ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ, ସଂସ୍କୃତି, କଳା, ଧର୍ମ, ଖାଦ୍ୟରୁଚିଠାରୁ ଆରମ୍ଭକରି ପ୍ରତିଟି ଓଡ଼ିଆ ବିଷୟ ସହ ଏହାକୁ ଯୋଡ଼ି ଦିଆଯାଉଛି। ହେଲେ ଏହି ଅସ୍ମିତାକୁ ସେହିମାନେ ଭଲ ଭାବେ ବର୍ଣ୍ଣନା କରିପାରୁ ନ ଥିବା ଦେଖିବାକୁ ମିଳୁଛି। ଓଡ଼ିଆ ଅଭିଧାନରେ ଏହାର ଅର୍ଥ ‘ଅହଂଜ୍ଞାନ’ ରହିଛି। କେହି ଅସ୍ମିତାର ବ୍ୟୁତ୍ପତ୍ତିଗତ ବ୍ୟାଖ୍ୟାନ କରିବାକୁ ଯାଇ ‘ସ୍ବାଭିମାନ’, ‘ଗର୍ବ’ ଆଦି ଶବ୍ଦକୁ ଏହାର ସମାର୍ଥବୋଧକ ବୋଲି ବିଚାର କରୁଛନ୍ତି। ସାମାଜିକ ଗଣମାଧ୍ୟମରେ କେତେକ ବୁଦ୍ଧିଜୀବୀ ଅସ୍ମିତାକୁ ଅହଂକାର ଓ ହମ୍‌ବଡ଼ାପଣ ଭାବେ ମଧ୍ୟ ଅଭିହିତ କରୁଛନ୍ତି। କେତେକେ ମଧ୍ୟ କହୁଛନ୍ତି ଅସ୍ମିତା ଶବ୍ଦ ବଙ୍ଗଳା ଭାଷାରୁ ଆମଦାନୀ କରାଯାଇଛି। ତେଣୁ ଅସ୍ମିତା ପରିବର୍ତ୍ତେ ସ୍ବାଭିମାନ ଶବ୍ଦ ବ୍ୟବହାର କଲେ ଅଧିକ ଓଡ଼ିଆତ୍ୱର ବାସ୍ନା ମିଳିପାରିଥାଏ ବୋଲି ଆଉ କିଛି କହୁଛନ୍ତି।
ଦେଶର ଷଷ୍ଠ ଭାଷା ଭାବେ ଓଡ଼ିଆ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଥିଲେ ମଧ୍ୟ ଏହାର ସୁରକ୍ଷା ଦିଗରେ କେହି ଚିନ୍ତିତ ଥିବା ଭଳି ଦେଖାଯାଉନାହାନ୍ତି। ଏଠି ଓଡ଼ିଆ ଭାଷାରେ ‘ଅସ୍ମିତା’ ଶବ୍ଦର ବ୍ୟବହାରକୁ ନେଇ ମୌଳିକ ପ୍ରଶ୍ନ ଉଠୁନାହିଁ। ନିର୍ବାଚନୀ ଉଷ୍ମତାରେ ରାଜନୈତିକ ବ୍ୟକ୍ତିମାନେ ଓଡ଼ିଆ ଭାଷାକୁ କିଭଳି ବିକୃତ କରୁଛନ୍ତି ଏବଂ ଯେଉଁଠି ପାରୁଛନ୍ତି ସେଠି ଭାଷାକୁ କଦର୍ଥ କରି ଦେଉଥିବାରୁ ପ୍ରତିଟି ଓଡ଼ିଆ ଲଜ୍ଜିତ ହେବା କଥା। ୧୯୩୬ରେ ଭାଷାଭିତ୍ତିକ ପ୍ରଦେଶ ମାନ୍ୟତା ପାଇଥିବା ଓଡ଼ିଶାରେ ଏବେ ଭାଷା ସଙ୍କଟ ମଧ୍ୟ ଦେଇ ଗତି କରୁଛି। ପ୍ରତ୍ୟେକ ରାଜନୈତିକ ଦଳରେ ଏଭଳି ଅନେକ ରାଜନେତା ଭାଷଣ ଦେଉଥିବା ବେଳେ ଧାଡ଼ି ରଖି କଥା କହିପାରୁନାହାନ୍ତି। ସଭା ଆଗରେ ଅସଂଖ୍ୟ ଲୋକଙ୍କୁ ଦେଖିବା ମାତ୍ରେ କେତେକ ଉତ୍ତେଜିତ ହୋଇ ଅପଶବ୍ଦ ମଧ୍ୟ ବ୍ୟବହାର କରିଦେଉଛନ୍ତି। ସବୁଠାରୁ କୌତୂହଳର କଥା ହେଉଛି ଯେଉଁମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି ସେମାନେ ମଧ୍ୟ ଓଡ଼ିଆର ଅସ୍ତିତ୍ୱ ତଳେ ପକାଇ ଦେଉଛନ୍ତି। ଏଭଳି କାହିଁକି ହେଉଛିର ମୂଳ ଖୋଜିଲେ ‘ଦିନେ ନାହିଁ, କାଳେ ନାହିଁ, ଗହ୍ମାପୂନେଇଁରେ ମାଈଁ’ ଆପ୍ତବାକ୍ୟ ମନକୁ ଆସୁଛି। ଲୋକଙ୍କୁ ସତ କହିବାକୁ ଚାହୁଁଥିଲେ ସେମାନେ ଝୁଣ୍ଟି ପଡ଼ନ୍ତେ ନାହିଁ। ଦେଖାଯାଉଛି ମିଥ୍ୟାର ଆଶ୍ରୟ ନେବା ସହ ଅବାଞ୍ଝିତ ପ୍ରତିଶ୍ରୁତି ଦେଉଥିବାରୁ ରାଜନେତାମାନେ ବାଉଳା ହୋଇଯାଉଛନ୍ତି। ଫଳରେ ଭୋଟର ଭକୁଆ ଭଳି ସେମାନଙ୍କୁ ଅନାଇ ରହୁଛି। ଏହି ପରିପ୍ରେକ୍ଷୀରେ ଅନେକେ ଶୁଣିଥିବା ଏକ ଲୋକକଥା ମନେପଡ଼ୁଛି। ଥରେ ଜଣେ ରାଜା ପାଲିଙ୍କିରେ ନଗର ପରିକ୍ରମା କରୁଥିଲେ। ପାଲିଙ୍କି ବାହକମାନଙ୍କ କଷ୍ଟକୁ ଦେଖି ରାଜା ପଚାରିଦେଲେ ‘ସ୍କନ୍ଧଂ କିଂ ବାଧତି’। ସେମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଲେ -ସ୍କନ୍ଧଂ ନ ବାଧତେ ରାଜନ୍‌, ତବ ‘ବାଧତି’ ବାଧତେ। ବାସ୍ତବରେ ରାଜାଙ୍କ ଉଚ୍ଚାରଣ ‘ବାଧତି’ ନ ହୋଇ ‘ବାଧତେ’ ହୋଇଥାଆନ୍ତା। ଏଥିରୁ ଏହା ବୁଝିବାକୁ ହେବ ଯେ, ସେହି ସମୟରେ ସାଧାରଣ ପ୍ରଜା ନିଜ ଭାଷା ପ୍ରତି କେତେ ସଚେତନ ଥିଲେ। ଦୀର୍ଘକାଳ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଲୋକମୁଖରେ ଏହି ରାଜା-ପ୍ରଜା ବାର୍ତ୍ତାଳାପ ଶାସକଙ୍କ ଖୁଣକୁ ଦର୍ଶାଇବାରେ ଶାସିତ ବର୍ଗ କିଭଳି ସଫଳ ହୋଇଥିଲେ, ଏହା ଥିଲା ତାହାର ଏକ ମାର୍ମିକ ପ୍ରତିବେଦନ। ବର୍ତ୍ତମାନ ପରିପ୍ରେକ୍ଷୀରେ ଅର୍ଥାତ୍‌ ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ଆମ ପାଖରେ ଭାଷାଜ୍ଞାନ ସମୃଦ୍ଧ କରିବା ପାଇଁ ସବୁ ସାଧନ ଥିଲେ ମଧ୍ୟ ଅନେକେ ତାହାକୁ ବିକୃତ କରିବାରେ ଲାଗିଛନ୍ତି। ଦଳେ ଓଡ଼ିଆ ଭାଷାକୁ ଦକ୍ଷିଣୀ କଲା ବେଳକୁ ଆଉ ଦଳେ ହିନ୍ଦୀ ଭାଷାରେ ପ୍ରଭାବିତ କରାଇ ଆମ ଭାଷାକୁ ହତ୍ୟା କରୁଛନ୍ତି। ସେହିଭଳି ଓଡ଼ିଶାର ହିନ୍ଦୁ ଧର୍ମକୁ ଦେଖିଲେ ଯେଉଁ ମାତୃଶକ୍ତିକୁ ପ୍ରତ୍ୟେକ ଗାଁର ଗ୍ରାମଦେବୀଙ୍କ ମନ୍ଦିରରେ ପୂଜା କରାଯାଏ, ସେଠାରେ ଏକ ଉତ୍ତର ଭାରତର ପ୍ରଭାବକୁ ଆଣି ଥୋଇଦେବାର ପ୍ରୟାସ ପ୍ରମାଣ କରୁଛି ଯେ, ଓଡ଼ିଶାରେ ରାଜନୀତି କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବାସ୍ତବ ଓଡ଼ିଆପ୍ରେମୀ ବୋଇଲେ କେହି ନାହାନ୍ତି। କ୍ଷମତା ଲୋଭରେ ନିଜ ମାତାପିତାଙ୍କୁ ଯେଉଁମାନେ ଭୁଲିଯାଆନ୍ତି, ସେମାନେ କୌଣସି ଅସ୍ମିତାକୁ ରକ୍ଷା କରିବାକୁ ଚେଷ୍ଟା ମଧ୍ୟ କରିବେ ନାହିଁ ବୋଲି ଜଳଜଳ ଦିଶୁଛି।

ଦଳେ ଓଡ଼ିଆ ଭାଷାକୁ ଦକ୍ଷିଣୀ କଲା ବେଳକୁ ଆଉ ଦଳେ ହିନ୍ଦୀ ଭାଷାରେ ପ୍ରଭାବିତ କରାଇ ଆମ ଭାଷାକୁ ହତ୍ୟା କରୁଛନ୍ତି । ସେହିଭଳି ଓଡ଼ିଶାର ହିନ୍ଦୁ ଧର୍ମକୁ ଦେଖିଲେ ଯେଉଁ ମାତୃଶକ୍ତିକୁ ପ୍ରତ୍ୟେକ ଗାଁର ଗ୍ରାମଦେବୀଙ୍କ ମନ୍ଦିରରେ ପୂଜା କରାଯାଏ, ସେଠାରେ ଏକ ଉତ୍ତର ଭାରତର ପ୍ରଭାବକୁ ଆଣି ଥୋଇଦେବାର ପ୍ରୟାସ ପ୍ରମାଣ କରୁଛି ଯେ, ଓଡ଼ିଶାରେ ରାଜନୀତି କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବାସ୍ତବ ଓଡ଼ିଆପ୍ରେମୀ ବୋଇଲେ କେହି ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri