ନୋବେଲ ଓ ସାମ୍ବାଦିକତା

ନିକଟରେ ଦୁଇ ଜଣ ସାମ୍ବାଦିକ ନୋବେଲ୍‌ ଶାନ୍ତି ପୁରସ୍କାର ବିଜେତା ହୋଇଥିବାରୁ ପୃଥିବୀବ୍ୟାପୀ ବାକ୍‌ ସ୍ବାଧୀନତା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଛି। ଫିଲିପାଇନ୍ସର ମହିଳା ସାମ୍ବାଦିକ ମାରିଆ ରେସା ଓ ରୁଷିଆର ଡିମିତ୍ରି ମୁରାଟୋଭ୍‌ ଯୁଗ୍ମ ବିଜେତା ହୋଇଛନ୍ତି ବୋଲି ନର୍‌ଓ୍ବେ ରାଜଧାନୀ ଓସ୍‌ଲୋସ୍ଥିତ ନୋବେଲ୍‌ ଶାନ୍ତି ପୁରସ୍କାର କମିଟି ଘୋଷଣା କରିଛି। ପୂର୍ବରୁ ଏହି ଶାନ୍ତି ପୁରସ୍କାର କେବଳ ଜଣେ ମାତ୍ର ସାମ୍ବାଦିକଙ୍କୁ ଦିଆଯାଇଥିଲା। ପ୍ରଥମ ବିଶ୍ୱଯୁଦ୍ଧର ଶେଷ ପରେ ପରାଜିତ ଜର୍ମାନୀ ପୁନର୍ବାର ନିଜ ସାମରିକ ଶକ୍ତି ବୃଦ୍ଧି ପାଇଁ ଗୋପନୀୟ ଅସ୍ତ୍ରଶସ୍ତ୍ର ନିର୍ମାଣ ଆରମ୍ଭ କରିଥିଲା। ସେହି ସମୟରେ ଜର୍ମାନୀର ନେତୃତ୍ୱ ନେଉଥିଲେ ଆଡଲ୍ଫ ହିଟ୍‌ଲର। ଗୁପ୍ତ ଅସ୍ତ୍ରଶସ୍ତ୍ର ନିର୍ମାଣ ସମ୍ପର୍କରେ, ୧୯୩୫ରେ, କାର୍ଲ ଫନ୍‌ ଓସିଟ୍‌ସିକି ପ୍ରଥମେ ଏହି ଖବର ପ୍ରକାଶ କରିଥିଲେ। ନିର୍ଭୀକତାର ସହ ତାଙ୍କର ଏହି ସତ୍ୟ ଖବର ପାଇଁ ସେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ।
ମାରିଆ ଫିଲିପାଇନ୍ସରେ ବୃଦ୍ଧି ପାଉଥିବା ଏକଚ୍ଛତ୍ରବାଦ, ଦୁର୍ନୀତି, ହିଂସାତ୍ମକ କାର୍ଯ୍ୟକୁ ପଦାରେ ପକାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ଡିଜିଟାଲ ମିଡିଆ ‘ରାପ୍‌ଲର’ ମାଧ୍ୟମରେ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କ ମନମୁଖି କାର୍ଯ୍ୟକୁ ସେ ତାଙ୍କ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ କରିଛନ୍ତି। ସେହିପରି ଡିମିତ୍ରି ରୁଷିଆ ଶାସକଙ୍କ ଦୁର୍ନୀତି ଓ କ୍ଷମତା ଅପବ୍ୟବହାର ସଂକ୍ରାନ୍ତୀୟ ତଥ୍ୟଭିତ୍ତିକ ଓ ନିରପେକ୍ଷ ରିପୋର୍ଟ ତାଙ୍କ ଖବରକାଗଜ ‘ନୋଭାୟା ଗାଜେଟା’ରେ କ୍ରମାଗତ ପ୍ରକାଶ କରିଚାଲିଛନ୍ତି। କୌଣସି ବିଷୟରେ ସେ ଓ ତାଙ୍କ କର୍ମଚାରୀ ସାଲିସ କରି ନ ଥିବାରୁ ତାଙ୍କର ୬ ଜଣ ଖବରଦାତାଙ୍କୁ ହତ୍ୟା କରାଯାଇଛି। ଜୀବନ ପ୍ରତି ଭ୍ରୂକ୍ଷେପ ନ କରି ସେ ଜଣେ ନିର୍ଭୀକ ସାମ୍ବାଦିକ ଭାବେ ଯେଉଁଭଳି ରିପୋର୍ଟ ପ୍ରକାଶ କରିଛନ୍ତି, ତାହା ଏହି ବୃତ୍ତିରେ ଥିବା ସାମ୍ବାଦିକଙ୍କୁ ଉତ୍ସାହିତ କରିବା ସ୍ବାଭାବିକ। ଏହି ପରିପ୍ରେକ୍ଷୀରେ ଡିମିତ୍ରି ନୋବେଲ ଶାନ୍ତି ପୁରସ୍କାରକୁ ତାଙ୍କ ଖବରକାଗଜ ଲାଗି ସତ୍ୟ ଖବର ପରିବେଷଣ କରି ହତ୍ୟାର ଶିକାର ହୋଇଥିବା ସହଯୋଗୀଙ୍କୁ ଉତ୍ସର୍ଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଡିମିତ୍ରିଙ୍କ ପୂର୍ବରୁ ସୋଭିଏଟ୍‌ ୟୁନିୟନ୍‌ର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭ୍‌ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥିଲେ। ଗୋର୍ବାଚେଭ୍‌ ତାଙ୍କ ନୋବେଲ ରାଶିର କିଛି ଅଂଶ ଡିମିତ୍ରିଙ୍କୁ ଖବରକାଗଜ ପ୍ରକାଶ କରିବା ଲାଗି ପ୍ରଦାନ କରିଥିଲେ।
ନରଓ୍ବେସ୍ଥିତି ନୋବେଲ କମିଟି ମାରିଆ ଓ ଡିମିତ୍ରିଙ୍କ ନାମ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରିବା ପରେ ଚଳିତ ଥର କୌଣସି ବିବାଦ ଦେଖାଦେଇ ନାହିଁ। ସାଧାରଣତଃ ଏହି ବର୍ଗରେ ଯେଉଁମାନଙ୍କ ନାମ ଘୋଷଣା ହୋଇଥାଏ ତାହାକୁ ନେଇ ଆଲୋଚନା ଓ ସମାଲୋଚନା ଜାରି ରହିଥାଏ। ଯେହେତୁ ଏଥର ଦୁଇ ଜଣ ସାମ୍ବାଦିକ ବାକ୍‌ ସ୍ବାଧୀନତା ବଜାୟ ରଖିବା ଦିଗରେ ଅଭୂତପୂର୍ବ ସାହସ ପ୍ରଦର୍ଶନ କରିଛନ୍ତି, ସେହେତୁ କେହି ସେମାନଙ୍କ କାର୍ଯ୍ୟଶୈଳୀ ପ୍ରତି ଆକ୍ଷେପ କରିନାହାନ୍ତି। ବାକ୍‌ ସ୍ବାଧୀନତା କେବଳ ଯେ ଗଣତନ୍ତ୍ର ପାଇଁ ପ୍ରମୁଖ ଉପାଦାନ ତାହା ନୁହେଁ, ଏକ ସହନଶୀଳ ସମାଜ ସହିତ ଏହା ଓତପ୍ରୋତ ଭାବେ ଜଡ଼ିତ। ସେହି ଦୃଷ୍ଟିରୁ ନୋବେଲ କମିଟି ଅଧ୍ୟକ୍ଷ ବେରିଟ୍‌ ରେଇସ୍‌-ଆଣ୍ଡରସେନ୍‌ ଶାନ୍ତି ପୁରସ୍କାର ଘୋଷଣା କରିବା ଅବସରରେ କହିଥିଲେ ଯେ, ଏହି ଦୁଇ ସାମ୍ବାଦିକ ବିଶ୍ୱରେ ଗଣମାଧ୍ୟମର ସ୍ବାଧୀନତା ପାଇଁ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ପ୍ରତିନିଧିତ୍ୱ କରୁଛନ୍ତି।
ସ୍ବାଧୀନତା ଓ ଗଣତନ୍ତ୍ରର ସୁରକ୍ଷା ଦିଗରେ ବିଶ୍ୱବ୍ୟାପୀ ବିବେକବାନ୍‌ ସାମ୍ବାଦିକ ଓ ସାମାଜିକ କର୍ମୀ କାର୍ଯ୍ୟ କରିଆସୁଛନ୍ତି। ଏଥିପାଇଁ ଅନେକଙ୍କୁ ଜୀବନ ଦେବାକୁ ପଡ଼ିଛି ଏବଂ ଆହୁରି କେତେକେ କାରାଦଣ୍ଡ ଭୋଗିଚାଲିଛନ୍ତି। ସାଉଦି ସାମ୍ବାଦିକ ଜମଲ ଖାସୋଗିଙ୍କ ଜଘନ୍ୟ ହତ୍ୟା ଚଳିତ ସମୟର ଅନ୍ୟତମ ବଡ଼ ଦୃଷ୍ଟାନ୍ତ। ଏଠାରେ ୨୦୨୧ରେ ଘଟିଥିବା ବେଲାରୁଷ୍‌ ସାମ୍ବାଦିକ ରୋମାନ୍‌ ପ୍ରୋତାସ୍ୟୁଇଚ୍‌ଙ୍କ ଘଟଣା ମନେପଡ଼େ। ଗ୍ରୀସ୍‌ରୁ ଲିଥୁଆନିଆ ଯାଉଥିବା ବେଳେ ବେଲାରୁଷ୍‌ର ବାୟୁସେନା ତାଙ୍କର ଯାତ୍ରୀବାହୀ ଉଡ଼ାଜାହାଜକୁ ଅବତରଣ କରାଇ ରୋମାନ୍‌ଙ୍କୁ ଗିରଫ କରିଥିଲା। ତାଙ୍କର ଦୋଷ ହେଲା ତାଙ୍କ ଦେଶର ସରକାରଙ୍କ କୁକର୍ମ ବିରୋଧରେ ସୋସିଆଲ୍‌ ମିଡିଆରେ ମତବ୍ୟକ୍ତ କରିବା। ସମ୍ଭବତଃ ଇତିମଧ୍ୟରେ ରୋମାନ୍‌ଙ୍କୁ ଫାଶୀ ମଧ୍ୟ ଦିଆଯାଇଥାଇପାରେ। ସେହିପରି ଆଫଗାନିସ୍ତାନରେ ତାଲିବାନ୍‌ ଶାସନ ସମୟ ହେଉ ବା ବିଶ୍ୱର ଯେଉଁଠାରେ ଏକଚ୍ଛତ୍ରବାଦକୁ ପ୍ରୋତ୍ସାହନ ଦିଆଚାଲିଛି ସେସବୁ ବିଷୟରେ ସତ୍ୟ ତଥ୍ୟ ପ୍ରକାଶ କରିଥିବା ଅନେକ ସାମ୍ବାଦିକଙ୍କୁ ହତ୍ୟା କରାଯାଉଛି। ଏହି ତାଲିକାରୁ ଭାରତ ବାଦ୍‌ ପଡୁନାହିଁ। ଆମ ଦେଶର ଉଦାହରଣ ଖୋଜିଲେ ଯାହାକୁ ଯେତେ। ଦୀର୍ଘ ଏକ ବର୍ଷ ଧରି ଉତ୍ତର ପ୍ରଦେଶରେ କାରାଦଣ୍ଡ ଭୋଗୁଥିବା ସିଦ୍ଦିକ୍‌ କାପାନଙ୍କଠାରୁ ଆରମ୍ଭ କଲେ ସବୁଠାରୁ ନିକଟ ଅତୀତର ଉଦାହରଣ ହେଉଛି ଲଖିମ୍‌ପୁର ଖେରିରେ କାର୍ଯ୍ୟରତ ସାମ୍ବାଦିକ ରମଣ କାଶ୍ୟପଙ୍କୁ ହତ୍ୟା କରାଯିବା। ଗତ କିଛିବର୍ଷ ଧରି ଭାରତୀୟ ଗଣମାଧ୍ୟମରେ ଏକ ବିରାଟକାୟ ବିଭେଦ ସ୍ପଷ୍ଟ ଜଣାପଡୁଛି। ଗୋଟିଏପଟେ ସରକାରୀ ଗୋଡ଼ାଣିଆ ‘ଗୋଦି’ ବା କୋଳରେ ବସିଥିବା ଗଣମାଧ୍ୟମ ଥିବାବେଳେ ଅନ୍ୟପଟେ ଅଳ୍ପସଂଖ୍ୟକ ସଚ୍ଚୋଟ ଏବଂ ନିର୍ଭୀକ ମିଡିଆ ଦିଶିଯାଉଛନ୍ତି।
ଦୁଇ ସାମ୍ବାଦିକ ନୋବେଲ ଶାନ୍ତି ପୁରସ୍କାର ବିଜେତା ହେବା କ୍ଷମତାର ଅପବ୍ୟବହାର କରୁଥିବା ଶାସକ ବା ବ୍ୟକ୍ତିଙ୍କ ବିରୋଧରେ ଯେଉଁମାନେ ନିର୍ଭୟରେ ସ୍ବର ଉତ୍ତୋଳନ କରୁଛନ୍ତି, ସେମାନଙ୍କୁ ନୈତିକ ସମର୍ଥନ ଦେବ। ନୋବେଲ କମିଟି ଅଧ୍ୟକ୍ଷ ଆଣ୍ଡରସେନ୍‌ କହିଛନ୍ତି ସାମ୍ବାଦିକଙ୍କୁ ଶାନ୍ତି ସକାଶେ ନୋବେଲ ପୁରସ୍କାର ଦେବା ପଛରେ ଏକ ଉଦ୍ଦେଶ୍ୟ ରହିଛି। ଉନ୍ନତ ପ୍ରଯୁକ୍ତି ଯୋଗୁ ଖବର ସଂଗ୍ରହ ଓ ପରିବେଷଣ ସହଜ ହୋଇପାରିଛି। ଅନେକାଂଶରେ ମିଥ୍ୟା ଖବରର ବହୁଳ ପ୍ରସାର କରାଯାଉଛି। ଏକ ସତ୍ୟସନ୍ଧ ସାମ୍ବାଦିକତାର ଗୁରୁତ୍ୱ ସୂଚାଇବା ଲକ୍ଷ୍ୟରେ ମାରିଆ ଓ ଡିମିତ୍ରିଙ୍କୁ ନୋବେଲ ଶାନ୍ତି ଦିଆଯିବାର ପ୍ରୟାସ କରାଯାଇଛି ବୋଲି ଆଣ୍ଡରସେନ୍‌ କହିଛନ୍ତି। ବାସ୍ତବରେ ଗଣମାଧ୍ୟମର ସ୍ବରୂପ ଅନେକ ସ୍ଥାନରେ ବଦଳି ଯାଉଥିବାରୁ ମାରିଆ ଓ ଡିମିତ୍ରି ଅନ୍ୟ ସାମ୍ବାଦିକଙ୍କ ପାଇଁ ଉଦାହରଣ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri