Posted inଜାତୀୟ

ଅତିଥିଙ୍କୁ ସତ୍ୟ ଲୁଚାଇବାର ଆବଶ୍ୟକତା ନାହିଁ: ରାହୁଲ…

ନୂଆଦିଲ୍ଲୀ,୯।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜି-୨୦ ଶିଖର ସମ୍ମିଳନୀରେ ବିଦେଶରୁ ଭାରତ ଆଦିଥିବା ଅତିଥିଙ୍କୁ ସରକାର ସତ୍ୟ ଲୁଚାଇଥିବା ଅଭିଯୋଗ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନେଇ ପୋଷ୍ଟ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ ଏହି ସମୟରେ ଦିଲ୍ଲୀରେ ନାହାଁନ୍ତି। ସେ ଏକ ସପ୍ତାହ ବ୍ୟାପୀ ୟୁରୋପ ଗସ୍ତରେ ଅଛନ୍ତି। ନ୍ୟୁଜ ଏଜେନ୍ସି ୍ସ ରିପୋର୍ଟ ଅନୁଯାୟୀ, କଂଗ୍ରେସ ଜି-୨୦ଶିଖର ସମ୍ମିଳନୀ ପୂର୍ବରୁ ସରକାରଙ୍କ ଦ୍ୱାରା ଲୁଚାଇ ଦିଆ ଯାଇଥିବା ଦିଲ୍ଲୀର ବସନ୍ତ ବିହାରରେ ଥିବା କୁଲି କ୍ୟାମ୍ପର ଏକ ଭିଡିଓ ଶେୟାର କରିଥିଲା।

କୁକୁରମାନଙ୍କୁ ଅତି ନିର୍ମମ ଭାବେ ଟାଣି ନେଇଥିବା ଅଭିଯୋଗ ହୋଇଛ। ଏହା ବ୍ୟତୀତ ଅନ୍ୟ ଏକ ଭିଡିଓରେ କଂଗ୍ରେସ ଦାବି କରିଛି ଦିଲ୍ଲୀରେ ଅନ୍ତର୍ଜାତୀୟ ନେତାଙ୍କ ଆଗମନ ପୂର୍ବରୁ କୁକୁରମାନଙ୍କୁ ବହୁ ରାସ୍ତାରୁ ଅତି ନିର୍ମମ ଭାବେ ଟାଣି ନିଆଯାଇ ପିଞ୍ଜରାରେ ରଖାଯାଇଥିଲା। ଭିଡିଓରେ ଦାବି କରାଯାଇଛି ଏହି କୁକୁରମାନଙ୍କୁ ଖାଦ୍ୟ ଓ ପାଣି ଦିଆଯାଉ ନାହିଁ। ଏହି କାରଣରୁ ସେମାନେ ଅତ୍ୟଧିକ ଚାପ ଏବଂ ଭୟର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ଆମେ ଏପରି ଜଘନ୍ୟ କାର୍ଯ୍ୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ଏବଂ ଏହି କଥା କହି ପାରୁ ନ ଥିବା ପୀଡିତଙ୍କ ପାଇଁ ନ୍ୟାୟ ଦାବି କରିବା ଜରୁରୀ ଅଟେ।

ଅନେକ କଂଗ୍ରେସ ନେତା ଜି-୨୦ ପାଇଁ କରାଯାଇଥିବା ବ୍ୟବସ୍ଥାରେ ଅନେକ ତ୍ରୁଟି ଦର୍ଶାଇଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଦାବି କରିଛନ୍ତି ଦ୍ୱିପାକ୍ଷିକ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗଣମାଧ୍ୟମକୁ ପ୍ରଶ୍ନ ପଚାରିବାକୁ ସରକାର ଅନୁମତି ଦେଇ ନାହାଁନ୍ତି।

ସେ କହିଛନ୍ତି ରାଷ୍ଟ୍ରପତି ବାଇଡେନଙ୍କ ଦଳ କହିଛନ୍ତି ଅନେକ ଅନୁରୋଧ ସତ୍ତ୍ୱେ ଭାରତ ସରକାର ଦୁଇ ନେତାଙ୍କ ଦ୍ୱିପାକ୍ଷିକ ବୈଠକ ପରେ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ ପଚାରିବାକୁ ଅନୁମତି ଦେଇନାହାଁନ୍ତି। ରାଷ୍ଟ୍ରପତି ବାଇଡେନ ସେପ୍ଟେମ୍ବର ୧୧ ରେ ଭିଏତନାମର ମିଡିଆ କର୍ମଚାରୀଙ୍କ ପ୍ରଶ୍ନର ଉତ୍ତର ଦେବେ। ଏହା ଆଶ୍ଚର୍ଯ୍ୟଜନକ ନୁହେଁ। ଏହା ହେଉଛି ମୋଦି ଶୈଳୀ ଗଣତନ୍ତ୍ର।

 


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri