ରସାୟନ ବିଜ୍ଞାନରେ ନୋବେଲ

ଡ. ବିକାଶ କୁମାର ଜେନା

ଚଳିତ ବର୍ଷ ରସାୟନ ବିଜ୍ଞାନରେ ୩ଜଣ ପ୍ରସିଦ୍ଧ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। କାରୋଲିନ ଆର୍‌. ବର୍ଟୋଜି, ମୋର୍ଟେନ ମେଲଡାଲ ଏବଂ କେ. ବାରୀ ଶାରପଲେସ୍‌ଙ୍କୁ କ୍ଲିକ୍‌ ରସାୟନ ବିଜ୍ଞାନ ଅଗ୍ରଗତି ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ସେମାନଙ୍କର ଏହି ଅପ୍ରତ୍ୟାଶିତ ଆବିଷ୍କାର ରୋଗର ଚିକିତ୍ସା ଏବଂ ନିରାକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିଛି। କାରୋଲିନ ଆର୍‌. ବର୍ଟୋଜି ୧୯୬୬ରେ ଆମେରିକାରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି। ମୋର୍ଟେନ ମେଲଡାଲ ୧୯୫୪ରେ ଡେନ୍‌ମାର୍କରେ ଜନ୍ମଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ କୋପେନହାଗନ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଅଛନ୍ତି। କେ. ବାରୀ ଶାରପଲେସ୍‌ ୧୯୪୧ ମସିହାରେ ଆମେରିକାର ଫିଲାଡେଲଫିଆରେ ଜନ୍ମଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ଆମେରିକାର ସ୍କ୍ରିପ୍ସ ଗବେଷଣା ପ୍ରତିଷ୍ଠାନରେ ପ୍ରାଧ୍ୟାପକ ଭାବେ ଅବସ୍ଥାପିତ। କେ. ବାରୀ ଶାରପଲେସ୍‌ ରସାୟନ ବିଜ୍ଞାନରେ ତାଙ୍କର ଦ୍ୱିତୀୟ ନୋବେଲ ପୁରସ୍କାର ପାଇଁ ସୁନାମ ଅର୍ଜନ କରିଛନ୍ତି। ଦୁଇଥର ନୋବେଲ ପୁରସ୍କାର ପାଇବାରେ ସେ ଇତିହାସର ପଞ୍ଚମ ବୈଜ୍ଞାନିକ। ସେ କ୍ଲିକ୍‌ ରସାୟନ ବିଜ୍ଞାନର ପ୍ରକ୍ରିୟା ପ୍ରସ୍ତୁତ କରିଥିଲେ। ଯାହା ସରଳ ଏବଂ ନିର୍ଭରଯୋଗ୍ୟ ରସାୟନ ବିଜ୍ଞାନର ଏକ ନୂତନ ପ୍ରଣାଳୀ, ଯେଉଁଠାରେ ପ୍ରତିକ୍ରିୟା ଶୀଘ୍ର ଘଟେ ଏବଂ ଅନାବଶ୍ୟକ ଉପଦ୍ରବ୍ୟକୁ ଏଡ଼ାଇ ଦିଆଯାଏ।
କାରୋଲିନ ଆର୍‌. ବର୍ଟୋଜି ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ଅଷ୍ଟମ ମହିଳା ଭାବେ ଗୌରବ ଅର୍ଜନ କରିଛନ୍ତି। ସେ କ୍ଲିକ୍‌ ରସାୟନ ବିଜ୍ଞାନ ପ୍ରତିକ୍ରିୟାଗୁଡ଼ିକୁ ବିକଶିତ କଲେ ଯାହା ଜୀବଜନ୍ତୁଙ୍କ ଭିତରେ କାମ କରିପାରିବ। ଜୀବଜନ୍ତୁଙ୍କର କୋଷଗୁଡ଼ିକର ରସାୟନ ବିଜ୍ଞାନକୁ ବାଧା ନ ଦେଇ ଜୈବ୍ୟ ଅଣୁରେ ଏହି ପ୍ରତିକ୍ରିୟାକୁ ପ୍ରୟୋଗ କରିବାରେ ସକ୍ଷମ ହୋଇପାରିବ। ଏହା କର୍କଟ ରୋଗର ଆରୋଗ୍ୟ ଏବଂ ଔଷଧୀୟ ଦ୍ରବ୍ୟ ପ୍ରସ୍ତୁତ ପାଇଁ ବ୍ୟାପକ ଭାବରେ ବ୍ୟବହାର ହୋଇପାରିବ। ସେ ବର୍ଣ୍ଣନା କରିଛନ୍ତି ଯେ କ୍ଲିକ୍‌ ଥେରାପି ମାଧ୍ୟମରେ ଜୀବନ୍ତ ରୋଗୀମାନଙ୍କ ମଧ୍ୟରେ ଔଷଧୀୟ ଦ୍ରବ୍ୟକୁ ଠିକ୍‌ କର୍କଟ ରୋଗର ଲକ୍ଷ୍ୟ ସ୍ଥଳକୁ ପହଞ୍ଚାଇ ପାରିବ, ଯାହା ରୋଗୀ ଶରୀରର ଅନ୍ୟ ଭାଗକୁ ପ୍ରଭାବ ପକାଇବ ନାହିଁ।
ମୋର୍ଟେନ ମେଲଡାଲ ସ୍ବଧୀନ ଭାବରେ କ୍ଲିକ୍‌ ରସାୟନ ବିଜ୍ଞାନ ସର୍ବୋତ୍ତମ ପ୍ରକ୍ରିୟା ଉପସ୍ଥାପିତ କରିଛନ୍ତି, ଯାହା ଆଜାଇଡ-ଆଲ୍କାଇନ ସାଇକ୍ଲୋଆଡିଶନ ନାମରେ ପ୍ରସିଦ୍ଧ। ଏହା ଏକ ଚମତ୍କାର ଏବଂ ଦକ୍ଷ ରାସାୟନିକ ପ୍ରତିକ୍ରିୟା, ଯାହା ବର୍ତ୍ତମାନ ବ୍ୟାପକ ବ୍ୟବହୃତ ହେଉଅଛି। ଅନ୍ୟାନ୍ୟ ବ୍ୟବହାର ମଧ୍ୟରେ ଏହା ଔଷଧ ତିଆରିରେ ଓ ଉପଯୋଗୀ ପଦାର୍ଥ ପ୍ରସ୍ତୁତିରେ ବ୍ୟବହାର ହୁଏ।
ଯେତେବେଳେ ଏହି କ୍ଲିକ୍‌ ରସାୟନ ବିଜ୍ଞାନ ଆବିଷ୍କୃତ ହେଲା, ଏହା ଗବେଷଣାରେ ଚମତ୍କାର ଦେଖାଗଲା ଓ ନୂତନ ସୁଯୋଗର ବିକଶିତ ହେଲା। ଅଣୁ ଏବଂ ପଦାର୍ଥ ତିଆରି ଏକ କଷ୍ଟକର ଓ ଜଟିଳ ପ୍ରକ୍ରିୟା। ଅନେକ ଜଟିଳ ପ୍ରକ୍ରିୟା ଅଣୁ ଏକତ୍ରୀକରଣ ପଦ୍ଧତି ଆବଶ୍ୟକ କରେ, ଯାହା କରିବା ଅତ୍ୟନ୍ତ କଷ୍ଟଦାୟକ। କିନ୍ତୁ କ୍ଲିକ୍‌ ରସାୟନ ବିଜ୍ଞାନ ମାଧ୍ୟମରେ ଅଣୁଗୁଡ଼ିକୁ ସହଜ ଓ ଅଭିନବ ଉପାୟରେ ଏକତ୍ରୀକରଣ କରି ନୂତନ ଅଣୁ ତିଆରି କରିହେବ। ଏହି ବିକାଶ ଆମକୁ ବିଶ୍ୱସ୍ତତାର ସହିତ ଆଶ୍ଚର୍ଯ୍ୟଜନକ ଜଟିଳ ଅଣୁ ଗଠନ କରିବାକୁ ସକ୍ଷମ କରିଛି। ଆମେ ବର୍ତ୍ତମାନ ଏକ ସ୍ଥିତିରେ ପହଞ୍ଚତ୍ପାରିଛୁ, ଯେଉଁଠାରେ ଆମେ କଳ୍ପନା କରିପାରିବା କିମ୍ବା ପ୍ରକୃତିରେ ଉପଲବ୍ଧ ଥିବା ଅଣୁଗୁଡ଼ିକୁ ସହଜରେ ତିଆରି କରିପାରିବା।
ଏହିପରି ବିଶ୍ୱର ଅନୁସନ୍ଧାନକାରୀମାନେ ଏହି ଅପ୍ରତ୍ୟାଶିତ ଆବିଷ୍କାରକୁ ନେଇ ଅନେକ ପ୍ରୟୋଗ ପ୍ରସ୍ତୁତ କରିଛନ୍ତି। ରସାୟନ ବିଜ୍ଞାନୀମାନେ କର୍କଟ ରୋଗ ନିରାକରଣ ଔଷଧ, କୀଟନାଶକ ଓ ନୂତନ ଔଷଧୀୟ ଦ୍ରବ୍ୟ ପ୍ରସ୍ତୁତ କରିପାରିଛନ୍ତି। ଏହି ପ୍ରତିକ୍ରିୟାଗୁଡ଼ିକୁ ବ୍ୟବହାର କରି ନୂତନ ପଦାର୍ଥ ପ୍ରସ୍ତୁତ କରାଯାଇପାରିବ, ଯାହା କୃଷିକ୍ଷେତ୍ରରେ ଉତ୍ପାଦନ କ୍ଷମତାର ବୃଦ୍ଧିହେବ, ଧାତୁକ୍ଷୟ ପ୍ରତିରୋଧ ପଦାର୍ଥର ପ୍ରସ୍ତୁତି, ଟିସୁ ପୁନର୍ଗଠନ ଇତ୍ୟାଦି କରାଯାଇ ପାରିବ। ଏହି ଆବିଷ୍କାର ମାଧ୍ୟମରେ ଅନେକ ନୂତନ ପ୍ରତିକ୍ରିୟାର ଆବିଷ୍କାର ଏବଂ ଉଦ୍ଭାବନ ସହଜ ହୋଇପାରିବ। ସେହିପରି ଔଷଧୀୟ ଶିଳ୍ପଗୁଡ଼ିକରେ ନୂତନ ପ୍ରୟୋଗ ପ୍ରସ୍ତୁତ କରାଯାଇ ରୋଗର ଚିକିତ୍ସା ଏବଂ ନିରାକରଣରେ ବ୍ୟବହାର ହୋଇପାରିବ।
କାରୋଲିନ ଆର୍‌. ବର୍ଟୋଜି, ମୋର୍ଟେନ ମେଲଡାଲ ଏବଂ କେ. ବାରୀ ଶାରପଲେସ୍‌ଙ୍କ ସଫଳତା ଏବଂ ଆବିଷ୍କାର ଆମ ସମାଜ ଉପରେ ବହୁତ ପ୍ରଭାବ ପକାଇଛି। ସେମାନଙ୍କର ଏହି ଆବିଷ୍କାର ଅତ୍ୟନ୍ତ ପ୍ରେରଣାଦାୟକ। ଏହି ଅତ୍ୟଧିକ ଦକ୍ଷ ପଦ୍ଧତିର ବିକାଶ ମାଧ୍ୟମରେ ସେମାନେ ଆମର ବିଜ୍ଞାନର କ୍ଷମତା ବୃଦ୍ଧି କରିଛନ୍ତି ଏବଂ ଗବେଷକମାନଙ୍କର ଜ୍ଞାନକୁ ଯଥେଷ୍ଟ ଗଭୀର ଏବଂ ବିସ୍ତାର କରିଛନ୍ତି। ସେମାନଙ୍କର ଉଲ୍ଲେଖନୀୟ ସଫଳତା ଆମ ଜୀବନକୁ ଉନ୍ନତ କରିଛି ଏବଂ ନୂତନ ସ୍ବପ୍ନକୁ ସାକାର କରିଛି। ସେମାନଙ୍କର ଏହି ଅପ୍ରତ୍ୟାଶିତ ଆବିଷ୍କାର ମାନବଜାତି ପାଇଁ ସବୁଠାରୁ ଫଳପ୍ରଦ ହୋଇପାରିଛି।
ପ୍ରଧାନ ବୈଜ୍ଞାନିକ, ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି, ଭୁବନେଶ୍ୱର
ମୋ: ୭୯୭୮୦୧୨୨୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri