ଜଳସେଚନ ନାହିଁ, ଚାଷଜମି ପଡ଼ିଆ

ବନ୍ତ,୨୯।୧(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳବାସୀ କୃଷି ଉପରେ ନିର୍ଭରଶୀଳ। ବ୍ଲକର ପ୍ରାୟ ୯୫ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତିି। କିନ୍ତୁ ଜଳସେଚନ ବ୍ୟବସ୍ଥା ନ ଥିବାରୁ ବର୍ଷସାରା ମାତ୍ର ଗୋଟିଏ ଫସଲ ହୋଇଥାଏ। ବ୍ଲକରେ ୧୫ ହଜାର ହେକ୍ଟର ଚାଷଜମି ରବି ଋତୁରେ ଚାଷ ହୋଇ ନ ପାରି ପଡ଼ିଆ ପଡୁଛି। ନିଜ ଚାଷଜମିରୁ ୨ଟି ଫସଲ ଉତ୍ପାଦନ ହୋଇପାରିଲେ ଲୋକଙ୍କ ଆର୍ଥତ୍କ ସ୍ଥିତିରେ ସୁଧାର ଆସିପାରନ୍ତା। ଜଳସେଚନ ଅଭାବରୁ ଜାନୁୟାରୀରୁ ଜୁନ୍‌ ୬ ମାସ ଚାଷୀ ପରିବାରର ପିଲା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି।
କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ଲକରେ ମୋଟ ୧୮ ହଜାର ୮୬୫ ହେକ୍ଟର ଚାଷଜମି ରହିଛି। ସେଥିରୁ ରବିଋତୁରେ ମାତ୍ର ୩ ହଜାର ୭୦୦ ହେକ୍ଟର ଜମିରେ ଚାଷ ହୋଇଥାଏ। ଚଳିତବର୍ଷ ୩୭୯୨ ହେକ୍ଟର ଜମିରେ ରବି ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେଥି ମଧ୍ୟରୁ ୧୫୬୦ ହେକ୍ଟର ଜମିରେ ପରିବା, ୧୪୮୭ ହେକ୍ଟରରେ ଡାଲି ଜାତୀୟ, ୧୮୫ ହେକ୍ଟର ତୈଳ ବୀଜ, ୨୦ ହେକ୍ଟରରେ ଆଖୁଚାଷ ଓ ୫୪୦ ହେକ୍ଟରରେ ଧାନଚାଷ କରାଯିବାକୁ ସ୍ଥିର ହୋଇଛି। ୨୦୧୯-୨୦ ବର୍ଷରେ ୩୭୫୨ ହେକ୍ଟର ଜମି ରବି ଚାଷ କରାଯାଇଥିବା ବେଳେ ଚଳିତବର୍ଷ ଅଧିକ ୪୦ ହେକ୍ଟର ଜମିରେ ରବି ଚାଷ ଲାଗି ଲକ୍ଷ୍ୟ ରଖାଯାଇଛି। ସାଳନ୍ଦୀ ଜଳସେଚନ ପ୍ରକଳ୍ପରୁ ୪୮୩ ହେକ୍ଟର, ଲିଫ୍ଟ ଇରିଗେଶନରୁ ୧୦୭୮ ହେକ୍ଟର, ସାଲୋ ଟ୍ୟୁବୱେଲରୁ ୧୫୨୫ ହେକ୍ଟର, ନଦୀ ଓ ପୋଖରୀରୁ ୨୨୦ ହେକ୍ଟର ଜମି ଜଳସେଚିତ ହେଉଛି। ଅବଶିଷ୍ଟ ଜମି ଜଳସେଚନ ଅଭାବରୁ ପଡ଼ିଆ ପଡୁଛି। ଏହି ସମସ୍ୟା ପ୍ରତି ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇ ପଦକ୍ଷେପ ନିଆଯିବାକୁ ଚାଷୀମାନେ ଦାବି କରୁଛନ୍ତି। ନିମଗଢିଆର ଚାଷୀ ମାନସ ପାଳ କହନ୍ତି, ବର୍ଷ ସାରା ଗୋଟିଏ ଫସଲରେ ଚଳିବା କଷ୍ଟକର। ଅନ୍ୟପଟେ କାମ ଅଭାବରୁ ପିଲାମାନେ ରୋଜଗାର ପାଇଁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ବର୍ଷରେ ଦୁଇଥର ଚାଷ ହୋଇପାରିଲେ ଆର୍ଥତ୍କ ସ୍ଥିତିରେ ଉନ୍ନତି ହେବା ସହ ଯୁବକମାନେ ଦାଦନ ଖଟିବାକୁ ନ ଯାଇ ଚାଷ କାମରେ ନିୟୋଜିତ ହୋଇପାରନ୍ତେ ବୋଲି କହିଛନ୍ତି କୁଆଁର୍ଦ୍ଦାର ଚାଷୀ ଅଭିମନ୍ୟୁ ଆଇଚ। ରବି ଋତୁରେ ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରିଲେ ବର୍ଷରେ ୨ଟି ଫସଲ ଦ୍ୱାରା ଆୟ ଦ୍ୱିଗୁଣିତ ହୋଇପାରନ୍ତା। ଖରିଫରେ ରୋଗପୋକ ପାଇଁ ଯେଉଁ କ୍ଷତି ହୁଏ ତାହା ରବି ଋତୁରେ ଭରଣା ହୋଇପାରନ୍ତା ବୋଲି ସୁଅଁାପଦାର ଚାଷୀ ଚନ୍ଦ୍ରକାନ୍ତ ମଣ୍ଡଳ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତିଙ୍କୁ ପଚାରିବାରୁ ପ୍ରତିବର୍ଷ କେନାଲ କାମ ଚାଲୁଥିବାରୁ ଏହି ସମୟରେ କେନାଲ ପାଣି ଆସିପାରୁ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri