ନୂଆବର୍ଷରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ୍‌, ପଲିଥିନ ମନା

ପୁରୀ, ୧୬ା୧୨(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିରକୁ ପଲିଥିନ ଓ ପ୍ଲାଷ୍ଟିକମୁକ୍ତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଶୁକ୍ରବାର ଏକ ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଦେଶ ଜାରି କରିଛନ୍ତି। ମୁଖ୍ୟ ପ୍ରଶାସକ ଦାସ ବିଜ୍ଞପ୍ତିରେ ଦର୍ଶାଇଛନ୍ତି ଯେ, ନୂଆବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ କରିବା ପାଇଁ ଏକ ଡ୍ରାଇଭ ଆରମ୍ଭ କରାଯାଇଛି। ଏ ନେଇ ସମସ୍ତ ନିଯୋଗ ଏବଂ ତୀର୍ଥଯାତ୍ରୀଙ୍କୁ ପଲିଥିନ ବ୍ୟାଗରେ ଭୋଗ ଓ ଫୁଲ ନ ଆଣିବାକୁ କିମ୍ବା ନ ନେବାକୁ ଅନୁରୋଧ କରାଯାଉଛି। ବିକଳ୍ପ ସାମଗ୍ରୀ ଭାବେ କାଠ, ବାଉଁଶ, ପତ୍ର, ବାଡ଼ି କିମ୍ବା ଅନ୍ୟାନ୍ୟ ଶାକାହାରୀ ସାମଗ୍ରୀରେ ନିର୍ମିତ କାଗଜ, ସୂତାବ୍ୟାଗ କିମ୍ବା ଚାଙ୍ଗୁଡ଼ି ବ୍ୟବହାର କରିପାରିବେ। ତୀର୍ଥଯାତ୍ରୀ ଏବଂ ସେବାୟତଙ୍କ ମଧ୍ୟରେ ଏହି ସଚେତନତା ବିସ୍ତାର କରିବାରେ ସମସ୍ତେ ସହଯୋଗ କରିବା। ଶ୍ରୀମନ୍ଦିର ଓ ପୁରୀ ସହରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଦାସ ଆହ୍ବାନ ଦେଇଛନ୍ତି।
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ଡିସେମ୍ବର ୩୧ ତାରିଖଠାରୁ ଚାରୋଟି ଦ୍ୱାରରେ ପଲିଥିନ୍‌ ଓ ପ୍ଲାଷ୍ଟିକ ବାରଣ କରାଯିବ। ବିକଳ୍ପ ବ୍ୟବସ୍ଥା ପାଇଁ ବିଭିନ୍ନ ଏସ୍‌ଏସ୍‌ଜି ଗ୍ରୁପ୍‌ ଓ କୁମ୍ଭକାରମାନଙ୍କୁ ପାରିଶ୍ରମିକ ଦେଇ ମାଟିପାତ୍ର, ଭୋଗେଇ ଆଦି ନିର୍ମାଣ କରିବା ନେଇ ଆଲୋଚନା ହୋଇଥିଲା। ଏକ ଅନୁଷ୍ଠାନ ଆସି ଝୋଟରେ ନିର୍ମିତ ଏକ ସାମଗ୍ରୀ ଦେବା ସମ୍ପର୍କରେ ଆଲୋଚନା କରିଛି। ଟିକେ ଦର ଅଧିକ ରହୁଛି। ତେଣୁ କିପରି ସବ୍‌ସିଡିରେ ମିଳିବ ସେ ନେଇ ପରିଚାଳନା କମିଟିରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ସେହିପରି ପୁରୀବାସୀ ମହାପ୍ରସାଦ ନେବାପାଇଁ ନିଜଘରୁ ଟିଫିନ୍‌ ଆଣିବା ସହ ବହିରାଗତ ଭକ୍ତମାନେ ମାଟିପାତ୍ରରେ ମହାପ୍ରସାଦ ନେବାକୁ ମହାପାତ୍ର କହିଛନ୍ତି। ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇଥିଲା। ଶ୍ରୀମନ୍ଦିରରେ କର୍ତ୍ତବ୍ୟରତ ଜେଟିପିମାନେ ପଲିଥିନ ଓ ପ୍ଲାଷ୍ଟିକ ଯାଞ୍ଚ କରି ଜବତ କରିବେ ଓ ପାୈରସଂସ୍ଥାକୁ ଦାୟିତ୍ୱ ଦେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

ମାଛ ମାରିବାକୁ ଯାଇ ପାଣିରେ ବୁଡ଼ି ଜୀବନ ଗଲା

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ମାଛ ମାରିବାକୁ ଯାଇଥିବାବେଳେ ରବିବାର  ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ, ଭଟଲି ଥାନା…

‘କରାଚିରେ ଭାରତ କରିଥିଲା ଆକ୍ରମଣ’ – ପାକିସ୍ତାନ ଅଭିଯୋଗର କଡ଼ା ଜବାବ ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯।୬: କରାଚୀ ଆତଙ୍କବାଦୀ ଆକ୍ରମଣରେ ଜଣେ ‘ଭାରତୀୟ ଏଜେଣ୍ଟ’ଙ୍କ ସମ୍ପୃକ୍ତି ସମ୍ପର୍କରେ ପାକିସ୍ତାନର ଅଭିଯୋଗକୁ ଭାରତ ଖାରଜ କରିଦେଇଛି, ଏହାକୁ ଭିତ୍ତିହୀନ ବୋଲି କହିଛି। ଏହା ପାକିସ୍ତାନକୁ…

୫ମ ଶ୍ରେଣୀ ଛାତ୍ରଙ୍କୁ ଧକ୍କା ଦେଇ ଫେରାର ହୋଇଗଲା କାର୍‌, ଡାହାଣ ଗୋଡ଼ରେ ଚକା ଚଢ଼ିଯିବାରୁ…

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲି ବନ୍ଧ ଗ୍ରାମର ସୁବାସ ନାଇକଙ୍କ ପୁଅ ୫ମ ଶ୍ରେଣୀରେ ପଢୁଥିବା ଛାତ୍ର…

ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି: ୧୦୮ ଗରା ସୁବାସିତ ଜଳରେ କରିବେ ସ୍ନାନ

ପୁରୀ,୨୯ା୬: ଆଜି ଅର୍ଥାତ୍‌ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ରତ୍ନବେଦୀରୁ ଆସି ସ୍ନାନବେଦୀରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀସୁଦର୍ଶନ, ବଡ଼ଠାକୁର ବଳଭଦ୍ର, କାଳିଆ…

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

ଟି୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ

ଲଣ୍ଡନ, ୨୮।୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ ହୋଇଛି। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri