ରସାୟନ ବିଜ୍ଞାନରେ ନୋବେଲ

ଡ. ବିକାଶ କୁମାର ଜେନା

ଚଳିତ ବର୍ଷ ରସାୟନ ବିଜ୍ଞାନରେ ୩ଜଣ ପ୍ରସିଦ୍ଧ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। କାରୋଲିନ ଆର୍‌. ବର୍ଟୋଜି, ମୋର୍ଟେନ ମେଲଡାଲ ଏବଂ କେ. ବାରୀ ଶାରପଲେସ୍‌ଙ୍କୁ କ୍ଲିକ୍‌ ରସାୟନ ବିଜ୍ଞାନ ଅଗ୍ରଗତି ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ସେମାନଙ୍କର ଏହି ଅପ୍ରତ୍ୟାଶିତ ଆବିଷ୍କାର ରୋଗର ଚିକିତ୍ସା ଏବଂ ନିରାକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିଛି। କାରୋଲିନ ଆର୍‌. ବର୍ଟୋଜି ୧୯୬୬ରେ ଆମେରିକାରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି। ମୋର୍ଟେନ ମେଲଡାଲ ୧୯୫୪ରେ ଡେନ୍‌ମାର୍କରେ ଜନ୍ମଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ କୋପେନହାଗନ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଅଛନ୍ତି। କେ. ବାରୀ ଶାରପଲେସ୍‌ ୧୯୪୧ ମସିହାରେ ଆମେରିକାର ଫିଲାଡେଲଫିଆରେ ଜନ୍ମଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ଆମେରିକାର ସ୍କ୍ରିପ୍ସ ଗବେଷଣା ପ୍ରତିଷ୍ଠାନରେ ପ୍ରାଧ୍ୟାପକ ଭାବେ ଅବସ୍ଥାପିତ। କେ. ବାରୀ ଶାରପଲେସ୍‌ ରସାୟନ ବିଜ୍ଞାନରେ ତାଙ୍କର ଦ୍ୱିତୀୟ ନୋବେଲ ପୁରସ୍କାର ପାଇଁ ସୁନାମ ଅର୍ଜନ କରିଛନ୍ତି। ଦୁଇଥର ନୋବେଲ ପୁରସ୍କାର ପାଇବାରେ ସେ ଇତିହାସର ପଞ୍ଚମ ବୈଜ୍ଞାନିକ। ସେ କ୍ଲିକ୍‌ ରସାୟନ ବିଜ୍ଞାନର ପ୍ରକ୍ରିୟା ପ୍ରସ୍ତୁତ କରିଥିଲେ। ଯାହା ସରଳ ଏବଂ ନିର୍ଭରଯୋଗ୍ୟ ରସାୟନ ବିଜ୍ଞାନର ଏକ ନୂତନ ପ୍ରଣାଳୀ, ଯେଉଁଠାରେ ପ୍ରତିକ୍ରିୟା ଶୀଘ୍ର ଘଟେ ଏବଂ ଅନାବଶ୍ୟକ ଉପଦ୍ରବ୍ୟକୁ ଏଡ଼ାଇ ଦିଆଯାଏ।
କାରୋଲିନ ଆର୍‌. ବର୍ଟୋଜି ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ଅଷ୍ଟମ ମହିଳା ଭାବେ ଗୌରବ ଅର୍ଜନ କରିଛନ୍ତି। ସେ କ୍ଲିକ୍‌ ରସାୟନ ବିଜ୍ଞାନ ପ୍ରତିକ୍ରିୟାଗୁଡ଼ିକୁ ବିକଶିତ କଲେ ଯାହା ଜୀବଜନ୍ତୁଙ୍କ ଭିତରେ କାମ କରିପାରିବ। ଜୀବଜନ୍ତୁଙ୍କର କୋଷଗୁଡ଼ିକର ରସାୟନ ବିଜ୍ଞାନକୁ ବାଧା ନ ଦେଇ ଜୈବ୍ୟ ଅଣୁରେ ଏହି ପ୍ରତିକ୍ରିୟାକୁ ପ୍ରୟୋଗ କରିବାରେ ସକ୍ଷମ ହୋଇପାରିବ। ଏହା କର୍କଟ ରୋଗର ଆରୋଗ୍ୟ ଏବଂ ଔଷଧୀୟ ଦ୍ରବ୍ୟ ପ୍ରସ୍ତୁତ ପାଇଁ ବ୍ୟାପକ ଭାବରେ ବ୍ୟବହାର ହୋଇପାରିବ। ସେ ବର୍ଣ୍ଣନା କରିଛନ୍ତି ଯେ କ୍ଲିକ୍‌ ଥେରାପି ମାଧ୍ୟମରେ ଜୀବନ୍ତ ରୋଗୀମାନଙ୍କ ମଧ୍ୟରେ ଔଷଧୀୟ ଦ୍ରବ୍ୟକୁ ଠିକ୍‌ କର୍କଟ ରୋଗର ଲକ୍ଷ୍ୟ ସ୍ଥଳକୁ ପହଞ୍ଚାଇ ପାରିବ, ଯାହା ରୋଗୀ ଶରୀରର ଅନ୍ୟ ଭାଗକୁ ପ୍ରଭାବ ପକାଇବ ନାହିଁ।
ମୋର୍ଟେନ ମେଲଡାଲ ସ୍ବଧୀନ ଭାବରେ କ୍ଲିକ୍‌ ରସାୟନ ବିଜ୍ଞାନ ସର୍ବୋତ୍ତମ ପ୍ରକ୍ରିୟା ଉପସ୍ଥାପିତ କରିଛନ୍ତି, ଯାହା ଆଜାଇଡ-ଆଲ୍କାଇନ ସାଇକ୍ଲୋଆଡିଶନ ନାମରେ ପ୍ରସିଦ୍ଧ। ଏହା ଏକ ଚମତ୍କାର ଏବଂ ଦକ୍ଷ ରାସାୟନିକ ପ୍ରତିକ୍ରିୟା, ଯାହା ବର୍ତ୍ତମାନ ବ୍ୟାପକ ବ୍ୟବହୃତ ହେଉଅଛି। ଅନ୍ୟାନ୍ୟ ବ୍ୟବହାର ମଧ୍ୟରେ ଏହା ଔଷଧ ତିଆରିରେ ଓ ଉପଯୋଗୀ ପଦାର୍ଥ ପ୍ରସ୍ତୁତିରେ ବ୍ୟବହାର ହୁଏ।
ଯେତେବେଳେ ଏହି କ୍ଲିକ୍‌ ରସାୟନ ବିଜ୍ଞାନ ଆବିଷ୍କୃତ ହେଲା, ଏହା ଗବେଷଣାରେ ଚମତ୍କାର ଦେଖାଗଲା ଓ ନୂତନ ସୁଯୋଗର ବିକଶିତ ହେଲା। ଅଣୁ ଏବଂ ପଦାର୍ଥ ତିଆରି ଏକ କଷ୍ଟକର ଓ ଜଟିଳ ପ୍ରକ୍ରିୟା। ଅନେକ ଜଟିଳ ପ୍ରକ୍ରିୟା ଅଣୁ ଏକତ୍ରୀକରଣ ପଦ୍ଧତି ଆବଶ୍ୟକ କରେ, ଯାହା କରିବା ଅତ୍ୟନ୍ତ କଷ୍ଟଦାୟକ। କିନ୍ତୁ କ୍ଲିକ୍‌ ରସାୟନ ବିଜ୍ଞାନ ମାଧ୍ୟମରେ ଅଣୁଗୁଡ଼ିକୁ ସହଜ ଓ ଅଭିନବ ଉପାୟରେ ଏକତ୍ରୀକରଣ କରି ନୂତନ ଅଣୁ ତିଆରି କରିହେବ। ଏହି ବିକାଶ ଆମକୁ ବିଶ୍ୱସ୍ତତାର ସହିତ ଆଶ୍ଚର୍ଯ୍ୟଜନକ ଜଟିଳ ଅଣୁ ଗଠନ କରିବାକୁ ସକ୍ଷମ କରିଛି। ଆମେ ବର୍ତ୍ତମାନ ଏକ ସ୍ଥିତିରେ ପହଞ୍ଚତ୍ପାରିଛୁ, ଯେଉଁଠାରେ ଆମେ କଳ୍ପନା କରିପାରିବା କିମ୍ବା ପ୍ରକୃତିରେ ଉପଲବ୍ଧ ଥିବା ଅଣୁଗୁଡ଼ିକୁ ସହଜରେ ତିଆରି କରିପାରିବା।
ଏହିପରି ବିଶ୍ୱର ଅନୁସନ୍ଧାନକାରୀମାନେ ଏହି ଅପ୍ରତ୍ୟାଶିତ ଆବିଷ୍କାରକୁ ନେଇ ଅନେକ ପ୍ରୟୋଗ ପ୍ରସ୍ତୁତ କରିଛନ୍ତି। ରସାୟନ ବିଜ୍ଞାନୀମାନେ କର୍କଟ ରୋଗ ନିରାକରଣ ଔଷଧ, କୀଟନାଶକ ଓ ନୂତନ ଔଷଧୀୟ ଦ୍ରବ୍ୟ ପ୍ରସ୍ତୁତ କରିପାରିଛନ୍ତି। ଏହି ପ୍ରତିକ୍ରିୟାଗୁଡ଼ିକୁ ବ୍ୟବହାର କରି ନୂତନ ପଦାର୍ଥ ପ୍ରସ୍ତୁତ କରାଯାଇପାରିବ, ଯାହା କୃଷିକ୍ଷେତ୍ରରେ ଉତ୍ପାଦନ କ୍ଷମତାର ବୃଦ୍ଧିହେବ, ଧାତୁକ୍ଷୟ ପ୍ରତିରୋଧ ପଦାର୍ଥର ପ୍ରସ୍ତୁତି, ଟିସୁ ପୁନର୍ଗଠନ ଇତ୍ୟାଦି କରାଯାଇ ପାରିବ। ଏହି ଆବିଷ୍କାର ମାଧ୍ୟମରେ ଅନେକ ନୂତନ ପ୍ରତିକ୍ରିୟାର ଆବିଷ୍କାର ଏବଂ ଉଦ୍ଭାବନ ସହଜ ହୋଇପାରିବ। ସେହିପରି ଔଷଧୀୟ ଶିଳ୍ପଗୁଡ଼ିକରେ ନୂତନ ପ୍ରୟୋଗ ପ୍ରସ୍ତୁତ କରାଯାଇ ରୋଗର ଚିକିତ୍ସା ଏବଂ ନିରାକରଣରେ ବ୍ୟବହାର ହୋଇପାରିବ।
କାରୋଲିନ ଆର୍‌. ବର୍ଟୋଜି, ମୋର୍ଟେନ ମେଲଡାଲ ଏବଂ କେ. ବାରୀ ଶାରପଲେସ୍‌ଙ୍କ ସଫଳତା ଏବଂ ଆବିଷ୍କାର ଆମ ସମାଜ ଉପରେ ବହୁତ ପ୍ରଭାବ ପକାଇଛି। ସେମାନଙ୍କର ଏହି ଆବିଷ୍କାର ଅତ୍ୟନ୍ତ ପ୍ରେରଣାଦାୟକ। ଏହି ଅତ୍ୟଧିକ ଦକ୍ଷ ପଦ୍ଧତିର ବିକାଶ ମାଧ୍ୟମରେ ସେମାନେ ଆମର ବିଜ୍ଞାନର କ୍ଷମତା ବୃଦ୍ଧି କରିଛନ୍ତି ଏବଂ ଗବେଷକମାନଙ୍କର ଜ୍ଞାନକୁ ଯଥେଷ୍ଟ ଗଭୀର ଏବଂ ବିସ୍ତାର କରିଛନ୍ତି। ସେମାନଙ୍କର ଉଲ୍ଲେଖନୀୟ ସଫଳତା ଆମ ଜୀବନକୁ ଉନ୍ନତ କରିଛି ଏବଂ ନୂତନ ସ୍ବପ୍ନକୁ ସାକାର କରିଛି। ସେମାନଙ୍କର ଏହି ଅପ୍ରତ୍ୟାଶିତ ଆବିଷ୍କାର ମାନବଜାତି ପାଇଁ ସବୁଠାରୁ ଫଳପ୍ରଦ ହୋଇପାରିଛି।
ପ୍ରଧାନ ବୈଜ୍ଞାନିକ, ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି, ଭୁବନେଶ୍ୱର
ମୋ: ୭୯୭୮୦୧୨୨୭୭


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri