Posted inଜାତୀୟ

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୧୬।୬: ଉତ୍ତରପ୍ରଦେଶ ସରକାର ଉପଯୁକ୍ତ ଆଇନଗତ ପ୍ରକ୍ରୟା ବିନା ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଚଳାଇଥିବାରୁ ଏହାକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଜମାଏତ୍‌-ଉଲେମା-ଇ-ହିନ୍ଦ୍‌ ଓ ଅନ୍ୟମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏନେଇ ସର୍ବୋଚ୍ଚ ଅଦାଲତ ୟୁପି ସରକାରଙ୍କୁ ଜବାବ ମାଗିଛନ୍ତି। ଉଚ୍ଛେଦ ଅଭିଯାନକୁ ବନ୍ଦ କରାଯାଇପାରିବ ନାହିଁ। ତେବେ ବେଆଇନ ଭାବେ ଉଚ୍ଛେଦକୁ ସୁପ୍ରିମକୋର୍ଟ ବାରଣ କରିଛନ୍ତି। ଉଚ୍ଛେଦ ଉପଯୁକ୍ତ ଆଇନଗତ ପ୍ରକ୍ରିୟାରେ ହେବା ଆବଶ୍ୟକ ବୋଲି ଜଷ୍ଟିସ ଏ.ଏସ୍‌. ବୋପନ୍ନା ଏବଂ ବିକ୍ରମ ନାଥଙ୍କ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି। ୩ ଦିନ ମଧ୍ୟରେ ସତ୍ୟପାଠ ଜରିଆରେ ଜବାବ ଦେବାକୁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହକୁ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା। ହିଂସାରେ ସମ୍ପୃକ୍ତ କେତେଜଣ ଆନ୍ଦୋଳନକାରୀଙ୍କ ଘରକୁ ୟୁପି ପ୍ରଶାସନ ବୁଲ୍‌ଡୋଜର ଲଗାଇ ଭାଙ୍ଗିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କରୋନା ସହିତ ଲଢ଼େଇ : ସାମାଜିକ ଦୂରତା ବଜାୟ ରଖିବା ହିଁ ଶ୍ରେଷ୍ଠ ପ୍ରତିଷେଧକ ବ୍ୟବସ୍ଥା, କହିଲା ଏମ୍ସ୍‌

ନୂଆଦିଲ୍ଲୀ,୯।୫: ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅଭାବନୀୟ ସ୍ଥିତି...

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବାକୁ ଦ୍ୱିତୀୟଥର କ୍ଷମା ଆବେଦନ କଲେ ଅକ୍ଷୟ

ନୂଆଦିଲ୍ଲୀ,୯।୨: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବାକୁ ନେଇ ତୃତୀୟ ଥର ଲାଗି ଡେଥ୍‌ ଓ୍ବାରେଣ୍ଟ...

ଭାଜପା ସିରିଏଲ୍‌ କିଲର: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଶୁକ୍ରବାର ଭାଜପା ଉପରେ ଜୋର୍‌ଦାର ବର୍ଷିଛନ୍ତି।...

ସିଆଚେନରେ ହିମସ୍ଖଳନ : ୨ ଯବାନ ଶହୀଦ

ଶ୍ରୀନଗର, ୧ା୧୨(ପି.ଟି.): କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଦକ୍ଷିଣ ସିଆଚେନ୍‌ ଗ୍ଲାସିୟର୍‌ ସେକ୍ଟର ନିକଟରେ ଶନିବାର ପାଟ୍ରୋଲିଂ କରୁଥିବା ବେଳେ ହଠାତ୍‌ ହିମସ୍ଖଳନ ହେବାରୁ ୨ ଭାରତୀୟ...

ଷ୍ଟାଲିନଙ୍କ ଜ୍ୱାଇଁ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ

ଚେନ୍ନାଇ,୨।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପୂର୍ବରୁ ଡିଏମକେ ନେତାଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ଜ୍ୱାଇଁ ସବରିସନଙ୍କ...

‘ଲଭ୍‌ ଜିହାଦ’ ବିରୋଧରେ ଆଇନ ଆଣିବ ହରିୟାଣା

ଚଣ୍ଡିଗଡ଼,୨ା୧୧(ପି.ଟି.): ‘ଲଭ୍‌ ଜିହାଦ’ ବିରୋଧରେ ଆଇନ ଆଣିବା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିବାର ଦିନକ ପରେ ହରିୟାଣା ମଧ୍ୟ ଅନୁରୂପ ଆଇନ...

ମହାରାଷ୍ଟ୍ରରେ ଜଳ ତାଣ୍ଡବ

ମୁମ୍ବାଇ,୩ା୭ (ପି.ଟି.): ମୁମ୍ବାଇରେ ବର୍ଷା ବିତ୍ପାତ ସଙ୍ଗିନ ରୂପ ଧାରଣ କରିଛି। ଲଗାଣ ବର୍ଷା ଯୋଗୁ ବାଣିଜି୍ୟକ ରାଜଧାନୀ ମୁମ୍ବାଇ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। କେବଳ...

ହାଜର ହେଲେ ଆର୍ଯ୍ୟନ

ମୁମ୍ବାଇ,୫ ।୧୧: କ୍ରୁଜ ଡ୍ରଗ୍ସ ମାମଲାରେ ସର୍ତ୍ତ ମୂଳକ ଜାମିନ ପାଇଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ...

Advertisement
Archives

Model This Week