ଗାଁକୁ ନାହିଁ ରାସ୍ତା: ଖଟିଆରେ ବୁହାହେଲେ ଗର୍ଭବତୀ

କେନ୍ଦୁଝର,୧୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଏବେ ମଧ୍ୟ ଅନେକ ଗ୍ରାମ, ସାହିକୁ ସବୁଦିନିଆ ରାସ୍ତା ନାହିଁ। ଫଳରେ ଗ୍ରାମକୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ଗାଡ଼ି ଭଳି ଅତ୍ୟାବଶ୍ୟକୀୟ ଯାନ ପହଞ୍ଚି ପାରୁନାହିଁ। ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ରୋଗୀଙ୍କୁ ଗ୍ରାମବାସୀ ଓ ସମ୍ପର୍କୀୟ ଖଟିଆ, ପାଛିଆରେ ବୋହି ଜଙ୍ଗଲ, ନଦୀରେ ପଶି ଯାଉଥିବା ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଥାଏ। ଏଭଳି ଘଟଣା ପୁଣି ତେଲକୋଇ ବ୍ଲକ୍‌ ତାଳପଦା ପଞ୍ଚାୟତ ତାଳପଦା ମୁଣ୍ଡା ସାହିରେ ଦେଖିବାକୁ ମିଳୁଛି।

ପ୍ରକାଶ ଯେ, ତାଳପଦା ମୁଣ୍ଡା ସାହିର ସାମୁଏଲ ମୁଣ୍ଡାଙ୍କ ସ୍ତ୍ରୀ ଲିପି ମୁଣ୍ଡାଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସାହିରେ ମୋବାଇଲ ନେଟ୍‌ୱର୍କ ନ ଥିବାରୁ ଆମ୍ବୁଲାନ୍ସକୁ ଡାକିବା ସମ୍ଭବ ହୋଇପାରି ନ ଥିଲା। ଗଛ ଉପରକୁ ଯାଇ ସାହିର କିଛି ଯୁବକ ବହୁ କଷ୍ଟରେ ଆମ୍ବୁଲାନ୍ସକୁ କଲ୍‌ କରିଥିଲେ। ମାତ୍ର ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସ ପହଞ୍ଚିଲେ ହେଁ ସାହିକୁ ଯାଇ ପାରି ନ ଥିଲା।

ସମାକୋଇ ନଦୀ ଉପରେ ପୋଲ ତିଆରି ହେଉଥିବାରୁ ଗାଡ଼ି ଯାତାୟାତ ନିମନ୍ତେ ନଦୀ ଭିତରେ ଡ୍ରାଇଭରସନ ତିଆରି କରାଯାଇଛି। ହେଲେ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ନିଜର ସ୍ବାର୍ଥ ସାଧନ ପାଇଁ ଡ୍ରାଇଭରସନ ରୋଡ଼କୁ ପଥର ଓ କାଠ ଖୁଣ୍ଟା ପକାଇ ରାସ୍ତାକୁ ଅବରୋଧ କରିଛନ୍ତି। ଆମ୍ବୁଲାନ୍ସ ଯାଇ ନ ପାରି ସେଠାରେ ରହିଥିଲା। ଫଳରେ ସାହି ଲୋକେ ୨ କି.ମି. ରାସ୍ତା ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ଲିପିଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ ଫେଲ୍‌ ସାଜିଲା କାଳ: ଦୁଇଟି ଟ୍ରକ୍‌ ମଧ୍ୟରେ ଚାପି ହୋଇଗଲା ବୋଲେରୋ, ଜୀବନ୍ତ ଜଳିଗଲେ ୬ ଯାତ୍ରୀ, ମୃତ୍ୟୁର ଚିତ୍କାରରେ…

ମିର୍ଜାପୁର,୨୨।୪: ମିର୍ଜାପୁର-ରିୱା ଜାତୀୟ ରାଜପଥରେ ବୁଧବାର ରାତିରେ ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଗାଡ଼ି ଦୁଇଟି ଟ୍ରକ ମଝିରେ ଚାପି ହୋଇଯିବା…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଉଁଶ ବଣ, ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ…

ବନ୍ତ,୨୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ସମ୍ମୁଖରେ ଥିବା ଏକ ବାଉଁଶ ବଣରେ ବୁଧବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ସ୍ଥାନୀୟ…

କଲ୍ୟାଣ ମଣ୍ଡପ ଏବେ ଅସ୍ଥାୟୀ ଗଞ୍ଜାମ ଏନ୍‌ଏସି କାର୍ଯ୍ୟାଳୟ

ଗଞ୍ଜାମ,୨୩।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାର ସ୍ଥିତ ଏନ୍‌ଏସି (NAC) କାର୍ଯ୍ୟାଳୟ ଏବେ କଲ୍ୟାଣୀ ମଣ୍ଡପକୁ ସ୍ଥାନାନ୍ତରିତ ହେବାକୁ ଯାଉଛି। ପୁରୁଣା କାର୍ଯ୍ୟାଳୟ ଗୃହକୁ ଭାଙ୍ଗି…

ବୈତରଣୀରେ ବେଆଇନ ବାଲି ଉଠାଣ ଉପରେ ଲାଗିଲା ଲଗାମ, ଧାରା ୧୬୩ ଜାରି

ଭଦ୍ରକ, ୨୨।୪(ସନାତନ ରାଉତ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧିନରେ ବୈତରଣୀ ନଦୀରେ ବିଭିନ୍ନ ବାଲି ଘାଟରୁ ବେଆଇନ ବାଲି ଉଠାଣ ବଢ଼ି ଚାଲିଛି। ଏହି ଅବୈଧ ବାଲି…

ଅସହ୍ୟ ତାତି: ବରଗଡ଼ ଜିଲାରେ ଏହି ତାରିଖ ପର୍ଯ୍ୟନ୍ତ ବଢ଼ିଲା ସ୍କୁଲ, କଲେଜ ଛୁଟି

ବରଗଡ଼, ୨୨।୪ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

ବନ ବିଭାଗର ବର୍ବରତା: ଗଣମାଧ୍ୟମରେ ଖବର ପ୍ରକାଶ ପରେ ଓଡ଼ିଶା ମାନବାଧିକାର କମିଶନଙ୍କ ହସ୍ତକ୍ଷେପ

ଥୁଆମୂଳ ରାମପୁର, ୨୨ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଅଭୟାରଣ୍ୟ ସଂଲଗ୍ନ ତେନ୍ତୁଳିପଦର ଗ୍ରାମରେ ଜଣେ ପଟ୍ଟାଧାରୀ ଆଦିବାସୀଙ୍କୁ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଅମାନୁଷିକ…

ଆଉ ୧୫ ଦିନ ପରେ ବଢ଼ିପାରେ ତେଲ ଦର! ପେଟ୍ରୋଲିୟମ ଡିଲର୍ସ ସଂଘ କହିଲା….

ନୂଆଦିଲ୍ଲୀ,୨୨।୪: ତୈଳ ଦରକୁ ନେଇ ପେଟ୍ରୋଲିୟମ ଡିଲର୍ସ ସଂଘର ଆକଳନ । ଆଉ ୧୫ ଦିନ ଯୁଦ୍ଧ ସ୍ଥିତି ଲାଗିଲ ରହିଲେ, ବଢ଼ିପାରେ ତେଲ ଦର। ଅଶୋଧିତ…

ଆନନ୍ଦପୁରରେ ପୋଲିସକୁ ବଡ଼ ସଫଳତା: ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨୦ ଗିରଫ

କେନ୍ଦୁଝର/ହାଟଡିହୀ/ଆନନ୍ଦପୁର, ୨୨/୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନ ବିଭିନ୍ନ ଥାନା ଅଞ୍ଚଳରୁ ପୋଲିସ ଚୋରା ଗଞ୍ଜେଇ ବିକ୍ରି ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri