ସମୟ ନାହିଁ

ଆତଙ୍କବାଦୀ କାର୍ଯ୍ୟକଳାପରେ ପିଲାଙ୍କୁ ସାମିଲ କରାଯାଉଛି। ଏହାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ‘ଶିଶୁ ଓ ସଶସ୍ତ୍ର ସଂଘର୍ଷ’ ଶୀର୍ଷକ ଆଲୋଚନାରେ ଭାରତ ଚିନ୍ତାପ୍ରକଟ କରିଛି। ଏଥିରେ ଭାରତର ବହିର୍ବ୍ୟାପାର ସଚିବ ହର୍ଷ ବର୍ଦ୍ଧନ ଶ୍ରିଙ୍ଗ୍‌ଲା ଭାଗ ନେଇ ଶିଶୁଙ୍କୁ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ କରାଇବାରେ ଦାୟୀ ସବୁ ବିଷୟଗୁଡ଼ିକ ଉପରେ ପଦକ୍ଷେପ ନେବା ସହ ଏଗୁଡ଼ିକୁ ଶେଷ କରିବାକୁ ଆହ୍ବାନ ଦେଇଛନ୍ତି।
ନିକଟରେ ଆଫ୍ରିକାର ବୁର୍କିନାଫାସୋର ୧୨ରୁ ୧୪ ବର୍ଷର ପିଲାଙ୍କ ଅଣସଂଗଠିତ ସେନା ପ୍ରାୟ ଏକ ଗ୍ରାମରେ ପ୍ରବେଶ କରି ସ୍ତ୍ରୀ ଲୋକ ଏବଂ ପିଲାଙ୍କ ସମେତ ୧୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ହତ୍ୟା କଲେ। କେତେକ ଜାଗାରେ ଏହିଭଳି ଯୁବବାହିନୀ ଧର୍ମ ନାମରେ ରକ୍ତର ସମୁଦ୍ର ବୁହାଉଥିବାବେଳେ ଅନ୍ୟ କେତେକ ଜାଗାରେ ଜାତିଗତ ବିଦ୍ୱେଷକୁ ନେଇ ହତ୍ୟା ରଚୁଛନ୍ତି। ଏ ସମ୍ପର୍କରେ ଜାତିସଂଘରେ ନିକଟରେ ଉଦବେଗ୍‌ ପ୍ରକାଶ ପାଇଛି। ଭାରତର ବହିର୍ବ୍ୟାପାର ସଚିବ ତାଙ୍କ ଭାଷଣରେ ଏହାର ପ୍ରତିକାର ସମ୍ପର୍କରେ କହିଛନ୍ତି ଯେ, ଏହିସବୁ ବିଷୟଗୁଡ଼ିକୁ ଧ୍ୟାନ ଦେଇ ଶିଶୁମାନଙ୍କ ସୁରକ୍ଷା ସହ ଆତଙ୍କବାଦକୁ ରୋକିବା ପାଇଁ ଏକ ସମନ୍ବିତ ଦୃଷ୍ଟିକୋଣ ଆପଣାଇବାକୁ ପଡ଼ିବ। ସେହିଭଳି ଅନ୍ୟ ଦେଶ ନେତାମାନେ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। କିନ୍ତୁ ଏହି ବିରାଟକାୟ ସମସ୍ୟାର ସମାଧାନ ଦିଗରେ କୌଣସି ଦେଶ ତରଫରୁ ବିଧିବଦ୍ଧ ପ୍ରସ୍ତାବ ଆସିଥିବା ଖବର ପଢ଼ିବାକୁ ମିଳିନାହିଁ। ଧର୍ମ କିମ୍ବା ଅନ୍ୟ କୌଣସିଠାରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦାରିଦ୍ର୍ୟ। ଖାଦ୍ୟ ପାଉ ନ ଥିବା ଶିଶୁ ଏହିଭଳି ଗ୍ୟାଙ୍ଗ୍‌ ବା ସେନାରେ ସାମିଲ ହେବା ପାଇଁ ଆକର୍ଷିତ ହେଉଛନ୍ତି। ନିଜ ମୁଣ୍ଡରୁ ବୋଝ ଦୂର କରିବାକୁ ଯାଇ ମାତାପିତା ମଧ୍ୟ ପିଲାମାନଙ୍କୁ ଏଥିରେ ଯୋଗ ଦେବାକୁ ବାରଣ କରୁନାହାନ୍ତି। ଉତ୍ତରପ୍ରଦେଶରେ ପିଲାମାନେ ଗାଲିଚା ଶିଳ୍ପରେ କାମ କଲା ପରି ଆଫ୍ରିକା ଓ ମଧ୍ୟପ୍ରାଚ୍ୟରେ ଯୁଦ୍ଧ କରିବାଟା ଏକ ଶିଳ୍ପରେ ପରିଣତ ହୋଇଗଲାଣି। ଆଜିର ଦୁନିଆରେ ଶିଶୁଶ୍ରମିକମାନଙ୍କର ଅଭାବ ଥିଲା ଭଳି ମନେହେଉନାହିଁ। ଏଭଳି ସ୍ଥଳେ ଏହି ପିଲାମାନଙ୍କ ପ୍ରତି ଦୟା ଓ ମମତା ପୋଷଣ କରିବା ସହିତ ସେମାନଙ୍କର ଆର୍ଥିକ ପରିସ୍ଥିତିରେ ଉନ୍ନତି କରାଇବାର ଦାୟିତ୍ୱ ସମଗ୍ର ପୃଥିବୀ ଉପରେ ପଡ଼ିଛି। ତେବେ ପୃଥିବୀର ସମୟ ନାହିଁ ଏହି ଭବିଷ୍ୟତ ପିଢ଼ିର କଥା ଚିନ୍ତା କରିବାକୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

