ରୋଜଗାର ବାଟ ବନ୍ଦ, ଚିକିତ୍ସା ଲାଗି ଅର୍ଥ ନାହିଁ

ଭଦ୍ରକ ଅଫିସ,୧୮।୧: ଦିନ ଥିଲା ସେ ତାଙ୍କ କଣ୍ଠର ଯାଦୁରେ ସମସ୍ତଙ୍କ ମନ ମୋହୁଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଷ୍ଟେଜ୍‌ରେ ଗୀତ ଗାଇ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ ଭଦ୍ରକ ବାଇପାସ୍‌ ସାଇବିହାର ଜଗନ୍ନାଥ ମନ୍ଦିର ନିକଟରେ ବସବାସ କରୁଥିବା ଆନନ୍ଦ ପାତ୍ରଙ୍କ ପୁଅ ଅକ୍ଷୟ (୩୮)। ଗୀତ ଗାଇବା ତାଙ୍କର ନିଶା ହୋଇଥିଲେ ହେଁ ପରିବାର ଚଳାଇବା ପାଇଁ ରୋଜଗାର ପନ୍ଥା ମଧ୍ୟ ଥିଲା। ହେଲେ ରୋଗ ତାଙ୍କୁ ଆଉ ଗୀତ ଗାଇବାକୁ ଦେଲାନି। ସେ ଏବେ ଫୁସ୍‌ଫୁସ୍‌ ସଂକ୍ରମଣ ରୋଗରେ ପୀଡ଼ିତ ଯୋଗୁ ଗୀତ ଗାଇପାରୁ ନାହାନ୍ତି। ରୋଜଗାର ବାଟ ବନ୍ଦ ହୋଇଯାଇଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି।
ସ୍ତ୍ରୀ ଓ ୩ ଝିଅଙ୍କୁ ନେଇ ତାଙ୍କର ପରିବାର। ସେ ଜଣେ କଣ୍ଠଶିଳ୍ପୀ ସହ ପାନ, ଚା’ ଦୋକାନ କରି ଜୀବିକା ନିର୍ବାହ କରିଆସୁଥିଲେ। ୩ ବର୍ଷ ହେଲା ସେ ଏହି ରୋଗରେ ପୀଡ଼ିତ। ଡାକ୍ତର ଗୀତ ନ ଗାଇବାକୁ ପରାମର୍ଶ ଦେବା ପରେ ତାଙ୍କ ଗୁଜୁରାଣ ମେଣ୍ଟାଇବାର ବାଟ ବନ୍ଦ ହୋଇଯାଇଛି। ତା’ ସାଙ୍ଗକୁ ତାଙ୍କ ପାନ ଦୋକାନରେ ମଧ୍ୟ ତାଲା ପଡ଼ିଛି। ଚିକିତ୍ସା ପାଇଁ ବାରମ୍ବାର କଟକ, ଭୁବନେଶ୍ୱର ଯାଇ ତାଙ୍କର ସମସ୍ତ ସମ୍ବଳ ଶେଷ ହୋଇଯାଇଛି। ସହକର୍ମୀମାନଙ୍କ ଆର୍ଥିକ ସହଯୋଗରେ ସେ ଚିକିତ୍ସିତ ହେଉଥିବା ବେଳେ ପରିବାର ଚଳାଇବା ଓ ନିଜର ଚିକିତ୍ସା କରାଇବା ତାଙ୍କ ପାଇଁ ବଡ଼ ସମସ୍ୟା ହେଉଛି। ଏ ବାବଦରେ ଜାଣିବା ପରେ ଜିଲାପାଳ ତାଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଚିକିତ୍ସା ଓ ପରିବାର ପ୍ରତିପୋଷଣ ଲାଗି ଅର୍ଥର ଘୋର ଅଭାବ ଲାଗି ରହିଥିବାରୁ ସହଯୋଗ ପାଇଁ ଅକ୍ଷୟ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri