Posted inଜାତୀୟ

ଆଉ ହୋଇ ପାରିବନି ଫେକ୍‌ ଭୋଟିଂ, ସରକାର ଆଣୁଛନ୍ତି ନୂଆ ବ୍ୟବସ୍ଥା…

ନୂଆଦିଲ୍ଲୀ,୧୪।୮: ଏଣିକି ଫେକ୍‌ ଭୋଟିଂ ଆଉ କରାଯାଇ ପାରିବ ନାହିଁ। ଖୁବ୍‌ ଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏଥିପାଇଁ ସରକାରଙ୍କୁ କିଛି ଆଇନରେ ସଂଶୋଧନ କରିବାକୁ ପଡିବ। ଏହା ସହିତ, ଡାଟା ସୁରକ୍ଷା ପାଇଁ ଏକ ଫ୍ରେମ୍‌ଓ୍ବାର୍କ ପ୍ରସ୍ତୁତ ହେବାକୁ ପଡିବ। ଆସନ୍ତା ବର୍ଷ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା ରହିଛି। ଏକରୁ ଅଧିକ ସ୍ଥାନରେ ଭୋଟ ତାଲିକାରେ ପଞ୍ଜିକରଣକୁ ରୋକିବା ପାଇଁ ଏହି ପ୍ରସ୍ତାବିତ ପଦକ୍ଷେପ ଗ୍ରହଣ କରାଯିବ। ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାରେ କେତେକ ଆଇନଗତ ବାଧା ମଧ୍ୟ ସୃଷ୍ଟି ହୋଇପାରେ । ଏନେଇ ବହୁ ପରିବର୍ତ୍ତନ ମଧ୍ୟ କରିବାକୁ ହେବ। ସୂଚନାନୁସାରେ, ସରକାର ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ଭୋଟ ତାଲିକାକୁ ଆଧାର ନମ୍ବର ସହିତ ଯୋଡିବା ପାଇଁ କେନ୍ଦ୍ରକୁ ଲୋକ ପ୍ରତିନିଧି ଅଧିନିୟମ ତଥା ଆଧାର ଅଧିନିୟମରେ ସଂଶୋଧନ କରିବାକୁ ପଡିବ। ଏହାର ବଡ କାରଣ ହେଉଛି ୨୦୧୫ରେ ସୁପ୍ରିମକୋର୍ଟ ଆଧାର ଅଧିନିୟମର ବୈଧତା ଉପରେ ରାୟ ଦେଇ କହିଥିଲେ ଯେ, ଆଧାରର ୧୨ ଅଙ୍କ ବିଶିଷ୍ଟ ଆଇଡି କେବଳ ସରକାରୀ କଲ୍ୟାଣକାରୀ ଯୋଜନା ତଥା ଅନ୍ୟାନ୍ୟ ସୁବିଧା ପାଇଁ ବ୍ୟବହାର କରାଯିବ। ସେହି ସମାନ ରାୟରେ ସୁପ୍ରିମକୋର୍ଟ କହିଛନ୍ତି, ଯଦି ସରକାର ଭୋଟର ତାଲିକାକୁ ଆଧାର ସହିତ ଯୋଡିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆଇନଗତ ସହାୟତା ନେବାକୁ ପଡ଼ିବ। ସୂଚନାଯୋଗ୍ୟ ୨୦୧୯ରେ ଗୋପନୀୟତାକୁ ଏକ ମୌଳିକ ଅଧିକାର ଭାବରେ ଘୋଷଣା କରିବାକୁ ସୁପ୍ରିମ୍‌କୋର୍ଟ ସରକାରଙ୍କୁ ତଥ୍ୟ ସୁରକ୍ଷା ପାଇଁ ଏକ ଆଇନ ପ୍ରଣୟନ କରିବାକୁ କହିଥିଲେ। ଏହା ପରେ ସରକାର ଡାଟା ସୁରକ୍ଷା ବିଲ ପ୍ରସ୍ତୁତ କରିଛନ୍ତି। ସଂସଦୀୟ କମିଟି ଏହା ଉପରେ ଏବେ ବିଚାର କରୁଛନ୍ତି। ଏନେଇ ଆଇନଗତ ପ୍ରତିବନ୍ଧକକୁ ମଧ୍ୟ ଦୂର କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri