ସ୍ଲଟ୍‌ ମିଳୁନି, ଜରିମାନା ଭୟ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ନମ୍ବର ପ୍ଲେଟ୍‌ର ଶେଷ ଅଙ୍କ ୧, ୨,୩ ଓ ୪ ଥିବା ପୁରୁଣା ଗାଡ଼ିଗୁଡ଼ିକରେ ହାଇ୍‌ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ (ଏଚ୍‌ଏସ୍‌ଆର୍‌ପି) ଲଗାଇବା ଅବଧି ସେପ୍ଟେମ୍ବର ୩୦ରେ ଶେଷ ହେବ। ଏହାପରେ ଏଚ୍‌ଏସ୍‌ଆର୍‌ପି ଲାଗି ନ ଥିବା ଉକ୍ତ ବର୍ଗର ଗାଡ଼ି ମାଲିକଙ୍କଠାରୁ ୫ରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ହାତରେ ଆଉ ୬ ଦିନ ଥିବାବେଳେ ବହୁ ଗାଡ଼ିମାଲିକ ଶତଚେଷ୍ଟା କରି ମଧ୍ୟ ଏଚ୍‌ଏସ୍‌ଆର୍‌ପି ଲଗାଇବାକୁ ସମର୍ଥ ହୋଇପାରୁନାହାନ୍ତି। ଏଚ୍‌ଏସ୍‌ଆର୍‌ପି ପାଇଁ ଇଣ୍ଟରନେଟ୍‌ ଜରିଆରେ ବୁକିଂ କରିବାକୁ ପଡୁଛି। ପ୍ରବଳ ଭିଡ଼ ରହିଥିବାରୁ ୨ ମାସ ପୂର୍ବରୁ ସ୍ଲଟ୍‌ ବୁକିଂ ହେଉନାହିଁ। ଗୋଟିଏ ପଟେ ସ୍ଲଟ୍‌ ମିଳୁ ନ ଥିବାବେଳ ଅନ୍ୟପଟେ ବଡ଼ଧରଣର ଜରିମାନା ଭୟ ଗାଡ଼ିମାଲିକଙ୍କୁ ଘାରୁଛି। ଅନ୍ୟପକ୍ଷରେ ଡିଲରମାନେ ଅବଧି ଶେଷ ହେଉଥିବା ଡର ଦେଖାଇ ଗାଡ଼ିମାଲିକଙ୍କଠାରୁ ମନଇଚ୍ଛା ଦର ଭିଡ଼ିବା ଅଭିଯୋଗ ହେଉଛି। ଦର ଧାର୍ଯ୍ୟ କରାଯାଇ ନ ଥିବାରୁ ଡିଲରମାନଙ୍କୁ ମନଇଚ୍ଛା ଫି’ ଆଦାୟ କରିବା ନେଇ ଏକପ୍ରକାର ସୁଯୋଗ ସୃଷ୍ଟି କରାଯାଇଛି। ଏଥିଯୋଗୁ ଗାଡ଼ି ମାଲିକ ଶୋଷଣର ଶିକାର ହେବାର ବାଟ ଖୋଲିଯାଇଛି।
ପରିବହନ ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଗାଡ଼ିଗୁଡ଼ିକର ପଞ୍ଜୀକରଣ ନମ୍ବରର ଶେଷ ଅଙ୍କ ୧ ଓ ୨ ରହିଛି ସେହି ଗାଡ଼ିଗୁଡ଼ିକ ଅଗଷ୍ଟ ୩୧ ମଧ୍ୟରେ ଏଚ୍‌ଏସ୍‌ଆର୍‌ପି ଲଗାଇବେ। ସେହିପରି ଶେଷ ଅଙ୍କ ୩ ଓ ୪ ପାଇଁ ସେପ୍ଟେମ୍ବର ୩୦, ଶେଷ ଅଙ୍କ ୫ ଓ ୬ ପାଇଁ ଅକ୍ଟୋବର ୩୧, ଶେଷ ଅଙ୍କ ୭ ଓ ୮ ପାଇଁ ନଭେମ୍ବର ୩୦ ଏବଂ ୯ ଓ ୦ ପାଇଁ ଡିସେମ୍ବର ୩୧ ଧାର୍ଯ୍ୟ କରାଯାଇଛି। ଯେଉଁମାନେ ଏଚ୍‌ଏସ୍‌ଆର୍‌ପି ବ୍ୟବହାର କରିବେ ନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ମୋଟର ଯାନ ଆଇନ-୧୯୮୮ର ସେକ୍ସନ ୧୯୨ ଅନୁଯାୟୀ ୫ରୁ ୧୦ ହଜାର ଟଙ୍କା ଯାଏ ଜରିମାନା କରାଯିବ। ନମ୍ବର ପ୍ଲେଟ୍‌ ବଦଳାଇବା କାମ ଗାଡ଼ି ନିର୍ମାଣକାରୀ ସଂସ୍ଥା ହାତକୁ ଟେକି ଦିଆଯାଇଛି। ୪ଟି ସଂସ୍ଥା ରାଜ୍ୟରେ ପ୍ରତି ମାସରେ ୭ରୁ ୮ ଲକ୍ଷ ନୂଆ ଗାଡ଼ିର ନମ୍ବର ପ୍ଲେଟ୍‌ ଲଗାଉଛନ୍ତି। ଏଥିସହିତ ପୁରୁଣା ଗାଡ଼ିର ନମ୍ବର ପ୍ଲେଟ୍‌ ବଦଳାଇବାକୁ ହେବ। ଏ ନେଇ ସେହି ସଂସ୍ଥାଗୁଡ଼ିକ ପାଖରେ କି ଭିତ୍ତିିଭୂମି ରହିଛି ସେ ନେଇ ପରିବହନ ବିଭାଗ ପକ୍ଷରୁ କୌଣସି ଯାଞ୍ଚ କରାଯାଇ ନାହିଁ। ନମ୍ବର ପ୍ଲେଟ୍‌ ବଦଳାଇବା ପାଇଁ କେତେ ଟଙ୍କା ଦେବାକୁ ହେବ ସେ ନେଇ ମଧ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କିଛି କୁହାଯାଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଦୁଇଚକିଆ ଯାନ ବିକ୍ରି କରୁଥିବା ଡିଲରମାନେ ନୂଆ ଗାଡ଼ି ପାଇଁ ହାଇ ସକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ ବାବଦରେ ୩୫୦ରୁ ୫୦୦ ଟଙ୍କା ନେଉଥିବା ବେଳେ ଚାରିଚକିଆ ପାଇଁ ୬୦୦ରୁ ୧ହଜାର ନେଉଛନ୍ତି। ପୁରୁଣା ୨ ଚକିଆ ଗାଡ଼ି ପାଇଁ ୩୦୦ରୁ ୫୦୦ ଓ ୪ ଚକିଆ ପାଇଁ ୧୫୦୦ ଟଙ୍କା ନେଉଥିବା ଭୁବନେଶ୍ୱରରେ ଦୁଇ ଓ ଚାରିଚକିଆ ଯାନ ବିକ୍ରି କରୁଥିବା ଏକ ସଂସ୍ଥାର ମୁଖ୍ୟ ସୂଚନା ଦେଇଛନ୍ତି। ପୁରୁଣା ଗାଡ଼ି ପାଇଁ କୌଣସି ଦର ଧାର୍ଯ୍ୟ ହୋଇ ନ ଥିବାରୁ ଗାଡ଼ିମାଲିକଙ୍କୁ ଦେଢ଼ରୁ ଦୁଇଗୁଣା ଦେବାକୁ ପଡୁଛି।
ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ୍‌ ପ୍ଲେଟ୍‌ ତିଆରି କରୁଥିବା କମ୍ପାନୀଙ୍କ କହିବା କଥା, ଅକ୍ଟୋବରରୁ ନିୟମକୁ କଡ଼ାକଡ଼ି କରିବା ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସ୍ପଷ୍ଟ କରିବା ପରେ ଆବେଦନ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଏହି ନମ୍ବର ପ୍ଲେଟ୍‌ ଉତ୍ପାଦନ ବଢ଼ାଯାଇଛି। ଆଗକୁ ପାର୍ବଣ ଥିବାରୁ ଡିଲରମାନେ ଗାଡ଼ି ବିକ୍ରିରେ ବ୍ୟସ୍ତ ରହିବେ। ଏହାଛଡ଼ା ଅନେକ ଛୁଟିଦିନ ରହିବ। ଏଥିଯୋଗୁ ଏଚ୍‌ଏସ୍‌ଆର୍‌ପିର ଯୋଗାଣର ଏକ ସପ୍ତାହ ୱେଟିଂ ପିରିୟଡକୁ ୧୫ ଦିନ ଯାଏ ବଢ଼ାଯାଇଛି। ଅନ୍ୟପକ୍ଷରେ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଶେଷ ଅଙ୍କ ୧ ଓ ୨ ଥିବା ଗାଡ଼ ପାଇଁ ଅଗଷ୍ଟ ୩୧ ଯାଏ ସମୟ ଦିଆଯାଇଥିଲା। କିନ୍ତୁ ଗତ ମାସରେ ବନ୍ୟା କାରଣରୁ ଏ ଅବଧିକୁ ସେପ୍ଟେମ୍ବର ଯାଏ ବଢ଼ାଯାଇଛି। ଆଗକୁ ଆଉ ଡେଡ୍‌ଲାଇନ୍‌ ବଢ଼ିବନି। କିନ୍ତୁ ୱେଟିଂ ପିରିୟଡ ବଢ଼ୁଥିବାରୁ ଜରିମାନା ଆଦାୟ କରାଯିବ କି ନାହିଁ ସରକାର ଉପଯୁକ୍ତ ସମୟରେ ନିଷ୍ପତ୍ତି ନେବେ।
ସୂଚନା ଅନୁସାରେ, ପୁରୁଣା ନମ୍ବର ପ୍ଲେଟ୍‌ ବଦଳାଇବା ପାଇଁ ଏବେ ଦିନକୁ ୫୦ ହଜାରରୁ ଅଧିକ ଆବେଦନ ଆସୁଛି। ପ୍ରତିଦିନ ୧୩ ହଜାରରୁ ଅଧିକ ପ୍ଲେଟ୍‌ ଲାଗୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ ୬୦ ହଜାରରୁ ଅଧିକ ଆବେଦନ ଆସିଥିବା ବେଳେ ୬ ଲକ୍ଷ ୫୧ ହଜାର ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ଲାଗି ସାରିଲାଣି। ପରିବହନ କମିଶନର ଅରୁଣ ବୋଥ୍ରା କହିଛନ୍ତି ଯେ ରାଜ୍ୟର ସମସ୍ତ ଗାଡ଼ି ଡିଲରଙ୍କ ପାଖରେ ନମ୍ବର ପ୍ଲେଟ ବଦଳାଯାଇପାରିବ। ନିଜର ସୁବିଧା ଦେଖି ଲୋକମାନେ କେଉଁଠି ଓ କେତେବେଳେ ଲଗାଇବେ ତାହା ନିଷ୍ପତ୍ତି ନେବେ। ନମ୍ବର ପ୍ଲେଟ୍‌ ପାଇଁ କୌଣସି ମୂଲ୍ୟ ଧାର୍ଯ୍ୟ କରାଯାଇ ନାହିଁ। କେଉଁ ଡିଲର କେତେ ଟଙ୍କା ନେଉଛନ୍ତି ତାହା ଓ୍ବେବ୍‌ସାଇଟରେ ଉପଲବ୍ଧ ରହୁଛି। ଲୋକମାନେ ମୂଲଚାଲ କରି ଯେ କୌଣସି ଡିଲର ପାଖରେ ଲଗାଇ ପାରିବେ। ସରକାର ଏହି ମୂଲ୍ୟ ଧାର୍ଯ୍ୟ କରିପାରିବେ ନାହିଁ। ନୂଆ ଗାଡ଼ିରେ ନମ୍ବର ପ୍ଲେଟ୍‌ ପାଇଁ ଯେତିକି ଟଙ୍କା ଦେବାକୁ ପଡୁଛି ପୁରୁଣା ଗାଡ଼ିରେ ସେତିକି ଦେବାକୁ ପଡ଼ିବ। ଯଦି ଧାର୍ଯ୍ୟ ସମୟରେ ନମ୍ବର ପ୍ଲେଟ୍‌ ଲାଗିବାରେ ସମସ୍ୟା ହେବ ତେବେ ଜନସାଧାରଣଙ୍କ ହିତକୁ ଦେଖି ସରକାର ନିଷ୍ପତ୍ତି ନେବେ। ତେବେ ଏ ନେଇ ଏବେ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଗାଡ଼ିମାଲିକ ସୁଦର୍ଶନ ରାଉତ କହିଛନ୍ତି ଯେ ମୋର ୭ ଖଣ୍ଡ ଗାଡ଼ି ରହିଛି। ମାସେ ହେଲା ସ୍ଲଟ୍‌ ବୁକିଂ କରିଥିଲେ ମଧ୍ୟ ସବୁ ନମ୍ବର ଆଉ ୬ ଦିନରେ ବଦଳାଇବା ସମ୍ଭବ ନୁହେଁ। ସରକାର ଏହାର ଅବଧି ଆଉ ୩ ମାସ ବଢ଼ାଇ ଦେଲେ ସହଜରେ ନମ୍ବର ପ୍ଲେଟ୍‌ ଲାଗିଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?