କ୍ଷୁଦ୍ରତମ କଣିକା ପାଇଁ ନୋବେଲ

ଚଳିତ ବର୍ଷ ରସାୟନ ବିଜ୍ଞାନରେ ୩ଜଣ ପ୍ରସିଦ୍ଧ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ମୌଙ୍ଗି ଜି. ବାଓ୍ବେଣ୍ଡି, ଲୁଇସ୍‌ ଇ. ବ୍ରୁସ୍‌ ଏବଂ ଆଲେକ୍ସେଇ ଆଇ. ଏକିମୋଭ୍‌ଙ୍କୁ କ୍ଷୁଦ୍ରତମ କଣିକା, କ୍ୱାଣ୍ଟମ୍‌ ଡଟ୍ସ ଆବିଷ୍କାର ଏବଂ ବିକାଶ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ସେମାନଙ୍କର ଏହି ଅପ୍ରତ୍ୟାଶିତ ଆବିଷ୍କାରଗୁଡିକ ବର୍ତ୍ତମାନ ମୋବାଇଲ ଫୋନ, କମ୍ପ୍ୟୁଟର ଟେଲିଭିଜନ ଏବଂ ଏଲ୍‌ଇଡି ଲ୍ୟାମ୍ପରୁ ଆଲୋକ ବିସ୍ତାର ସହିତ ରୋଗର ଚିକିତ୍ସା ଯାହାକି ଟ୍ୟୁମର ଟିସୁ ବାହାର କରିବା ସମୟରେ ଚିକିତ୍ସକମାନଙ୍କୁ ମାର୍ଗଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିଛି। ପ୍ରଫେସର ମୌଙ୍ଗି ଜି. ବାଓ୍ବେଣ୍ଡି ୧୯୬୧ ମସିହାରେ ଫ୍ରାନ୍ସର ପ୍ୟାରିସରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଆମେରିକାର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଏମ୍‌ଆଇଟି)ରେ ପ୍ରାଧ୍ୟାପକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି। ପ୍ରଫେସର ଲୁଇସ୍‌ ଇ. ବ୍ରୁସ୍‌ ୧୯୪୩ ମସିହାରେ ଆମେରିକାର କ୍ଲିଭଲାଣ୍ଡରେ ଜନ୍ମଗ୍ରହଣ କରିଥିଲେ। ସେ ଆମେରିକାର କଲମ୍ବିଆ ୟୁନିଭର୍ସିଟିରେ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ପ୍ରଫେସର ଆଲେକ୍ସେଇ ଆଇ. ଏକିମୋଭ୍‌, ୧୯୪୫ ମସିହାରେ ପୂର୍ବତନ ୟୁଏସ୍‌ଏସ୍‌ (ରୁଷିଆ)ରେ ଜନ୍ମଗ୍ରହଣ କରିଥିଲେ। ଆମେରିକାର ନ୍ୟୁୟର୍କସ୍ଥିତ ନାନୋକ୍ରିଷ୍ଟାଲ୍ସ ଟେକ୍ନୋଲୋଜି ଇନ୍‌କର୍ପୋରେଟେଡ୍‌ର ମୁଖ୍ୟ ବୈଜ୍ଞାନିକ ଥିଲେ।
ରଙ୍ଗିନ୍‌ କାଚ ସର୍ବପୁରାତନ ପ୍ରତ୍ନତାତ୍ତ୍ୱିକ ଆବିଷ୍କାର ଏବଂ ଅନେକ ହଜାର ବର୍ଷ ପୂର୍ବର ଉତ୍ପତ୍ତି। ଇନ୍ଦ୍ରଧନୁ ପରି ସବୁ ରଙ୍ଗର କାଚ କିପରି ଉତ୍ପାଦନ କରାଯାଇପାରିବ ସେ ନେଇ ବିଭିନ୍ନ ଉପାୟ ପରୀକ୍ଷଣ କରାଯାଇଛି। ରୁପା, ସୁନା ଓ କ୍ୟାଡମିୟମ ଭଳି ପଦାର୍ଥ ମିଶାଇ ବିଭିନ୍ନ ତାପମାତ୍ରାରେ କାଚକୁ ଗରମ କରି ସୁନ୍ଦର ରଙ୍ଗ ପ୍ରସ୍ତୁତ କରାଯାଇଥିଲା। ଊନବିଂଶ ଓ ବିଂଶ ଶତାବ୍ଦୀରେ ଯେତେବେଳେ ପଦାର୍ଥ ବିଜ୍ଞାନୀମାନେ ଆଲୋକର ଗୁଣ ବିଷୟରେ ଅନୁସନ୍ଧାନ କରିବା ଆରମ୍ଭ କଲେ, ରଙ୍ଗିନ୍‌ କାଚର ଗୁଣର ଉତ୍ପତ୍ତି ଉପରେ ଗବେଷଣା କରିଥିଲେ। ସେମାନେ ଗୋଟିଏ କଥା ଜାଣିବାକୁ ପାଇଲେ ଯେ ଗୋଟିଏ ପଦାର୍ଥ ସମ୍ପୂର୍ଣ୍ଣ ଭାବେ ଭିନ୍ନ ଭିନ୍ନ ରଙ୍ଗ ସୃଷ୍ଟି କରିପାରେ। ଉଦାହରଣ ସ୍ବରୂପ କ୍ୟାଡମିୟମ ସେଲେନାଇଡ ଏବଂ କ୍ୟାଡମିୟମ ସଲ୍‌ଫାଇଡ ଇତ୍ୟାଦି ପଦାର୍ଥର ମିଶ୍ରଣ କାଚକୁ ହଳଦିଆ କିମ୍ବା ଲାଲ କରିପାରେ – ଯାହା କାଚକୁ କେତେ ଗରମ କରାଗଲା ଏବଂ ଏହାକୁ କିପରି ଥଣ୍ଡା କରାଗଲା ତାହା ଉପରେ ନିର୍ଭର କରେ। ଶେଷରେ ସେମାନେ ଏହା ମଧ୍ୟ ଦର୍ଶାଇବାରେ ସକ୍ଷମ ହୋଇଥିଲେ ଯେ ରଙ୍ଗଗୁଡିକ କାଚ ଭିତରେ ସୃଷ୍ଟି ହୋଇଥିବା କ୍ଷୁଦ୍ରତମ କଣିକାରୁ ଆସିଛି ଏବଂ ରଙ୍ଗ, କଣିକାର ଆକାର ଉପରେ ନିର୍ଭର କରେ। ଏହି କ୍ଷୁଦ୍ରତମ କଣିକାରେ ଅନେକ ଆକର୍ଷଣୀୟ ଏବଂ ଅସ୍ବାଭାବିକ ଗୁଣ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେମାନଙ୍କର ଆକାର ଅନୁଯାୟୀ ଭିନ୍ନ ଭିନ୍ନ ରଙ୍ଗ ଥାଏ। କିନ୍ତୁ ସେହି ସମୟରେ ସମାନ ଆକୃତିର କ୍ଷୁଦ୍ରତମ କଣିକା ତିଆରି କରିବା ପ୍ରାୟ ଅସମ୍ଭବ ଥିଲା। ତେଣୁ ଏହି ଜ୍ଞାନକୁ ବ୍ୟବହାରିକ ଉପଯୋଗ କରାଯିବ ବୋଲି ଖୁବ୍‌ କମ୍‌ ଲୋକ ବିଶ୍ୱାସ କରୁଥିଲେ।
ଅତି ଆଶ୍ଚର୍ଯ୍ୟର କଥା ୧୯୮୦ ଦଶକର ପ୍ରାରମ୍ଭରେ ଆଲେକ୍ସେଇ ଆଇ. ଏକିମୋଭ୍‌ ରଙ୍ଗିନ୍‌ କାଚରେ ଆକାର ନିର୍ଭରଶୀଳ କ୍ଷୁଦ୍ରତମ କଣିକା (କ୍ୱାଣ୍ଟମ୍‌ ଡଟ୍ସ ) ସୃଷ୍ଟି କରିବାରେ ସଫଳ ହୋଇଥିଲେ। ଏହି ରଙ୍ଗ କପର୍‌(ତମ୍ବା) କ୍ଲୋରାଇଡର କ୍ଷୁଦ୍ରତମ କଣିକାରୁ ଆସିଥିଲା ବୋଲି ପରୀକ୍ଷା ମାଧ୍ୟମରେ ଦର୍ଶାଇଥିଲେ ଏବଂ ଏହି କଣିକାଗୁଡିକର ଆକାରକୁ ପରିବର୍ତ୍ତନକରି କାଚର ରଙ୍ଗକୁ ପ୍ରଭାବିତ କରିହେବ।
କିଛି ବର୍ଷ ପରେ, ଲୁଇ ବ୍ରୁସ୍‌ ପୃଥିବୀର ପ୍ରଥମ ବୈଜ୍ଞାନିକ ଯିଏ ଏକ ତରଳ ପଦାର୍ଥରେ ମୁକ୍ତ ଭାବରେ ଭାସୁଥିବା ଏହି କ୍ଷୁଦ୍ରତମ କଣିକାରେ (କ୍ୱାଣ୍ଟମ୍‌ ଡଟ୍ସ) ନିଜର ଆକାର ଅନୁଯାୟୀ ଭିନ୍ନ ଭିନ୍ନ ରଙ୍ଗ ସୃଷ୍ଟି କରିପାରିବାରେ କ୍ଷମତା ଯାହା ସେ ପରୀକ୍ଷା ମାଧ୍ୟମରେ ପ୍ରମାଣିତ କରିଥିଲେ। ସେ ଆଲେକ୍ସେଇ ଆଇ. ଏକିମୋଭ୍‌ଙ୍କ ପରି କଠିନ ପଦାର୍ଥ, କାଚରେ କ୍ଷୁଦ୍ରତମ କଣିକାର ପ୍ରଭାବକୁ ତରଳ ପଦାର୍ଥରେ ସହଜ ଭାବେ ଉପସ୍ଥାପନ କରିପାରିଥିଲେ।
କେବଳ ଗୋଟିଏ ସମସ୍ୟା ଥିଲା। ସେ ଯେଉଁ ଉପାୟରେ କ୍ଷୁଦ୍ରତମ କଣିକାଗୁଡିକ ପ୍ରସ୍ତୁତ କରିଥିଲେ, ସେଥିରେ ବିଭିନ୍ନ ଆକାରର କଣିକା ସୃଷ୍ଟି ହେଉଥିଲା। ଏକା ପ୍ରକାରର କଣିକାଗୁଡିକ କିପରି ଗଠିତ ହୋଇପାରିବ ତାହା ନିୟନ୍ତ୍ରଣ କରିବା ସମ୍ଭବ ନ ଥିଲା। ଏହା ଏକ କଷ୍ଟକର ପ୍ରକ୍ରିୟା ଥିଲା, ଯାହା ବିକାଶରେ ବାଧା ସୃଷ୍ଟି କରିଥିଲା।
୧୯୯୩ ମସିହାରେ, ମୌଙ୍ଗି ଜି. ବାଓ୍ବେଣ୍ଡି ଏହି କ୍ଷୁଦ୍ରତମ କଣିକାଗୁଡିକୁ (କ୍ୱାଣ୍ଟମ୍‌ ଡଟ୍ସ) ରାସାୟନିକ ଉପାୟରେ ଉତ୍ପାଦନରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ, ଯାହାଫଳରେ ପ୍ରାୟ ଏକା ପ୍ରକାରର କଣିକା ସୃଷ୍ଟି ହୋଇଥିଲା। ଏହି ଉଚ୍ଚ ଗୁଣବତ୍ତା ପ୍ରସ୍ତୁତ ପ୍ରଣାଳୀ ସେମାନଙ୍କୁ ପ୍ରୟୋଗ କରିବା ପାଇଁ ନୂତନ ଦିଶା ଦେଲା।
ମୌଙ୍ଗି ଜି. ବାଓ୍ବେଣ୍ଡି, ଲୁଇସ୍‌ ଇ. ବ୍ରୁସ୍‌ ଏବଂ ଆଲେକ୍ସେଇ ଆଇ. ଏକିମୋଭ୍‌ଙ୍କ ସଫଳତା ଏବଂ କ୍ଷୁଦ୍ରତମ କଣିକା, କ୍ୱାଣ୍ଟମ୍‌ ଡଟ୍ସ ଆବିଷ୍କାର ଏବଂ ବିକାଶ ଆମ ସମାଜ ଉପରେ ବହୁତ ପ୍ରଭାବ ପକାଇଛି। ଏହି କ୍ଷୁଦ୍ରତମ କଣିକାଗୁଡିକର ସାମର୍ଥ୍ୟ ଏବଂ ବ୍ୟବହାରରେ ଅନୁସନ୍ଧାନ କରିବା ପାଇଁ ନୂତନ ଦିଗ ପ୍ରଦାନ କରିଛି। ସେମାନଙ୍କର ଏହି ଆବିଷ୍କାର ଅତ୍ୟନ୍ତ ପ୍ରେରଣାଦାୟକ। ଏହା କମ୍ପ୍ୟୁଟର ଏବଂ ଟେଲିଭିଜନ ସ୍କ୍ରିନ୍‌ରେ, କ୍ଷୁଦ୍ର ସେନ୍ସର, ସୌର ଶକ୍ତି ଉତ୍ପାଦନ, ଏଲ୍‌ଇଡି ଲ୍ୟାମ୍ପ ଇତ୍ୟାଦିରେ ବହୁଳ ବ୍ୟବହାର ହୋଇଛି। ଏହା ବ୍ୟତୀତ ବାୟୋକେମିଷ୍ଟ୍‌ ଏବଂ ଡାକ୍ତରମାନେ ରୋଗର ଚିକିତ୍ସା ଯାହାକି ଟ୍ୟୁମର ଟିସୁ ବାହାର କରିବା ସମୟରେ ଏହାକୁ ବ୍ୟବହାର କରନ୍ତି। ସେମାନଙ୍କର ଉଲ୍ଲେଖନୀୟ ସଫଳତା ମାନବ ଜାତି ପାଇଁ ସବୁଠାରୁ ଫଳପ୍ରଦ ହୋଇପାରିଛି।

  • ଡ. ବିକାଶ କୁମାର ଜେନା
    ବରିଷ୍ଠ ପ୍ରଧାନ ବୈଜ୍ଞାନିକ
    ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମିନେରାଲ୍‌ସ ଆଣ୍ଡ ମ୍ୟାଟେରିଆଲ୍‌ସ ଟେକ୍ନୋଲୋଜି, ଭୁବନେଶ୍ୱର
    ମୋ: ୯୪୩୮୪୧୬୦୦୮

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri