ମିଳୁନି ଲାଭ, ତଥାପି ଛାଡି ହେଉନି ବୃତ୍ତି

ରୂପ୍‌ସା,୯।୧: ବାଉଁଶରୁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ହେଉଛି ଆମର କୌଳିକ ବୃତ୍ତି। ଅଧିକ ଲାଭ ମିଳୁ ନ ଥିଲେ ବି ବୃତ୍ତିକୁ ଛାଡ଼ି ହେଉନି। ପୁରୁଷ ପୁରୁଷ ଧରି ଏହି ବୃତ୍ତିକୁ ଅପଣାଇ ଦୟନୀୟ ପରିସ୍ଥିତିରେ ଜୀବିକା ନିର୍ବାହ କରୁଛୁ। ବର୍ତ୍ତମାନ କରୋନା ମାଡ଼ରେ ହାତ ବନ୍ଦ ହୋଇଯାଇଛି। ଇତି ମଧ୍ୟରେ ସରକାର ବିଭିନ୍ନ ବର୍ଗର ଲୋକଙ୍କୁ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ହେଲେ ସରକାର ତାଙ୍କୁ ଆଡ଼ ନଜରରେ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବାଉଁଶ କାରିଗକର ମତପ୍ରକାଶ କରିଛନ୍ତି।
ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଲଛମନଖୁଣ୍ଟା ଅଞ୍ଚଳର ଡୁମସାହି ଗାଁ। ଗାଁରେ ଲକ୍ଷ୍ମଣ କାଳନ୍ଦୀ, ଉତ୍ତମ କାଳନ୍ଦୀ, ଅଭି କାଳନ୍ଦୀ, ଅନ୍ତା କାଳନ୍ଦୀ, ଫନୀ କାଳନ୍ଦୀ, କର୍ମୁ କାଳନ୍ଦୀ ଓ ସନ୍ତୋଷ କାଳନ୍ଦୀଙ୍କ ସମେତ ୧୦ରୁ ଅଧିକ ହରିଜନ ସମ୍ପ୍ରଦାୟର ବାଉଁଶ କାରିଗର ପରିବାର ବାସକରନ୍ତି। ସେମାନେ ବାଉଁଶରୁ ଚଲା, ଚାଲୁଣୀ, ଝୁଡ଼ା, ପାଛିଆ, କେଟିଆ, ଝାମ୍ପି, ଦଲମା ଆଦି ସାମଗ୍ରୀ ତିଆରି କରିଥାନ୍ତି। ଏହା ହିଁ ତାଙ୍କର ବଞ୍ଚତ୍ବାର ଆଧାର। କାରିଗର ଲକ୍ଷ୍ମଣ କାଳନ୍ଦୀ କହନ୍ତି, ବାପ, ଗୋଁସିବାପ ଅମଳରୁ ଆମେ ଏହି ବ୍ୟବସାୟ କରିଆସୁଛୁ। ଗୋଟିଏ ବାଉଁଶକୁ ୮୦ରୁ ୧୦୦ ଟଙ୍କା ମଧ୍ୟରେ କିଣିବାକୁ ପଡୁଛି। ସେଥିରୁ ବିଭିନ୍ନ ସାମଗ୍ରୀ ତିଆରି କରି ସାଇକେଲରେ ହାଟ,ବଜାର ବୁଲି ବିକ୍ରି କରିଥାଉ। ମାସରେ ୩ରୁ ୪ହଜାର ଟଙ୍କା ରୋଜଗାର ହୁଏ। ସେଇ ପଇସାରେ ଚାଉଳ, ରାଶନ, ତେଲଲୁଣ, ଔଷଧ, ଲୁଗାପଟା କିଣି ଚଳିବାକୁ ପଡ଼େ। ବେପାର ହେଲେ ଚୂଲୀ ଜଳେ, ନ ହେଲେ ପୂରା ପରିବାର, ପିଲାଛୁଆ ଭୋକ ଉପାସରେ ଦିନ କାଟୁ। ନିଜ ପରିଶ୍ରମରୁ ଯାହା ଦି ପଇସା ଲାଭ ମିଳେ ତାହା ହଁି ଆମ ସମ୍ବଳ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?