‘ଡାକ୍ତର ହିଁ ଦ୍ୱିତୀୟ ଈଶ୍ୱର’, ଏହାକୁ ପ୍ରତିପାଦନ କରିଛନ୍ତି ପୁଣେର ଡା.ମନୋହର ଡୋଲେ। ସେ ଦୀର୍ଘ ୩୮ ବର୍ଷ ମଧ୍ୟରେ ୧.୫ ଲକ୍ଷ ଆଦିବାସୀଙ୍କୁୁ ମାଗଣାରେ...

ବସନ୍ତ ପ୍ରତ୍ୟାଖ୍ୟାତ ଉଦ୍ୟାନ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ସିପାହି ବିଦ୍ରୋହରେ ଅଂଶଗ୍ରହଣ ଅପରାଧରେ ମ୍ୟାନ୍‌ମାରଠାରେ (ସେତେବେଳର ବର୍ମା) ନିର୍ବାସିତ ରୂପେ ଶେଷଜୀବନ କଟାଇଥିଲେ ଦିଲ୍ଲୀର ଶାସକ ତଥା ପ୍ରସିଦ୍ଧ...

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ...

ଘର କେତେ ଭଲ

ଅଲେଖ ଚନ୍ଦ୍ର ମିଶ୍ର ଦିଗନ୍ତବିସ୍ତାରୀ ପ୍ରଶାନ୍ତ ମହାସାଗରର ପୂର୍ବଭାଗରେ ଗଭୀର ଜଳରାଶିର ଏକ ଦୁର୍ଗମ ଅଞ୍ଚଳରେ ଥିଲା ଏକ ଅଜଣାଅଶୁଣା ନିର୍ଜନ ଦ୍ୱୀପ। ଦ୍ୱୀପଟିର ଚତୁଃପାର୍ଶ୍ୱରେ...

ମୁଣ୍ଡ ପିଟିବା

ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଆଧାରରେ କୌଣସି ଏକ ସ୍ଥାନର ପ୍ରଦୂଷଣକୁ ମପା ଯାଇଥାଏ। ଶୂନରୁ ୫୦ ଯାଏ ‘ଉତ୍ତମ’, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ...

କୁହାଟୁଛି କୋଟିଆ

ଡ.ପ୍ରଫୁଲ୍ଲ କୁମାର ସାହୁ ଆନ୍ତଃରାଜ୍ୟ ସୀମା ବିବାଦରେ ଛନ୍ଦିହୋଇ କୁହାଟୁଛି କୋଟିଆ। ଓଡ଼ିଶା କହୁଛି କୋଟିଆ ଆମର। ସମାନ ଦାବି କରୁଛି ଆନ୍ଧ୍ର। ଓଡ଼ିଶାର ପ୍ରଶାସନିକ...

ମହରଗରୁ ଯାଇ କାନ୍ତାରରେ

ନାମକରଣ କରିବାରେ ଆମ ଦେଶର ସରକାର ବହୁ ଆଗରେ ରହିଛନ୍ତି। କଂଗ୍ରେସ ସମୟରେ ସବୁକିଛି ଗାନ୍ଧୀ ପରିବାର ନାମରେ କରାଯାଉଥିଲା। ଦିଲ୍ଲୀର ପାଲାମ ବିମାନ ବନ୍ଦରକୁ...

ପରିବେଶ ଅନୁକୂଳ ବିକଳ୍ପ ଇନ୍ଧନ ଉପରେ ଗୁରୁତ୍ୱ

ଧର୍ମେନ୍ଦ୍ର ପ୍ରଧାନ ଆମ ସମସ୍ତଙ୍କୁ ଅଳ୍ପ-ବହୁତ ବିଶ୍ୱତାପନର ଗୁରୁତର ପରିଣାମ ଭୋଗିବାକୁ ପଡ଼ୁଛି। ଭୂପୃଷ୍ଠର ତାପମାତ୍ରା ଅତି ସାମାନ୍ୟ ପରିମାଣରେ, ମାତ୍ର ୦.୩ରୁ ୧.୭ ଡିଗ୍ରୀ...

Advertisement
Archives

Model This Week