Posted inଫୁରସତ

ଏମିତି ଗାଁ ଯେଉଁଠି ଦୁଇ ଦଶକ ହେବ ହୋଇ ପାରୁନାହିଁ ବାହାଘର

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହନ୍ତୁ ଅବା ଆଧୁନିକ ସହର ସବୁଠି ବିବାହ ସୁରୁଖୁରୁରେ ହେଉଥିବା ଦେଖାଯାଏ। କିନ୍ତୁ ବିହାରରେ ଏମିତି ଏକ ଗାଁ ରହିଛି ଯେଉଁଠି ଦୁଇ ଦଶକ ହେବ ଶାହାନାଇ ବାଜିନାହିଁ ଅର୍ଥାତ୍‌ କାହାର ବାହାଘର ହୋଇନାହିଁ। ବିହାର ଭାଗଲପୁର ଜିଲାର ଚନ୍ନୋହଲି ଗାଁରେ ଦେଖିବାକୁ ମିଳେ ଏମିତି ଦୃଶ୍ୟ। ଏହି ଗାଁରେ ପାଖାପାଖି ୬ହଜାର ଲୋକ ବସବାସ କରନ୍ତି। ହେଲେ ଏହି ଗାଁକୁ ଗମନାଗମନର ସୁବିଧା ନାହିଁ। ଆଉ ଏହି ଗାଁ ଦେଇ ବହି ଯାଇଛି ଚାନ୍ଦନ ନାମକ ଏକ ନଦୀ। ଯାହା ଗାଁରେ ତିନି ପାର୍ଶ୍ୱକୁ ଲାଗି ରହିଛି। ଫଳରେ ଏହି ଗାଁକୁ ଯିବାକୁ ସଡ଼କର ବ୍ୟବସ୍ଥା ନାହିଁ। ଅନେକ ଥର ଗାଁ ଲୋକଙ୍କ ଉଦ୍ୟମରେ କଚା ସଡ଼କ ଅବା ବାଉଁଶ ପୋଲ ତିଆରି କରି ବାହାରକୁ ଯିବା ଆସିବାର ବ୍ୟବସ୍ଥା କରାଯାଉଥିବା ବେଳେ ଏହା ଉପରେ କିନ୍ତୁ ଭରସା କରି ହୁଏ ନାହିଁ। ଆଉ ବର୍ଷା ଦିନେ ତ ଏହା ବାହ୍ୟ ଜଗତଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କହିଲେ ଚଳେ। ଯେହେତୁ ଏହି ଗାଁକୁ ରାସ୍ତାର ସୁବିଧା ନାହିଁ ସେଥିପାଇଁ କେହି ଏହି ଗାଁରୁ ଝିଅ ଆଣିବାକୁ ଅବା ଝିଅ ଦେବାକୁ ଇଚ୍ଛା ପସନ୍ଦ କରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏହି ବଜାରରେ ବିକ୍ରି ହେଉଛି ଅଜଗର ଅଣ୍ଡା, ଦାମ୍‌ ଜାଣିଲେ…

ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସେମାନଙ୍କର ଅନନ୍ୟ ଖାଦ୍ୟ ପାଇଁ ସାରା ଦେଶରେ ଜଣାଶୁଣା। ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ଲୋକମାନେ ମାଛ, ମାଂସ ବ୍ୟତୀତ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

କାହିଁକି ବାରମ୍ୱାର ୨୬ ତାରିଖରେ ଘଟୁଛି ପ୍ରଳୟ? ଭେଙ୍ଗାବାବା ଖୋଲିଲେ ରହସ୍ୟ…

ନୂଆଦିଲ୍ଲୀ,୧।୯: ନେପାଳ-ତିବ୍ଦତ ସୀମାରେ ହିମାଳୟର ହିମବାହ (ଗ୍ଲେସିୟର) ଭାଙ୍ଗି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି। ଶହ ଶହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri