ସୌନ୍ଦର୍ଯ୍ୟକରଣ ପରେ ରକ୍ଷଣାବେକ୍ଷଣ ହେଉନି

ବ୍ରହ୍ମପୁର ଅଫିସ,୨୯ା୫: ପୂର୍ବରୁ ବ୍ରହ୍ମପୁର ସହରବାସୀ ପିଇବା ପାଣି ପାଇଁ ଜଳାଶୟ ଉପରେ ନିର୍ଭର କରୁଥିଲେ। ଜଳାଶୟ ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟ ପୂରଣ କରୁଥିଲା। ସହର ଉପକଣ୍ଠସ୍ଥ ଚାଷୀମାନେ ଅନେକ ସମୟରେ ଚାଷ କାର୍ଯ୍ୟରେ ଜଳାଶୟ ପାଣି ବ୍ୟବହାର କରୁଥିଲେ। ତଦନୁଯାୟୀ ପ୍ରତ୍ୟେକ ସାହିରେ ଜଳାଶୟ ରହିଥିଲା। ଏପରିକି ବହୁ ବଦାନ୍ୟ ବ୍ୟକ୍ତି ପୋଖରୀ ଖୋଲିଥିବା ନଜିର ରହିଛି। ଜଳାଶୟଗୁଡିକର ଠିକ୍‌ ରକ୍ଷଣାବେକ୍ଷଣ କରାଯାଉଥିଲା। ଜଳାଶୟ ଯୋଗୁ ଭୂତଳ ଜଳସ୍ତର ସମାନ ସ୍ତରରେ ରହିବା ଲାଗି ସହାୟକ ହୋଇପାରୁଥିଲା। କାଳକ୍ରମେ ସହରରେ ଜନବସତି ବୃଦ୍ଧି ଓ ଆଧୁନିକତା ମଧ୍ୟରେ ଜଳାଶୟର ରକ୍ଷଣାବେକ୍ଷଣ ପ୍ରତି କାହାରି ଆନ୍ତରିକତା ରହିଲାନି। ଯାହାଦ୍ୱାରା ବହୁ ଜଳାଶୟ ପୋତି ହୋଇଯିବା ସହ ପାଣି ମଧ୍ୟ ଦୂଷିତ ହୋଇପଡିଲା। ଫଳରେ ଏହା ଜନ ସାଧାରଣ କିମ୍ବା ଗୃହପାଳିତ ପ୍ରାଣୀଙ୍କ ଲାଗି ବି ବ୍ୟବହାର୍ଯ୍ୟ ଉପଯୋଗୀ ହୋଇପାରିଲା ନାହିଁ। ଜଳାଶୟର ପୁନରୁଦ୍ଧାର ଓ ଉନ୍ନତିକରଣ ନେଇ ବିଭିନ୍ନ ମହଲରୁ ଦାବି ହେବା ପରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ଗଞ୍ଜାମ ଜିଲା ପ୍ରଶାସନ ଜିଲାରେ ରହିଥିବା ଜଳାଶୟଗୁଡିକର ପୁନରୁଦ୍ଧାର ନିମନ୍ତେ ଯୋଜନା ପ୍ରସ୍ତୁତ କରିଛନ୍ତି।
ବ୍ରହ୍ମପୁର ମହାନଗରରେ ପ୍ରାୟ ୪୨ଟି ପୋଖରୀ ରହିଛି। ବର୍ତ୍ତମାନ ନିଗମ ପକ୍ଷରୁ ବେଢାବନ୍ଧ, ଆଗୁଳା ବନ୍ଧ, ହରିଡାଖଣ୍ଡି ବନ୍ଧ ଓ ଆଇନା ବନ୍ଧ ପୋଖରୀର ପୁନରୁଦ୍ଧାର ଓ ଉନ୍ନତିକରଣ ଯୋଜନା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୯ କୋଟି ଟଙ୍କା ବ୍ୟୟରେ ବେଢା ବନ୍ଧ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ନିଗମ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ୨୦୨୨-୨୩ ଆର୍ଥିକ ବର୍ଷରେ ୬୪ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟରେ ୮ଟି ଜଳାଶୟର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ସମେତ ପଥଚାରୀମାନେ ଉପକୃତ ହୋଇପାରୁଛନ୍ତି। ତେବେ ଜଳାଶୟର ପୁନରୁଦ୍ଧାର ଓ ସାୈନ୍ଦର୍ଯ୍ୟକରଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ତାହାର ଠିକ୍‌ ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ଫଳରେ ପୋଖରୀଗୁଡିକରେ ପୁଣି ଅଳିଆ ଆବର୍ଜନା ଜମି ରହିବା ସହ ପାଣି ମଧ୍ୟ ଦୂଷିତ ହେଉଛି। ଏଭଳି ଭାବେ ନିଗମର ୨୪ ନଂ ୱାର୍ଡ ଅନ୍ତର୍ଗତ ଗୁଡିବନ୍ଧ ଏବେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତେ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ଏହି ପୋଖରୀକୁ ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ପୁନରୁଦ୍ଧାର ସହ ସାୈନ୍ଦର୍ଯ୍ୟକରଣ କରାଯାଇଥିଲା। ପୋଖରୀ ମଧ୍ୟରେ ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଆବର୍ଜନା ପକାଇବାକୁ ବାରଣ କରାଯାଇଥିଲା। ଏହାଦ୍ୱାରା ପାଣି ସ୍ବଚ୍ଛ ରହୁଥିବାରୁ ସ୍ଥାନୀୟ ବାସିନ୍ଦା ଏହାକୁ ବ୍ୟବହାର କରୁଥିଲେ। ତେବେ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ପୋଖରୀରେ କୁଢ କୁଢ ଆବର୍ଜନା ଜମି ରହିଛି। ପୋଖରୀ ଠିକ ଭାବେ ସଫେଇ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ କର୍ପୋରେଟର ପ୍ରଶାନ୍ତ କୁମାର ପଟ୍ଟନାୟକ କହିଛନ୍ତି ଯେ, ପୋଖରୀ ସଫେଇ ପାଇଁ ବିଇଏମସିର କାୈଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରୁନି। ସଫେଇ କର୍ମଚାରୀଙ୍କ ଦ୍ୱାରା ପୋଖରୀ ସଫା କରାଯାଉଛି। ଯାହାକି ସୁରକ୍ଷିତ ନୁହେଁ। ପୋଖରୀ ସଫେଇ ପାଇଁ ସ୍ବତନ୍ତ୍ର କର୍ମଚାରୀ ରଖିବାକୁ ସେ ଦାବି କରିଛନ୍ତି। ସେହିପରି ୨୩ ନଂ ୱାର୍ଡ ସ୍ଥିତ ପାୟଲ ସିନେମା ହଲ ସମ୍ମୁଖରେ ଥିବା ଗୋଲାପଲୀ ଜଳାଶୟର ମଧ୍ୟ ସମାନ ଅବସ୍ଥା। ଏହି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ୨୦୧୮-୧୯ରେ ୯ ଲକ୍ଷ ୬୯ ହଜାର ୮୬୧ ଟଙ୍କା ବ୍ୟୟରେ ହୋଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ସେଠାରେ ବି କୁଢ କୁଢ ଆବର୍ଜନା। ତାହାକୁ ସଫେଇ ଦିଗରେ ନିଗମ ପକ୍ଷରୁ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ କର୍ପୋରେଟର ଆରତୀ ତନ୍ତି କହିଛନ୍ତି, ଏହି ପୋଖରୀର ପୁଣି ପୁନରୁଦ୍ଧାର ଓ ସାୈନ୍ଦର୍ଯ୍ୟକରଣ କରାଯିବ। ଏ ନେଇ ବିଇଏମସି ମେୟର ଓ କମିଶନରଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି। ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ସହରରେ ହେଉଥିବା ଜଳାଶୟର ସାୈନ୍ଦର୍ଯ୍ୟକରଣ ପରେ ଏହାର ଉଚିତ ରକ୍ଷଣାବେକ୍ଷଣ ପାଇଁ ବିଇଏମସି ପକ୍ଷରୁ ସ୍ବତନ୍ତ୍ର କର୍ମଚାରୀ ନିଯୁକ୍ତି ପାଇଁ ବହୁ କର୍ପୋରେଟର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?