ସ୍ଥାନାନ୍ତର ପାଇଁ ମିଳୁନି ଜାଗା

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ରାଜଧାନୀର ଛାତି ଉପରେ ରହିଛି ଝାରପଡ଼ା ସ୍ବତନ୍ତ୍ର ଜେଲ୍‌। ଏଠାରେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଅପରାଧୀମାନେ ରହୁଛନ୍ତି। ୧୯୬୪ ମସିହାରେ ଏହା ପ୍ରଥମେ ଏକ ସବ୍‌ଜେଲ ଭାବେ ପ୍ରତିଷ୍ଠା ହୋଇଥିଲା। ସେତେବେଳେ ସେହି ସ୍ଥାନରେ ଲକ୍ଷ୍ମୀସାଗର ଓ ଝାରପଡ଼ା ନାମରେ କେବଳ ଦୁଇଟି ଗ୍ରାମ ଥିଲା, ଯେଉଁଠି ଖୁବ୍‌ କମ୍‌ ଲୋକ ବାସ କରୁଥିଲେ। ବଣଜଙ୍ଗଲ ଘେରା ମଧ୍ୟରେ ଥିବା ସେହି ଜେଲ ଏବେ ସାଧାରଣ ଜୀବନ ପରିଧିର କେନ୍ଦ୍ରବିନ୍ଦୁ ସାଜିଛି। ୧୯୮୦ରେ ସବ୍‌ଜେଲ ସ୍ବତନ୍ତ୍ର ଜେଲରେ ରୂପାନ୍ତରିତ ହୋଇଥିଲା। ଦିନକୁ ଦିନ ଏହି ସ୍ଥାନରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଜେଲର ଚାରିପାର୍ଶ୍ୱରେ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଲୋକମାନେ ବସବାସ କରୁଛନ୍ତି। ଏହାର ଅନତି ଦୂରରେ ଲକ୍ଷ୍ମୀସାଗର, ଝାରପଡ଼ା, ବିଡିଏ କଲୋନୀ, ଶାନ୍ତି ନଗର, ଜୟଦୁର୍ଗା ନଗର, ହଳୀପଡ଼ିଆ ଆଦି ଅଞ୍ଚଳରେ ବହୁ ଲୋକ ବସବାସ କରୁଛନ୍ତି। ଜନବସତି ଅଞ୍ଚଳ ମଧ୍ୟରେ ଝାରପଡ଼ା ଜେଲ୍‌ ରହିଥିବା କାରଣରୁ ଏହା ଲୋକଙ୍କ ମଧ୍ୟରେ ଏକ ନକାରାତ୍ମକ ଭାବନା ସୃଷ୍ଟି କରୁଛି। ୨୦୦୯ରେ ଜଣେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଓ୍ବାର୍ଡରଙ୍କ ମୃତ୍ୟୁ ଘଟିବା ପରେ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହାପରେ ଜେଲକୁ ସ୍ଥାନାନ୍ତର କରିବାକୁ ବିଭିନ୍ନ ସମୟରେ ଦାବି ହୋଇଛି। ଏପରି କି ବିଧାନସଭାର ଷ୍ଟାଣ୍ଡିଂ କମିଟି ଜେଲ ସ୍ଥାନାନ୍ତର ପାଇଁ ଚନ୍ଦକା ଅଞ୍ଚଳରେ ୨୦୧୮ରେ ଏକ ସ୍ଥାନ ଚିହ୍ନଟ କରିଥିଲେ। ମାତ୍ର ଉକ୍ତ ସ୍ଥାନ ଜଙ୍ଗଲ କିସମ ହୋଇଥିବାରୁ ପରବର୍ତ୍ତୀ ସମୟରେ ଏହା ବାତିଲ କରାଯାଇଛି। ଇତିମଧ୍ୟରେ ୩ବର୍ଷ ପୂରିବାକୁ ବସିଥିବାବେଳେ ଜେଲ୍‌ ସ୍ଥାନାନ୍ତର ନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
କ୍ଷମତାଠାରୁ ଅଧିକ ରହୁଛନ୍ତି
ଝାରପଡ଼ା ଜେଲ୍‌ରେ ମହିଳା କଏଦୀ ୨୬ ଏବଂ ପୁରୁଷ କଏଦୀ ୭୨୩ ଜଣ ରହିବାର କ୍ଷମତା ରହିଛି। ଏବେ ମହିଳା କଏଦୀ ୩୨ ଏବଂ ପୁରୁଷ କଏଦୀ ୮୯୬ଜଣ ରହୁଛନ୍ତି, ଯାହାକି କ୍ଷମତାଠାରୁ ୧୭୯ ଅଧିକ । ସେମାନଙ୍କ ମଧ୍ୟରେ ବହୁ ଦୁର୍ଦ୍ଦାନ୍ତ ଅପରାଧୀ, ପେସାଦାର ଅପରାଧୀ, ଗ୍ୟାଙ୍ଗଷ୍ଟର ଅଛନ୍ତି। ଫଳରେ ଜେଲ ଓ ଏହାର ଆଖପାଖରେ ସେମାନଙ୍କ ସହଯୋଗୀ ଘୂରି ବୁଲୁଛନ୍ତି। ନିଜ ସହଯୋଗୀଙ୍କୁ ମୁକୁଳାଇବାକୁ ବାହାରେ ଅପରାଧୀମାନେ ଯୋଜନା କରିବା ଘଟଣାକୁ ଏଡାଇ ଦିଆଯାଇ ନ ପାରେ। ସେହିପରି ଜେଲରେ ଲାଗିଥିତ୍ବା ଜାମର ପୂର୍ଣ୍ଣମାତ୍ରାରେ କାମ କରୁ ନ ଥିବାରୁ ଅପରାଧୀମାନେ ମୋବାଇଲ ଫୋନ ବ୍ୟବହାର କରୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ତେଣୁ ତୁରନ୍ତ ଏହି ଜେଲ ସ୍ଥାନାନ୍ତର କରାଯିବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି। ଅପରପକ୍ଷରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଧୀରେନ୍ଦ୍ର ନାଥ ବାରିକ ଜେଲ ସ୍ଥାନାନ୍ତର ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ଏକମାତ୍ର ଭରସା ଥିଲେ ସୁମିତ, ଛଡ଼ାଇନେଲା ତୁମ୍ବେଶ୍ୱର ଘାଟ: ଗଣେଶ ଭସାଣି ବେଳେ ଋଷିକୁଲ୍ୟାରେ ଭାସିଗଲେ ଛାତ୍ର

ପୁରୁଷୋତ୍ତମପୁର, ୧୮/୯ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀର ତୁମ୍ବେଶ୍ୱର ଘାଟରେ ଶୁକ୍ରବାର ଅଘଟଣ ଘଟିଛି। ଗଣେଶ…

ଶାଶୁଙ୍କୁ ଛୁରିରେ ଆକ୍ରମଣ କଲେ ବୋହୁ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୧୮।୯( ଦ୍ବିତୀକୃଷ୍ଣ ପଣ୍ଡା): ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁଙ୍କୁ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ବୋହୁ ଗିରଫ ହୋଇଛନ୍ତି। ସେ ହେଲେ ଭାରତୀ ସାହୁ। କରୁଣାକର ମାର୍ଗ…

ଜୈବ ବିବିଧତା ସୁରକ୍ଷା ନେଇ…

ଭଞ୍ଜନଗର, ୧୮/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଶୁକ୍ରବାର ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କୁ ସ୍ୱାଗତ…

ନବନିର୍ମିତ ପ୍ରଶାସନିକ ଗୃହ ଉଦ୍‌ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ…

ବ୍ୟାଙ୍କର ୩ ସ୍କାଏଲାଇଟ୍‌ ଭାଙ୍ଗି ପଶିଥିଲେ: ୪ ଗିରଫ

କେସିଙ୍ଗା, ୧୮।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଗିଗିନା ଗ୍ରାମରେ ଥିବା କାନାରା ବ୍ୟାଙ୍କ ଶାଖାରୁ ଚୋରି ଅଭିଯୋଗରେ ୪ ଜଣଙ୍କୁ ପୋଲିସ…

କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…

IPL 2027 ନିଲାମ ପୂର୍ବରୁ ୧୧ ବଡ଼ ବ୍ୟାଟରଙ୍କୁ ରିଲିଜ କରାଯିବ! ଲିଷ୍ଟ ଦେଖିଲେ ମୁଣ୍ଡରେ ହାତ ଦେବେ

ନୂଆଦିଲ୍ଲୀ,୧୮।୯: ସମସ୍ତ ଦଳ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦ତମ ସିଜିନଅର୍ଥାତ IPL 2027 ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ…

୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍‌ଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ଏମ୍‌ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?