Posted inଫୁରସତ

ଟାଇମ୍‌ ବମ୍‌ ସହିତ ଆତଙ୍କବାଦୀ ନୁହେଁ, ମଦ ଡେଲିଭରି କରୁଥିବା ଯୁବକ

ପାଟନା, ୧୯।୮: ବିହାରର ଆର୍‌ଜେଡିର ମହିଳା ସାଧାରଣ ସମ୍ପାଦିକା ଗାୟତ୍ରୀ ଦେବୀ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତିଏ ଯାହା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋରେ କିଛି ଯୁବକ ସେମାନଙ୍କ ଦେହସାରା ମଦ ବୋତଲ ବାନ୍ଧି ରଖିଥିବାର ଦେଖିବାକୁ ମିଳିଛି। ଏହି ଫଟୋ ପୋଷ୍ଟ କରି ଗାୟତ୍ରୀ ଦେବୀ ବିହାରର ନୀତୀଶ କୁମାର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି, ନୀତୀଶ କୁମାର ଓ ସୁଶୀଲ ମୋଦିଙ୍କ ରାଜ୍ୟରେ ଘରେ ଘରେ ମଦ ଡେଲିଭରୀ କରୁଥିବା ଆତ୍ମନିର୍ଭର ବିହାରୀ ଯୁବକ। ଯେଉଁଠାରେ ବିହାର ସରକାର ଦାବି କରୁଥିଲେ କି ବିହାର ଆତ୍ମନିର୍ଭର ହେଉଛି ସେଠାରେ ଗାୟତ୍ରୀ ଦେବୀ ଏହି ଫଟୋ ପୋଷ୍ଟ କରି ଏହି ଦାବିକୁ ପ୍ରତ୍ୟାଖାନ କରିଛନ୍ତି।

ସେହିଭଳି ପାଟନା ଆର୍‌ଜେଡି ପକ୍ଷରୁ ମଧ୍ୟ ବିହାର ସରକାରଙ୍କୁ ଟାର୍ଗେଟ୍‌ କରି ଚୋରା ମଦ କାରବାର ଉପରେ ସେମାନେ ପ୍ରଶ୍ନବାଚୀ ଉଠାଇଛନ୍ତି। ଆର୍‌ଜେଡି ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ବିହାରରେ କୋରିଅର କମ୍ପାନୀ ସାନିଟାଇଜର ନାମରେ ମଦ ଚୋରା ଚାଲାଣ କରୁଛି। ଗୋଟିଏ ପଟେ ନୀତୀଶ କୁମାର ରାଜ୍ୟରେ ମଦ ନିଷେଧାଦେଶ ନାମରେ ମାନବଶୃଙ୍ଖଳ ସୃଷ୍ଟି କରୁଛନ୍ତି। କିନ୍ତୁ ଅପରପକ୍ଷରେ ଶାସକ ଦଳ, ମଦ ମାଫିଆ ଏବଂ ପୋଲିସର ସହଭାଗିତାରେ ଗ୍ୟାଲେନ ଗ୍ୟାଲେନ ମଦ ବିହାରରେ ପହଞ୍ଚୁଛି। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୬ ଅପ୍ରିଲ ପରଠାରୁ ବିହାରରେ ମଦ ବିକ୍ରି ନିଷେଧାଦେଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟା ଅଭିଯୋଗ କଲେ ବାପଘର ଲୋକ

ରିଷିଡା, ୫।୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସୁବାସ ରଣାଙ୍କ ସ୍ତ୍ରୀ…

ମୃତ ଛାତ୍ରଙ୍କ ପରିବାରକୁ ଭେଟିଲେ ବିଧାୟକ, ସମବେଦନା ସହ ଆର୍ଥିକ ସହାୟତା ପ୍ରଦାନ

ହାଟଡିହୀ/ଛେନାପଦୀ, ୫।୬ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ଅମୃତପୁର ଗ୍ରାମର ଜଣେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ର ଗତ…

ମହିଳା ଆଇନଜୀବିଙ୍କୁ ତହସିଲଦାରଙ୍କ ଆସୌଜନ୍ୟ ବ୍ୟବହାର ଅଭିଯୋଗ: ଧାରଣାରେ  ଆଇନଜୀବୀ

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି  ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ତାଙ୍କ ପ୍ରକୋଷ୍ଠରେ ମହିଳା ଆଇନଜୀବି ଏମ. ପ୍ରତିଭା କୁମାରୀ ରେଡ୍ଡୀଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ…

ପ୍ରକାଶ ପାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ: ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ…

ବଲାଙ୍ଗୀର,୫।୬(ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ଇଣ୍ଟ୍ରିଗେଟେଡ ବିଏଡ-ଏମଏଡ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ, ସ୍ନାତକ…

ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଲା ଭାରତ

କାକାମିଗାହାରା,୫ା୬: ଭାରତ ୧୮ ବର୍ଷରୁ କମ୍‌ ଏସିଆକପ୍‌ ହକିର ଏକ ହାଇ ଭୋଲ୍‌ଟେଜ୍‌ ସେମିଫାଇନାଲରେ ୫-୩ ଗୋଲ୍‌ରେ ପାକିସ୍ତାନକୁ ହରାଇ ଦେଇଛି। ଏଥିରେ ଆଶିଷ ପୂର୍ତ୍ତି ବ୍ୟକ୍ତିଗତ…

ଗୋଟିଏ ପଟେ ପ୍ରଶାସନିକ ଦାୟିତ୍ୱ: ଅନ୍ୟପଟେ ପରିବେଶ ପ୍ରତି ଅନୁରାଗ, ’ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ ହେଲେ ଦୁର୍ଗପତିସାରଦା ପ୍ରସାଦ ଦାସ

ଗଞ୍ଜାମ,୫।୬(ଅନାଥ ତରାଇ/ବିଦ୍ୟାଧର ସାହୁ ): ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ଅଷ୍ଟମ ବାଟାଲିୟନର ଦୁର୍ଗପତି ସାରଦା ପ୍ରସାଦ ଦାସଙ୍କୁ ଜିଲାସ୍ତରୀୟ ସମ୍ମାନଜନକ ପ୍ରକୃତି ମିତ୍ର ପୁରସ୍କାର…

ନୀରଜଙ୍କୁ ଅତିକ୍ରମ କରି ସୁପର ଷ୍ଟାର ଭାବେ ଉଭା ହେଲେ ଏହି ଖେଳାଳି, ଜାଣନ୍ତୁ…

ରୋମ୍‌,୫ା୬: ଶ୍ରୀଲଙ୍କାର ରୁମେଶ ଥରାଙ୍ଗା ପାଥିରେଜ ଏସିଆର ପରବର୍ତ୍ତୀ ଜାଭେଲିନ ସୁପର ଷ୍ଟାର ଭାବେ ଉଭା ହୋଇଛନ୍ତି। ଏଥିପାଇଁ ନୀରଜ ଚୋପ୍ରା ଓ ଅର୍ଶାଦ ନଦିମଙ୍କୁ ଚଳିତ…

ଅଚାନକ ଡାକ୍ତରଖାନାରେ ପହଞ୍ଚିଲେ ସିଡିଏମ୍‌ଓ

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ସ୍ଥିତ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି )ରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ଗ୍ରାମବାସୀମାନେ ସିଏଚସି ଅଧିକାରୀଙ୍କୁ ସାକ୍ଷାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri