ଯେକୌଣସି ଶାଢ଼ି ହେଉନା କାହିଁକି ଯଦି ତା’ସାଙ୍ଗରେ

ଡିଜାଇନ୍‌ର ବ୍ଲାଉଜ୍‌ ପିନ୍ଧାଯାଏ ତା’ହେଲେ ଲୁକ୍‌ ବେଶ୍‌ ଆକର୍ଷକ ଲାଗେ। ଏବେ ତ ଡୋରିବାଲା ବ୍ଲାଉଜ୍‌ର ଖୁବ୍‌ ଟ୍ରେଣ୍ଡ ଚାଲିଛି। ତା’ହେଲେ ଜାଣନ୍ତୁ ଏହି ଡୋରିବାଲା ବ୍ଲାଉଜ୍‌ର କିଛି ଲାଟେଷ୍ଟ ଡିଜାଇନ୍‌ ଆଉ ସେ ନେଇ କିଛି ଜରୁରୀ ଟିପ୍ସ ସମ୍ପର୍କରେ…

ସାଇଡ୍‌ ଡୋରି ବ୍ଲାଉଜ୍‌: ନର୍ମାଲ୍‌ ଡୋରି ଡିଜାଇନ୍‌ବାଲା ବ୍ଲାଉଜ୍‌ ପିନ୍ଧି ପିନ୍ଧି ଯଦି ବୋରିଂ ଫିଲ୍‌ କରୁଥାନ୍ତି, ତା’ହେଲେ ସେ କ୍ଷେତ୍ରରେ ବ୍ଲାଉଜ୍‌ର ଗୋଟେ ସାଇଡ୍‌ରେ କଟ୍‌ ଆଉଟ୍‌ ଡୋରି ଡିଜାଇନ୍‌ କରି ବ୍ଲାଉଜ୍‌କୁ ଭିନ୍ନ ଲୁକ୍‌ ଦେଇପାରିବେ। ଆବଶ୍ୟକ ହେଲେ ଡବଲ୍‌ ଡୋରି ଡିଜାଇନ୍‌ ବି କରି ୟୁନିକ୍‌ ଲୁକ୍‌ ପାଇପାରିବେ।
ଜିଗ୍‌ଜାଗ୍‌ ଡୋରି ବ୍ଲାଉଜ୍‌: ଏହି ଡିଜାଇନ୍‌ର ବ୍ଲାଉଜ୍‌ ଟିକେ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ। ଆପଣ ଚାହିଁଲେ ବ୍ଲାଉଜ୍‌ରେ ଜିଗ୍‌ଜାଗ୍‌ ଡୋରି ଡିଜାଇନ୍‌ କରି ସେଥିରେ ବ୍ଲାଉଜ୍‌ କପଡ଼ାରେ ତିଆରି ଲଟକନ୍‌ ମଧ୍ୟ ଲଗାଇପାରିବେ, ଯଦ୍ଦ୍ବାରା ଆପଣଙ୍କ ଶାଢ଼ି ଲୁକ୍‌ ଅଧିକ ଆକର୍ଷଣୀୟ ଲାଗିବା ସହିତ ବୋଲ୍ଡ ଆଉ ଷ୍ଟାଇଲିଶ୍‌ ବି ଦେଖାଯିବେ।
ସ୍ଲିଭ୍ସ ଡୋରି ଡିଜାଇନ୍‌: କେବଳ ବ୍ଲାଉଜ୍‌ର ପଛପଟେ ନୁହେଁ, ଆପଣ ଚାହିଁଲେ ବ୍ଲାଉଜ୍‌ର ସ୍ଲିଭ୍ସରେ ବି କଟ୍‌ ଆଉଟ୍‌ ଡୋରି ଡିଜାଇନ୍‌ କରି ଭିନ୍ନ ଲୁକ୍‌ ପାଇପାରିବେ। କଟ୍‌ ଆଉଟ୍‌ ଡୋରି ଡିଜାଇନ୍‌ କରିବା ଦ୍ୱାରା ବ୍ଲାଉଜ୍‌ ପିନ୍ଧିବାକୁ ଭଲ ଫିଟିଙ୍ଗ୍‌ ବି ହୋଇଥାଏ। ଏହାକୁ ଆଉ ଟିକେ ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ଆପଣ ଚାହିଁଲେ ବ୍ଲାଉଜ୍‌ର ସ୍ଲିଭ୍ସରେ କଟ୍‌ ଆଉଟ୍‌ ଡୋରି ଡିଜାଇନ୍‌ କରି ସେଥିରେ କିଛି ଛୋଟ ଛୋଟ ଘୁଙ୍ଗୁର ବି ଲଗାଇ ପାରିବେ।*ଡବଲ୍‌ ଡୋରି ଡିଜାଇନ୍‌: ଷ୍ଟେଟ୍‌ମେଣ୍ଟ ଲୁକ୍‌ ପାଇଁ ଆପଣ ଚାହିଁଲେ ବ୍ଲାଉଜ୍‌ରେ ଡବଲ୍‌ ଡୋରି ଡିଜାଇନ୍‌ ବି କରିପାରିବେ। ଏଥିପାଇଁ ଗୋଟେ ଡୋରି ବ୍ଲାଉଜ୍‌ର କାନ୍ଧ ପାଖରେ ରହିବ ଏବଂ ଅନ୍ୟ ଡୋରିଟି ବ୍ଲାଉଜ୍‌ର ଅଣ୍ଟା ପାଖରେ ରହିବ, ଯଦ୍ଦ୍ବାରା ବ୍ଲାଉଜ୍‌ ଡିପ୍‌ ନେକ୍‌ର ହୋଇଥିଲେ ଏହାର ଗୋଟେ ଡୋରି କାନ୍ଧ ପାଖରେ ଥିବାରୁ ଏହା ବ୍ଲାଉଜ୍‌କୁ ସହଜରେ ଖସିବାକୁ ଦେବନାହିଁ। ସେହିପରି ଅନ୍ୟ ଡୋରିଟି ବ୍ଲାଉଜ୍‌ର ଅଣ୍ଟା ପାଖରେ ଥିବାରୁ
ଏହା ଭଲ ଫିଟିଙ୍ଗ୍‌ ହୋଇ ରହିବ।
ମଲ୍ଟି ଡୋରି ଷ୍ଟାଇଲ୍‌: ଏହି ଟାଇପ୍‌ର ବ୍ଲାଉଜ୍‌ ଡିଜାଇନ୍‌ ଦେଖିବାକୁ ବେଶ୍‌ ଟ୍ରେଣ୍ଡି ଲାଗିଥାଏ। କଟନ୍‌ ଶାଢ଼ି ହେଉ କି ନେଟ୍‌ ଶାଢ଼ି ସବୁଥିରେ ଏହି ମଲ୍ଟି ଡୋରି କାମବାଲା ବ୍ଲାଉଜ୍‌ ବେଶ୍‌ ଭଲ ମାନିଥାଏ।
ବ୍ୟାକ୍‌ଲେସ୍‌ ଡୋରି ବ୍ଲାଉଜ୍‌: ଏହି ଟାଇପ୍‌ର ବ୍ଲାଉଜ୍‌ ଟିକେ ବୋଲ୍ଡ ଲୁକ୍‌ ଦେଇଥାଏ। ତେବେ ଧ୍ୟାନଦେବେ ଯଦି ଆପଣ ବ୍ଲାଉଜ୍‌ରେ ବ୍ୟାକ୍‌ଲେସ୍‌ ଡୋରି ଡିଜାଇନ୍‌ କରୁଥା’ନ୍ତି, ତା’ହେଲେ ତା’ସାଙ୍ଗକୁ ହେଭି ଲଟକନ୍‌ ଲଗାଇବେ ନାହିଁ। ଆବଶ୍ୟକ ହେଲେ ହାଲ୍‌କା ଡିଜାଇନ୍‌ର କିମ୍ବା ବ୍ଲାଉଜ୍‌ କପଡ଼ାରେ ତିଆରି ଛୋଟ ଛୋଟ ଲଟକନ୍‌ ଲଗାଇ ଭିନ୍ନ ଲୁକ୍‌ ପାଇପାରିବେ।
ବୋ ଷ୍ଟାଇଲ୍‌ ଡୋରି ବ୍ଲାଉଜ୍‌: ବ୍ଲାଉଜ୍‌ରେ ବୋ ଷ୍ଟାଇଲ୍‌ ଡୋରି ଡିଜାଇନ୍‌ କରିବାର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ବିଶେଷକରି ସାଟିନ୍‌ ଶାଢ଼ିରେ ଏହି ଷ୍ଟାଇଲ୍‌ର ବ୍ଲାଉଜ୍‌ ଡିଜାଇନ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ।
ଫ୍ରଣ୍ଟ ଡୋରି ଡିଜାଇନ୍‌: ଏବେ ବ୍ଲାଉଜ୍‌ର ସାମ୍ମା ପଟେ ବି ଡୋରି ଡିଜାଇନ୍‌ କରାଯାଉଛି; ଯାହା ଖୁବ୍‌ ଟ୍ରେଣ୍ଡି ଲାଗୁଛି।
କିଛି ଟିପ୍ସ
– ଯଦି ଆପଣଙ୍କ ପାଖରେ କୌଣସି ଗୋଲ୍ଡେନ କଲର୍‌ର ଶାଢ଼ି ଥାଏ, ତା’ହେଲେ ତା’ସହିତ କ୍ରିସ୍‌ କ୍ରସ୍‌ ଡୋରି ଡିଜାଇନ୍‌ ହୋଇଥିବା ନାଲିରଙ୍ଗର ବ୍ଲାଉଜ୍‌ ବେଶ୍‌ ସୁନ୍ଦର ମାନିଥାଏ।
– ବର୍ଡର କାମବାଲା ବ୍ଲାଉଜ୍‌ରେ ବି କ୍ରିସ୍‌ କ୍ରସ୍‌ ଡିଜାଇନ୍‌ର ଡୋରି କାମ ଖୁବ୍‌ ଆକର୍ଷଣୀୟ ଲାଗିଥାଏ।
– ପିଙ୍କ୍‌ କଲର୍‌ର ଶାଢ଼ି ସାଙ୍ଗକୁ କ୍ରିସ୍‌ କ୍ରସ୍‌ ଡିଜାଇନ୍‌ର ଡୋରି କାମ ହୋଇଥିବା ବ୍ଲୁ କଲର୍‌ର ବ୍ଲାଉଜ୍‌ ଖୁବ୍‌ ମାନିଥାଏ।
– ସ୍ଲିଭ୍‌ଲେସ୍‌ ବ୍ଲାଉଜ୍‌ରେ ବି ଡୋରି ଡିଜାଇନ୍‌ ବେଶ୍‌ ଆକର୍ଷକ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri