ପାର୍କ, ପାଠାଗାର ନିର୍ମାଣ ଲାଗି ମିଳୁନି ସ୍ଥାନ

ଗୋପ,୨୬।୨(ଡି.ଏନ୍‌.ଏ.): ସରକାର ଗ୍ରାମାଞ୍ଚଳର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ବ୍ଲକ ପ୍ରଶାସନ ଓ ପଞ୍ଚାୟତରେ ଲୋକ ପ୍ରତିନିଧିମାନଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଅଧିକାଂଶ ପଞ୍ଚାୟତରେ ସରକାରୀ କାର୍ଯ୍ୟ ଠିକ ଭାବେ ହୋଇପାରୁ ନାହିଁ। ଏହାର ନିଚ୍ଛକ ଉଦାହରଣ ପୁରୀ ଜିଲା ଗୋପ ବ୍ଲକରେ ଦେଖିବାକୁ ମିଳୁଛି। ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ମଧ୍ୟରେ ବୁଝାମଣା ଅଭାବରୁ ବ୍ଲକର ପ୍ରତି ପଞ୍ଚାୟତରେ ହେବାକୁ ଥିବା ପାର୍କ ଓ ପାଠାଗାର ପାଇଁ ସ୍ଥାନ ମିଳିପାରୁ ନାହିଁ। ଏଭଳି ଅଭିଯୋଗ ଗୁରୁବାର ଗୋପ ବ୍ଲକ ବୈଠକ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ହୋଇଥିଲା। ବୈଠକରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ରବିନାରାୟଣ ତ୍ରିପାଠୀ (ପ୍ରଶାସକ), ଅତିରିକ୍ତ ଜିଲା ନିର୍ଦ୍ଦେଶକ ରୋଜାଲିନ ପଣ୍ଡା (ରୁରାଲ ହାଉସିଂ), ବିଡିଓ ଦୀପ୍ତିରାଣୀ ଦାସ, ବ୍ଲକ ସହକାରୀ ଯନ୍ତ୍ରୀ ଅଜୟ କୁମାର ପ୍ରଧାନ, ଅଶୋକ ପୁଷ୍ଟି, ବ୍ଲକ କନିଷ୍ଠ ଯନ୍ତ୍ରୀ ପଙ୍କଜ ରାଜ ମିଞ୍ଜି, ପ୍ୟାରୀମୋହନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ପାର୍କ ଲାଗି ଗୋପ, ରାହାଙ୍ଗଗୋରଡା, ଡଭାର, ଛଇତନା, ଇସାଣପୁର, ସମେତ ୨୫ଟି ପଞ୍ଚାୟତରେ ସ୍ଥାନର ଅଭାବ ଥିବା ବେଳେ ପାଠାଗାର ନିର୍ମାଣ ପାଇଁ ମଧ୍ୟ ସମସ୍ୟା ରହିଛି। ପଞ୍ଚାୟତର ଲୋକ ପ୍ରତିନିଧି ଓ ଜମିର ଅଭାବ ଥିବାରୁ ବିଡିଓ ଦାସ ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ପୂର୍ବରୁ କରିଥିଲେ ମଧ୍ୟ ଲୋକ ପ୍ରତିନିଧିମାନେ ଏପର୍ଯ୍ୟନ୍ତ କୌଣସି ଠିକ ନିଷ୍ପତ୍ତି ନେଇପାରି ନାହାନ୍ତି। ଏହାକୁ ନେଇ ଜିଲାପାଳ ସମର୍ଥ ବର୍ମା ଜାନୁୟାରୀ ୩୦ ରେ ଗୋପ ବ୍ଲକର ସମସ୍ତ ସରପଞ୍ଚ, ବ୍ଲକ ଅଧିକାରୀଙ୍କୁ ନେଇ ପୁରୀ ଭକ୍ତ ନିବାସ ପରିସରରେ ଏକ ସମୀକ୍ଷା ବୈଠକ କରିବା ସହ ତୁରନ୍ତ ଏହି କାର୍ଯ୍ୟର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗୁରୁବାର ଅନୁଷ୍ଠିତ ବୈଠକରେ କିପରି କାର୍ଯ୍ୟ ସବୁ ତୁରନ୍ତ ଆରମ୍ଭ କରାଯିବ ସେଥିପ୍ରତି ଗୁରୁତ୍ୱାରୋପ ଦିଆଯାଇଛି। ଏ ନେଇ ବିଡିଓ ଦାସ କହିଛନ୍ତି, ଏବେ କେବଳ ପାର୍କ ପାଇଁ ଜମି ସମସ୍ୟା ରହିଛି। ପାଠାଗାର ଲାଗି ପ୍ରତି ପଞ୍ଚାୟତର କାର୍ଯ୍ୟାଳୟ ଉପରେ ଗୃହ ନିର୍ମାଣ କରାଯିବକୁ ଥିବାବେଳେ ଖେଳପଡ଼ିଆ ଲାଗି ସମସ୍ୟା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ଧର୍ମପରାୟଣ ଶିକ୍ଷକ ଏସ୍‌. ସୀମା ରେଡ୍ଡୀ ଆଉ ନାହାନ୍ତି: ଶୋକାକୁଳ ପରିବେଶରେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଜଣାଶୁଣା ଧର୍ମପରାୟଣ ବ୍ୟକ୍ତିତ୍ୱ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଏସ୍‌. ସୀମା…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ଦିଗପହଣ୍ଡିରେ କଲେଜ ନିର୍ବାଚନ ପରବର୍ତ୍ତୀ ହିଂସା ଓ ହତ୍ୟା ଉଦ୍ୟମ: ପୁଣି ୨ ଅଣଛାତ୍ର ଗିରଫ, ଜେଲ୍‌ ଗଲେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଛାତ୍ର ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସକୁ…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?