Posted inUncategorized

ରାଜ୍ୟପାଳଙ୍କ ସହ ଭେଟଘାଟ ସମୟରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ: ଭେଙ୍କୟା

ଭୁବନେଶ୍ୱର, ୫।୧୦(ସୁନିତ୍‌ ମିଶ୍ର):ନିକଟରେ ଓଡ଼ିଶା ରାଜଭବନରେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପହଞ୍ଚି ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜଭବନ ଯାଇ ସେମାନଙ୍କୁ ସାକ୍ଷାତ କରିଥିଲେ। ଏହି ଭେଟଘାଟକୁ ନେଇ ରାଜନୈତିକ ଚର୍ଚ୍ଚା ଚାଲିଛି। ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ଓ୍ବାର୍‌ ରୁମ୍‌ ପାଲଟିଥିବା ବିଜେଡି ଅଭିଯୋଗ କରିବା ପରେ ଶୁକ୍ରବାର ପୂର୍ବତନ ଉପରାଷ୍ଟ୍ରପତିଙ୍କ ଅଫିସ୍‌ ପକ୍ଷରୁ ବିବୃତି ଜାରି କରାଯାଇଛି। ଭେଙ୍କୟାଙ୍କ ଅଫିସ୍‌ ପକ୍ଷରୁ କୁହାଯାଇଛି, ଓଡ଼ିଶା ରାଜ୍ୟପାଳଙ୍କ ସହ ଏହି ଭେଟଘାଟ ସମୟରେ କୌଣସି ରାଜନୈତିକ ବିଷୟରେ ଆଲୋଚନା ହୋଇନାହିଁ। ଅନ୍ୟପକ୍ଷରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏହି ପ୍ରସଙ୍ଗରେ କହିଛନ୍ତି, ରାଜଭବନକୁ ରାଜନୀତି ଭିତକୁ ଟଣା ନ ଯାଉ। ସାରା ଓଡ଼ିଶା ରାଜନୀତି କରିବା ପାଇଁ ପଡ଼ିଛି ହେଲେ ରାଜଭବନକୁ ଏଥିରେ ସାମିଲ କରା ନ ଯାଉ ବୋଲି ସେ କହିଛନ୍ତି। ସୂଚନାଥାଉ କି ଓଡ଼ିଶା ରାଜ୍ୟପାଳ ତଥା ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ସକ୍ରିୟ ରାଜନୀତିକୁ ଫେରିବା ନେଇ ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ରୋଷେଇ ଚାଲିଥିବା ବେଳେ ହଠାତ୍‌ ଫାଟିଲା ପ୍ରେସର କୁକର

ଗୋବିନ୍ଦପୁର,୩୦।୧:ବିଦ୍ୟାଳୟରେ ରୋଷେଇ କରୁଥିବା ବେଳେ ଫାଟିଲା ପ୍ରେସର କୁକର। ଉଡ଼ିଗଲା ରୋଷେଇ ଘର ଆଜବେଷ୍ଟସ। ଦୁଇଜଣ ମହିଳା ପାଚିକା ଏଥିରେ ଗୁରୁତର ହୋଇଛନ୍ତି।ଏଭଳି ଅଭାବନୀୟ ଘଟଣା ଘଟିଛି…

୪ ସାଇବର ଠକ ଗିରଫ , ୭ଲକ୍ଷ ଜବତ : ଅନ୍ୟନାମରେ ଆକାଉଣ୍ଟ ଖୋଲି କରିଥିଲେ ୭କୋଟି ଠକେଇ

ବରଗଡ଼, ୨୫।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଅପରେଶନ କବଚରେ ବୁଧବାର ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ର ମୂଳ ବାସିନ୍ଦା ତଥା ବର୍ତ୍ତମାନ…

କଚ୍ଛପ ଗତିରେ ଚାଲିଛି ରିଷିଡା ଫାଣ୍ଡି କୋଠା ନିର୍ମାଣ: ବେପରୁଆ ଠିକାଦାର,ପ୍ରଶାସନର ନାହିଁ…

ରିଷିଡା, ୩୧/୭ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପୁରାତନ ପୁଲିସ ଫାଣ୍ଡି ମଧ୍ୟରୁ ରିଷିଡା ପୁଲିସ ଫାଣ୍ଡି ଅନ୍ୟତମ। ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଏହି…

Read more

ତୁମୁଡିବନ୍ଧ-(ଦୀପକ କୁମାର ପରାସେଠ)-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭା ଗୃହରେ ଆଜି ଗୁରୁବାର ପୂର୍ବାହ୍ନରେ ନବାଗତ ଛାତ୍ରୀଛାତ୍ର ମାନଙ୍କ ପାଇଁ…

କେନ୍ଦ୍ରୀୟ ଯୁଗ୍ମ ସଚିବଙ୍କ ଦାରିଙ୍ଗବାଡି ଗସ୍ତ, ମାଣ୍ଡିଆ ଚାଷୀ ଓ ଏସଏଚଜି ମହିଳାଙ୍କୁ ସାକ୍ଷାତ

ଦାରିଙ୍ଗବାଡି, ୨୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶୁକ୍ରବାର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ରୁପା ମିଶ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri