Posted inଫୁରସତ

୫୯ ବର୍ଷ ପରେ ନିକଟତର ହେବ ବୃହସ୍ପତି

ଓ୍ବାଶିଂଟନ୍‌: ସମୟକ୍ରମେ ଗ୍ରହ ଓ ଉପଗ୍ରହମାନଙ୍କ ଚଳନ ହୋଇଥାଏ। ମାଇଲ, ମାଇଲ ଦୂରରେ ଥିବା ଗ୍ରହ ଅନେକ ସମୟରେ ପୃଥିବୀ କିମ୍ବା ଅନ୍ୟ ଗ୍ରହମାନଙ୍କ ନିକଟତର ହୋଇଥାନ୍ତି, ଯାହାକୁ ସୌରମଣ୍ଡଳରେ ଗ୍ରହମାନଙ୍କ ଐତିହାସିକ ମୁହୂର୍ତ୍ତ ବୋଲି କୁହାଯାଇପାରିବ। ପୃଥିବୀଠାରୁ ୬୦୦ ମିଲିୟନ୍‌ ମାଇଲ୍‌ ଦୂରରେ ଥିବା ବୃହସ୍ପତି ଆସନ୍ତା ୨୬ ତାରିଖରେ ପୃଥିବୀର ନିକଟତର ହେବାକୁ ଯାଉଛି। ଅର୍ଥାତ୍‌ ସୌରମଣ୍ଡଳର ସବୁଠାରୁ ବଡ଼ ଗ୍ରହ ପୃଥିବୀଠାରୁ ୩୬୭ ମିଲିୟନ୍‌ ମାଇଲ୍‌ ଦୂରରେ ଅବସ୍ଥାପିତ ହେବାକୁ ଯାଉଛି। ତେବେ ୫୯ ବର୍ଷ ପରେ ବୃହସ୍ପତି ପୃଥିବୀର ନିକଟତର ହେବାକୁ ଯାଉଛି। ୨୬ ତାରିଖ ରାତିତମାମ୍‌ ବୃହସ୍ପତିକୁ ସ୍ପଷ୍ଟଭାବେ ପୃଥିବୀବାସୀ ଦେଖିପାରିବେ ବୋଲି ନାସା ପକ୍ଷରୁ କୁହାଯାଇଛି। ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ହେବା ପରେ ବୃହସ୍ପତି ପୂର୍ବ ଦିଗରେ ଦୃଶ୍ୟମାନ ହେବ। ସୋମବାର ବୃହସ୍ପତି, ସୂର୍ଯ୍ୟ ମଧ୍ୟରେ ପୃଥିବୀ ରହିବ। ପ୍ରତି ୧୩ ମାସରେ ଥରେ ବୃହସ୍ପତି ପୃଥିବୀର ନିକଟତର ହୋଇଥାଏ। ସେ ସମୟରେ ବୃହସ୍ପତି ଅତି କ୍ଷୁଦ୍ର ଆକାରରେ ଦେଖାଯାଉଥିଲେ ହେଁ ୨୬ ତାରିଖରେ ବୃହସ୍ପତି ସ୍ପଷ୍ଟ ଭାବେ ଦେଖାଯିବ। ଏକ ଭଲ ବାଇନାକୁଲାରରେ ବୃହସ୍ପତିକୁ ଦେଖିବା ସମ୍ଭବପର ହେବ ବୋଲି ବିଶେଷଜ୍ଞ କହିଛନ୍ତି। ଉଚ୍ଚ ସ୍ଥାନରେ ରହି ମଧ୍ୟ ଏହି ମହାଜାଗତିକ ଦୃଶ୍ୟକୁ ଉପଭୋଗ କରାଯାଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଚେତନତା ପେଣ୍ଟିଂ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ରୋକିବା ପାଇଁ ଦେଶର ସବୁ ସଚେତନ ନାଗରିକମାନେ ପ୍ରୟାସ ଜାରି ରଖିଛନ୍ତି। ସମସ୍ତେ ନିଜ ନିଜ ଉଦ୍ୟମରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି।...

ଆଉ ଦେଖିବାକୁ ମିଳିବନି ଲାଲ୍‌ରଙ୍ଗର ସେଓ

ସାଧାରଣତଃ ବଜାରରେ ଲାଲ୍‌ରଙ୍ଗର ସେଓ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ମାତ୍ର ଏବେ ଆଉ ଏହି ସେଓ ଦେଖିବାକୁ ମିଳିବନି। ଏଥିପାଇଁ ପରିବର୍ତ୍ତିତ ଜଳବାୟୁ ହିଁ...

୧୩ ବର୍ଷ ବଡ ପ୍ରଦୀପଙ୍କ ପ୍ରେମରେ କେମିତି ପଡିଲେ ଆଇଏଏସ୍‌ ଟିନା ଡାବି

ନୂଆଦିଲ୍ଲୀ,୩୧।୩: ୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୨୦୧୩...

୬୭ ପବ୍‌ରେ ମଦ ପିଇ ୱାଲର୍‌ଡ ରେକର୍ଡ

ଲଣ୍ଡନ: ୱାଲର୍‌ଡ ରେକର୍ଡ କରିବା ନିଶାରେ ଅନେକ ବ୍ୟକ୍ତି ଅଜବ କାମ କରିବାକୁ ପଛାଇ ନ ଥାନ୍ତି। ଏପରି ଏକ ଘଟଣା ସାମ୍‌ନାକୁ ଆସିଛି। ବ୍ରିଟେନ୍‌ରେ...

୬୦୦ ଫୁଟ ତଳେ ଅଜ୍ଞାତ ଦୁନିଆ

ବେଜିଂ: ଦୁନିଆରେ ଏପରି କିଛି ଜାଗା ରହିଛି, ଯାହା ବାବଦରେ ଏହି ଆଧୁନିକ ଯୁଗରେ ମଣିଷ ଏବେ ବି ବିଜ୍ଞ। ସେହି ସବୁ ଜାଗା ପ୍ରକୃତିର...

ବର ଆସିଲେ ଓଟ ଚଢ଼ି

ବିବାହକୁ ସ୍ମରଣୀୟ କରିବା ପାଇଁ କିଏ କେତେ ପ୍ରକାର ଯୋଜନା କରୁଛନ୍ତି। ନିକଟରେ ମହାରାଷ୍ଟ୍ରରେ ହୋଇଥିବା ଏକ ବିବାହ ବି ଚର୍ଚ୍ଚାର ବିଷୟ ପାଲଟିଥିଲା। କାରଣ...

ଚନ୍ଦ୍ର ଅବତରଣର ଅରିଜିନାଲ ଭିଡିିଓ ବିକ୍ରି ହେଲା

ନ୍ୟୁୟର୍କ, ୨୧।୭ :୨୦ ଜୁଲାଇ, ୧୯୬୯ରେ ପ୍ରଥମେ ମଣିଷ ଚନ୍ଦ୍ରରେ ପାଦ ରଖିଥିଲା। ସେହିି ସମୟର ପ୍ରତ୍ୟେକ ମୁହୂର୍ତ୍ତକୁ ରେକର୍ଡିିଂ କରାଯାଇଥିବା ଭିଡିଓକୁ ନାସା ପକ୍ଷରୁ...

ବନ୍ଦୀ ବରଗଛ…

ପାକିସ୍ତାନର ଖୈବରଠାରେ ରହିଛି ଏକ ବରଗଛ। ୧୨୦ ବର୍ଷ ଧରି ଏହି ବରଗଛକୁ ଲୁହା ଜଞ୍ଜିରରେ ବନ୍ଧା ଯାଇଛି। ଗଛରେ ଏକ ବୋର୍ଡରେ ଲେଖା ଯାଇଛି...

Advertisement
Archives

Model This Week