ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଖରିଫ ଧାନ ବିକ୍ରି କରି ପାରି ନ ଥିବାରୁ ରବିଧାନ ବିକ୍ରି ପଞ୍ଜୀକରଣ ପାଇଁ ଆବେଦନ କରି ପାରି ନାହାନ୍ତି। ଏଭଳି ସ୍ଥିତିରେ ପଞ୍ଜୀକରଣ ଅବଧିକୁ ଆହୁରି ଏକମାସ ବୃଦ୍ଧି କରିବାକୁ ବିଭିନ୍ନ ଚାଷୀ ସଂଗଠନ ଦାବି କରିଆସୁଛନ୍ତି। ତେବେ ଦେବଦେବୀ ତଥା ମହାପ୍ରଭୁଙ୍କ ନାମରେ ରହିଥିବା ଜମିକୁ ଚାଷ କରୁଥିବା ଚାଷୀଙ୍କୁ ଧାନବିକ୍ରି ପଞ୍ଜୀକରଣ ଅଡୁଆ ସାଜିଛି। ସେଭଳି ଜମିର ଧାନବିକ୍ରି ପଞ୍ଜୀକରଣ ପାଇଁ କୌଣସି ସରକାରୀ ନିର୍ଦ୍ଦେଶ ନାହିଁ କହି ଦାୟିତ୍ୱରେ ରହିଥିବା ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀମାନେ ସିଧାସଳଖ ମନା କରି ଦେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଦେବଦେବୀଙ୍କ ନାମରେ ରହିଥିବା ଜମିକୁ ଚାଷ କରୁଥିବା ଚାଷୀଙ୍କ ଚିନ୍ତା ବଢ଼ିଯାଇଛି।
ଏହି କ୍ରମରେ ଗୁରୁବାର ଜିଲାର ଭେଡେନ ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଚାଷୀମାନେ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଦେବଦେବୀଙ୍କ ନାମରେ ରହିଥିବା ଜମିର ଧାନବିକ୍ରି ପଞ୍ଜୀକରଣ କରିବା ଦିଗରେ ବିହିତ ପଦକ୍ଷେପ ନେବା ଦାବିରେ ସେମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରିଛନ୍ତି, ଦେବୋତ୍ତର ବିଭାଗ ତଥା ବିଭିନ୍ନ ଦେବଦେବୀ, ମହାପ୍ରଭୁଙ୍କ ନାମରେ ରହିଥିବା ଜମିରେ ସେମାନେ ଦୀର୍ଘବର୍ଷ ହେଲା ଧାନଚାଷ କରିଆସୁଛନ୍ତି। ସେଥିରୁ ଅମଳ ଧାନରୁ ଭୋଗ ପ୍ରସ୍ତୁତ କରି ଦେବଦେବୀ, ମହାପ୍ରଭୁଙ୍କ ନିୟମିତ ୨ଥର ଭୋଗ ଅର୍ପଣ କରି ଆସୁଛନ୍ତି। ଏହା ସହିତ ବଳକା ଧାନକୁ ସରକାରଙ୍କ ନୀତି ନିୟମାନୁଯାୟୀ, ପଞ୍ଜୀକରଣ କରି ସରକାରଙ୍କ ନିର୍ଦ୍ଧାରିତ ସରକାରୀ ସହାୟକ ମୂଲ୍ୟରେ ବିକ୍ରି କରି ଆସୁଥିଲେ। ମାତ୍ର ଏଥର ଦେବଦେବୀ, ମହାପ୍ରଭୁଙ୍କ ନାମରେ ରହିଥିବା ଜମିର ଧାନବିକ୍ରି ପଞ୍ଜୀକରଣ ପାଇଁ ପ୍ରାଥମିକ କୃଷି ସମବାୟ ସମିତିର କର୍ମଚାରୀମାନେ ମୌଖିକଭାବେ ମନା କରି ଦେଉଛନ୍ତି। ତେବେ ସେଭଳି କଟକଣା ପାଇଁ କିଛି ସରକାରୀ ନିର୍ଦ୍ଦେଶନାମା ରହିଛି କି ବୋଲି ପଚାରିଲେ ବିଭାଗୀୟ କର୍ମଚାରୀମାନେ କିଛି ସ୍ପଷ୍ଟୀକରଣ ଦେଉନାହାନ୍ତି କିମ୍ବା ସେଭଳି କିଛି ନିର୍ଦ୍ଦେଶନାମା ମଧ୍ୟ ଦେଖାଉ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ପଡ଼ୋଶୀ ସମ୍ବଲପୁର, ସୁବର୍ଣ୍ଣପୁର ଜିଲାରେ ଦେବୋତ୍ତର ବିଭାଗ ତଥା ଦେବଦେବୀ, ମହାପ୍ରଭୁଙ୍କ ନାମରେ ରହିଥିବା ଜମିର ଧାନବିକ୍ରି ପଞ୍ଜୀକରଣ ହେଉଛି ବୋଲି ଚାଷୀମାନେ କହିଛନ୍ତି। ଏହି କ୍ରମରେ ବରଗଡ଼ ଜିଲାର ଚାଷୀଙ୍କୁ ମଧ୍ୟ ସେଭଳି ଧାନବିକ୍ରି ପଞ୍ଜୀକରଣର ସୁଯୋଗ ଦେବା ପାଇଁ ଚାଷୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଭେଡେନ ବ୍ଲକ ସିଂହେନପାଲିର ଜଗଦୀଶ ମହାପାତ୍ର, ଅଲେଖ ମହାପାତ୍ର, ଭେଡେନର ଅନ୍ତର୍ଯ୍ୟାମୀ ଦେହେରୀ, ଶରତ ମହାପାତ୍ର, ଆନନ୍ଦ ମହାପାତ୍ର, ଦିପକ ଦାଶ, ଟିକେଶ୍ୱର ଦେହେରୀଙ୍କ ସମେତ ଅନେକ ଚାଷୀ ଦାବିପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?