍ଗଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସିଧୁ ମନସା ଆସନରୁ ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ି ଏଏପି ପ୍ରାର୍ଥୀ ବିଜୟ ସିଙ୍ଗଲାଙ୍କଠାରୁ ହାରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଲଗାଇବାକୁ ପଡିବନି ଲମ୍ବା ଲାଇନ୍‌: ଘରେ ପହଞ୍ଚିବ ରାଶନ

ନୂଆଦିଲ୍ଲୀ,୧୯।୨: ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ଘରେ ଘରେ ରାଶନ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ଏଏପି ଦିଲ୍ଲୀରେ ସରକାର...

ତ୍ରିପୁରା ବିଧାନସଭା ନିର୍ବାଚନ: ପ୍ରଥମ ଥର ପାଇଁ ୬୦ ମତଗଣନା ପର୍ଯ୍ୟବେକ୍ଷକ ନିଯୁକ୍ତ…

ଅଗରତାଲା,୨୫।୨ : ତ୍ରିପୁରାରେ ମତଦାନ ଶେଷ ହୋଇଛି। ବର୍ତ୍ତମାନ ଲୋକମାନେ ଫଳାଫଳକୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗ ୬୦...

ଚାଷଜମିରେ ୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ମୃତଦେହ: ହତ୍ୟା ସନ୍ଦେହ

ଯୋଧପୁର, ୯।୮: ରାଜସ୍ଥାନର ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଦେଚୁ ଅଞ୍ଚଳର ଲୋଡ଼ତା ଗାଁର ଏକ ଚାଷ ଜମିରୁ ୧୧ ଜଣ ପାକିସ୍ତାନୀ...

ରାଜଧାନୀରେ ଡାକ୍ତର-ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୨୮ା୧୨: ଏନ୍‌ଇଇଟି-ପିଜି କାଉନସେଲିଂରେ ବିଳମ୍ବକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ଡାକ୍ତର ଏବଂ ଦିଲ୍ଲୀ ପୋଲିସ ମଙ୍ଗଳବାର ପୁଣି ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର...

ଦିଲ୍ଲୀ-ମିରଠ ଏକ୍ସପ୍ରେସୱେରେ ଦୁଇ ଚକିଆ, ତିନି ଚକିଆ ଯାନ ମନା

ନୂଆଦିଲ୍ଲୀ,୬ ।୮: ଦିଲ୍ଲୀ-ମିରଠ ଏକ୍ସପ୍ରେସୱେରେ ଯଦି ଦୁଇ ଚକିଆ ଅବା ତିନି ଚକିଆ ଯାନ ଭୁଲରେ କେହି ନେଇ ଯାଇଥିବେ ତେବେ ସେହି ଗାଡିକୁ ସିଜ...

୨୪ ଘଣ୍ଟାରେ ୨୮୭ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ,୭।୬: ବଢି ବଢି ଚାଲିଛି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା। ଗୋଟିଏ ପଟେ ଦେଶରେ ଅନ୍‌ଲକ୍‌ ୧.୦ ଆରମ୍ଭ କରାଯାଇଥିବା ବେଳେ ଅନ୍ୟପଟେ କରୋନା ସଂକ୍ରମଣ...

କର୍ନାଟକ ମେଡିକାଲ ଦୁର୍ନୀତି: ୧୦୯ କୋଟିର ଅଘୋଷିତ ଆୟ

ବେଙ୍ଗାଲୁରୁ, ୧୩ା୧୦: କର୍ନାଟକରେ ଆୟକର ବିଭାଗର ଚଢ଼ାଉ ପରେ ୧୦୯ କୋଟି ଟଙ୍କାର ଅଘୋଷିତ ଆୟ ଧରାପଡ଼ିଛି। କଂଗ୍ରେସର ବରିଷ୍ଠ ନେତା ଜି. ପରମେଶ୍ୱର ଓ...

ଏବେ ଲାଇଭ ପଢ଼ିହେବ ସୁପ୍ରିମ୍‌କୋର୍ଟଙ୍କ ପ୍ରକ୍ରିୟା, ସିଜେଆଇ କଲେ ଶୁଭାରମ୍ଭ…

ନୂଆଦିଲ୍ଲୀ,୨୧।୨ : ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟଙ୍କର ପ୍ରକ୍ରିୟାର ଲାଇଭ ଟ୍ରାନ୍ସକ୍ରିପ ମଙ୍ଗଳବାର କରାଯାଇଛି। କୃତ୍ରିମ ବୁଦ୍ଧି ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ...

Advertisement
Archives

Model This Week