ମିଳୁନି ଲାଭ, ତଥାପି ଛାଡି ହେଉନି ବୃତ୍ତି

ରୂପ୍‌ସା,୯।୧: ବାଉଁଶରୁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ହେଉଛି ଆମର କୌଳିକ ବୃତ୍ତି। ଅଧିକ ଲାଭ ମିଳୁ ନ ଥିଲେ ବି ବୃତ୍ତିକୁ ଛାଡ଼ି ହେଉନି। ପୁରୁଷ ପୁରୁଷ ଧରି ଏହି ବୃତ୍ତିକୁ ଅପଣାଇ ଦୟନୀୟ ପରିସ୍ଥିତିରେ ଜୀବିକା ନିର୍ବାହ କରୁଛୁ। ବର୍ତ୍ତମାନ କରୋନା ମାଡ଼ରେ ହାତ ବନ୍ଦ ହୋଇଯାଇଛି। ଇତି ମଧ୍ୟରେ ସରକାର ବିଭିନ୍ନ ବର୍ଗର ଲୋକଙ୍କୁ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ହେଲେ ସରକାର ତାଙ୍କୁ ଆଡ଼ ନଜରରେ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବାଉଁଶ କାରିଗକର ମତପ୍ରକାଶ କରିଛନ୍ତି।
ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଲଛମନଖୁଣ୍ଟା ଅଞ୍ଚଳର ଡୁମସାହି ଗାଁ। ଗାଁରେ ଲକ୍ଷ୍ମଣ କାଳନ୍ଦୀ, ଉତ୍ତମ କାଳନ୍ଦୀ, ଅଭି କାଳନ୍ଦୀ, ଅନ୍ତା କାଳନ୍ଦୀ, ଫନୀ କାଳନ୍ଦୀ, କର୍ମୁ କାଳନ୍ଦୀ ଓ ସନ୍ତୋଷ କାଳନ୍ଦୀଙ୍କ ସମେତ ୧୦ରୁ ଅଧିକ ହରିଜନ ସମ୍ପ୍ରଦାୟର ବାଉଁଶ କାରିଗର ପରିବାର ବାସକରନ୍ତି। ସେମାନେ ବାଉଁଶରୁ ଚଲା, ଚାଲୁଣୀ, ଝୁଡ଼ା, ପାଛିଆ, କେଟିଆ, ଝାମ୍ପି, ଦଲମା ଆଦି ସାମଗ୍ରୀ ତିଆରି କରିଥାନ୍ତି। ଏହା ହିଁ ତାଙ୍କର ବଞ୍ଚତ୍ବାର ଆଧାର। କାରିଗର ଲକ୍ଷ୍ମଣ କାଳନ୍ଦୀ କହନ୍ତି, ବାପ, ଗୋଁସିବାପ ଅମଳରୁ ଆମେ ଏହି ବ୍ୟବସାୟ କରିଆସୁଛୁ। ଗୋଟିଏ ବାଉଁଶକୁ ୮୦ରୁ ୧୦୦ ଟଙ୍କା ମଧ୍ୟରେ କିଣିବାକୁ ପଡୁଛି। ସେଥିରୁ ବିଭିନ୍ନ ସାମଗ୍ରୀ ତିଆରି କରି ସାଇକେଲରେ ହାଟ,ବଜାର ବୁଲି ବିକ୍ରି କରିଥାଉ। ମାସରେ ୩ରୁ ୪ହଜାର ଟଙ୍କା ରୋଜଗାର ହୁଏ। ସେଇ ପଇସାରେ ଚାଉଳ, ରାଶନ, ତେଲଲୁଣ, ଔଷଧ, ଲୁଗାପଟା କିଣି ଚଳିବାକୁ ପଡ଼େ। ବେପାର ହେଲେ ଚୂଲୀ ଜଳେ, ନ ହେଲେ ପୂରା ପରିବାର, ପିଲାଛୁଆ ଭୋକ ଉପାସରେ ଦିନ କାଟୁ। ନିଜ ପରିଶ୍ରମରୁ ଯାହା ଦି ପଇସା ଲାଭ ମିଳେ ତାହା ହଁି ଆମ ସମ୍ବଳ।


Enter your email to get our daily news in your inbox.

All Right Reserved By Dharitri.Com

ଧାନବିଲରେ ପଡ଼ିଛି ଅର୍ଦ୍ଧଦଗ୍ଧ ମୃତଦେହ

ପୁରୁଷୋତ୍ତମପୁର/ଗଞ୍ଜାମ,୨ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର-ହୁମ୍ମା ମୁଖ୍ୟ ରାସ୍ତାର କାଳୁଆବାଡ଼ି ଛୋଟାବସା ମଧ୍ୟ ରାସ୍ତା ପାଶର୍‌ବରେ ଥିବା ଏକ ଧାନ ବିଲରେ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ...

ସାଳନ୍ଦୀ କୂଳରେ ଭୂସ୍ଖଳନ

ଆରଡ଼ି, ୨୧।୯( ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତର ଶୀତଳପୁରଠାରେ ସାଳନ୍ଦୀ ନଦୀକୂଳରେ ମଙ୍ଗଳବାର ସକାଳେ ପୁଣି ଭୁସ୍ଖଳନ ହୋଇଛି। ଫଳରେ...

ଶୁଖିଲା ପଡ଼ିଛି କେନାଲ, ପାଣି ଛାଡ଼ିବାକୁ ଦାବି

ପଟ୍ଟାମୁଣ୍ଡାଇ,୩।୫(ସ୍ବ.ପ୍ର.): କଟକ ଜିଲା ଜଗତପୁର ମହାନଦୀ ବ୍ୟାରେଜରୁ ବାହାରି ଥିବା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି। ମୁଖ୍ୟ କେନାଲରେ ପାଣି...

ଯୋକଡ଼ିଆ ବ୍ରିଜ ଉପରେ ସାଇକେଲ୍‌ ପକାଇ ଖରସ୍ରୋତାକୁ ଡେଇଁଲେ ଯୁବତୀ

ଯାଜପୁର ଅଫିସ,୧୩।୭: ଯାଜପୁର ରୋଡ ଥାନା ଯୋକଡ଼ିଆ ପୁରୁଣା ବ୍ରିଜ ଉପରୁ ଖରସ୍ରୋତା ନଦୀକୁ ବୁଧବାର ସକାଳେ ଜଣେ ଯୁବତୀ ଡେଇଁ ଅତ୍ମହତ୍ୟା ଉଦ୍ୟମ କରିଛନ୍ତି।...

ଅତିଷ୍ଠ କରୁଛି ଅଘୋଷିତ ବିଦ୍ୟୁତ୍‌ କାଟ୍‌

କାଳିଆପାଣି,୬ା୫(ଡି.ଏନ.ଏ.): ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟବସ୍ତ ହୋଇପଡୁଛି। ତେଣୁ ଏହି ସମୟରେ ବିଦ୍ୟୁତ୍‌ କାଟ ବନ୍ଦ କରିବାକୁ ସରକାର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର...

ହସ୍ପିଟାଲ ବେଡ୍‌ରେ ଲୁହ ଗଡ଼ାଉଛନ୍ତି ନାରୁ ମହାରଣା

ପୁରୀ ଅଫିସ,୨୨ା୧୦: ଓଡ଼ିଶାର ଜଣେ ଆଗଧାଡ଼ିର ଚିତ୍ରଶିଳ୍ପୀ ହେଉଛନ୍ତି ପୁରୀର ନାରାୟଣ (ନାରୁ) ମହାରଣା। ତାଙ୍କ ପ୍ରତିଭା କେବଳ ଓଡ଼ିଶା ଭିତରେ ସୀମିତ ନାହିଁ, ରାଜ୍ୟ...

ସଜେଇ ହେଉଛି ଶ୍ରୀଲୋକନାଥ ମନ୍ଦିର, ୨ ତାରିଖ ଭୋର ୪ଟାରେ ଉଠିବ ମହାଦୀପ

ପୁରୀ ଅଫିସ, ୨୫ା୨: ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଆସନ୍ତା ୨୭ରେ ପଙ୍କୋଦ୍ଧାର ତଥା ପଙ୍କ ଉଜୁଳା ନୀତି ଅନୁଷ୍ଠିତ ହେବ। ସେହିପରି ମାର୍ଚ୍ଚ ୧ରେ...

ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୬(ବ୍ୟୁରୋ): ଚଳିତବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଓ ଏହାସହ ଜଡ଼ିତ ଅନ୍ୟ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା...

Advertisement
Archives

Model This Week