ତୃଣମୂଳସ୍ତରରେ ପହଞ୍ଚତ୍ ନାହିଁ ଉନ୍ନୟନ ଯୋଜନା

କେନ୍ଦ୍ରାପଡ଼ା ଅଫିସ, ୧ା୪: ରାଜ୍ୟ ସରକାର ୧୯୯୩ ଏପ୍ରିଲ ୧ରେ ଅବିଭକ୍ତ କଟକ ଜିଲାକୁ ଭାଗ କରି କେନ୍ଦ୍ରାପଡ଼ାକୁ ସ୍ବତନ୍ତ୍ର ଜିଲା ମାନ୍ୟତା ପ୍ରଦାନ କରିଥିଲେ। ଇତିମଧ୍ୟରେ ଏହି ଜିଲା ମାନ୍ୟତାକୁ ୩୦ ବର୍ଷ ବିତିଛି। ଜିଲା ଗଠନ ପରେ ଏହାର ବିକାଶକୁ ନେଇ ସ୍ବପ୍ନ ଦେଖିଥିବା ଜିଲାବାସୀ ଏବେ ବି ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଛନ୍ତି। ସମସ୍ତଙ୍କ ନିକଟରେ ମୌଳିକ ଆବଶ୍ୟକତା, ସୁବିଧା ଓ ଉନ୍ନୟନ ଯୋଜନା ପହଞ୍ଚତ୍ ପାରି ନ ଥିବା ବେଳେ କର୍ମନିଯୁକ୍ତି ଏକ ବଡ଼ ସମସ୍ୟା ହୋଇଛି। କୃଷି ଅର୍ଥନୀତିଭିତ୍ତିକ ଏହି ଜିଲାର ଅର୍ଥନୀତି ବିକାଶ କ୍ଷେତ୍ରରେ ରାଜ୍ୟର ୨୬ତମ ସ୍ଥାନରେ ଅଛି। ତୃଣମୂଳସ୍ତରରେ ଯୋଜନା ପହଞ୍ଚତ୍ବା ପାଇଁ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ଜରୁରୀ ବୋଲି ମତ ମିଳିଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ସହ ଅବିଭକ୍ତ କଟକ ଜିଲାରୁ ପଡ଼ୋଶୀ ଯାଜପୁର ଓ ଜଗତ୍‌ସିଂହପୁର ଜିଲା ଗଠନ ହୋଇଥିଲା। ଏହି ୨ ପଡୋଶୀ ଜିଲାରେ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟରେ ଆର୍ଥିକ ଓ ସାମାଜିକ ବିକାଶ ହେଉଥିବା ବେଳେ କେନ୍ଦ୍ରାପଡ଼ା ଖୁବ୍‌ ପଛରେ ରହିଛି। ଜିଲାରେ ଏବେ ୧୬ ଲକ୍ଷରୁ ଅଧିକ ଅଧିବାସୀ ୧୫୯୨ ରାଜସ୍ବ ଗ୍ରାମରେ ଅଛନ୍ତି। ଦେଶର ସର୍ବପ୍ରଥମ ମ୍ୟୁନିସିପାଲିଟି ଭାବେ କେନ୍ଦ୍ରାପଡ଼ାକୁ ମାନ୍ୟତା ଦିଆଯାଇଛି। ତେବେ ସମସ୍ତଙ୍କ ନିକଟରେ ମୌଳିକ ଆବଶ୍ୟକତା ପହଞ୍ଚତ୍ ପାରିନାହିଁ। ଅଦ୍ୟାବଧି ୧୭ ପଞ୍ଚାୟତକୁ ସଡ଼କ ଯୋଗାଯୋଗ ପଥ ନ ଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ ସହ ଆପତକାଳୀନ ସମୟରେ ଦମକଳ ଗାଡ଼ି ଓ ଆମ୍ବୁଲାନ୍ସ ସେବା ପହଞ୍ଚତ୍ ପାରୁନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସତ୍ତ୍ୱେ କେତେଗୋଟି ପଡ଼ା ଅଞ୍ଚଳକୁ ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ କରାଯାଇଛି। ଶିକ୍ଷା ଓ ସ୍ବାସ୍ଥ୍ୟ ପରି ମୌଳିକ ଆବଶ୍ୟକତା ପୂରଣ ହୋଇପାରୁ ନ ଥିବାରୁ ଜିଲାବାସୀଙ୍କ ସୁଖଦ ସ୍ବପ୍ନ ହଜିଥିବା ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, ଶିଳ୍ପବିହୀନ ଏହି ଜିଲାରେ କର୍ମନିଯୁକ୍ତି ଏକ ବଡ଼ ସମସ୍ୟା। ୫୭ ହଜାରରୁ ଅଧିକ ବୈଷୟିକ ଡିଗ୍ରୀଧାରୀ କର୍ମ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକୃତ ହୋଇଥିଲେ ମଧ୍ୟ ନିଯୁକ୍ତି ମିଳିପାରୁନାହିଁ। ଯୁବବର୍ଗ ହୋଇ ଜିଲା ବାହାରେ କର୍ମ ଅନ୍ବେଷଣରେ ଅଛନ୍ତି। ପ୍ରତି ସପ୍ତାହରେ ଦାଦନ ଯନ୍ତ୍ରଣା ଜନିତ ଖବର ଜିଲାରେ ପହଞ୍ଚୁଛି। ଏପରି କି କରୋନା ସଂକ୍ରମଣ ସମୟରେ ଜିଲାର ପ୍ରାୟ ୩ ଲକ୍ଷ ଶ୍ରମିକ ପ୍ରବାସରୁ ଫେରିଥିବା ଏକ ବେସରକାରୀ ସଂସ୍ଥାର ସର୍ଭେରୁ ଜଣାପଡିଛି। ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କୁହନ୍ତି, ନିର୍ବାଚନ ସମୟରେ ବରୁଣେଇ ବନ୍ଦର, ପାୱାର ଥର୍ମାଲ ପ୍ଲାଣ୍ଟ, ନଦୀଭିତ୍ତିକ ବନ୍ଦର, ଶିଳ୍ପ ପ୍ରତିଷ୍ଠା, ଜାତୀୟ ଉଦ୍ୟାନର ସୁରକ୍ଷା, ଐତିହ୍ୟର ପୁନରୁଦ୍ଧାର, ବିଭିନ୍ନ ନଦୀରେ ସେତୁ, ମେଡ଼ିକାଲ କଲେଜ, କୃଷିଭିତ୍ତିକ ଶିଳ୍ପ, କେନ୍ଦ୍ରାପଡ଼ା ବିଶ୍ୱବିଦ୍ୟାଳୟ, ବିଏଡ କଲେଜ ଆଦିର ପ୍ରତିଷ୍ଠା ନେଇ ରାଜନେତା ସ୍ବପ୍ନ ଦେଖାଉଥିବା ବେଳେ ଅଦ୍ୟାବଧି ପୂରଣ ହୋଇନାହିଁ। କୃଷି ପାଇଁ ଜଳ ପରିଚାଳନା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେବେ ଏହି ଜିଲାର କୃଷକ ଜଳସେଚନ ଓ ଜଳ ନିଷ୍କାସନ ସମସ୍ୟା ମଧ୍ୟରେ ରହି ଅର୍ଥକରୀ ଫସଲ ଉତ୍ପତ୍ନ୍ନ କରି ପାରୁନାହାନ୍ତି। ସେହିପରି ମଣ୍ଡି ଓ ଶୀତଳଭଣ୍ଡାର, ତାଲିମ ଆଦି କ୍ଷେତ୍ରରେ ଜିଲା ଡେର ପଛୁଆ ରହିଛି। ସାମାଜିକ କର୍ମୀ ମନୋଜ ନାୟକ କହିଛନ୍ତି, ଜାତୀୟ ଉଦ୍ୟାନ ଭିତରକନିକାର ଜଙ୍ଗଲ ଅଞ୍ଚଳ ଏବେ ଅନୁପ୍ରବେଶକାରୀଙ୍କ କବଳରେ ଅଛି। ଏଥିସହ ପାରାଦୀପ-ଚଣ୍ଡିଖୋଲ ରାଜପଥ କେନ୍ଦ୍ରାପଡ଼ା ମଧ୍ୟରେ ୪୫ କିଲୋମିଟର ଅଛି। ଏହି ବାଟ ଦେଇ ପରିବହନ ଗାଡ଼ି ଧକ୍କାରେ ଜିଲାବାସୀ ମୃତାହତ ହେଉଥିଲେ ମଧ୍ୟ ଜଗତ୍‌ସିଂହପୁର, କେନ୍ଦୁଝର, ଯାଜପୁରର ଶିଳ୍ପ ଓ ଖଣି ଅଞ୍ଚଳରୁ ସିଏସ୍‌ଆର ବାବଦରେ ଟଙ୍କାଟିଏ ମିଳୁନାହିଁ। ଜିଲାର ତୃଣମୂଳ ବିକାଶ ପାଇଁ ରାଜନେତା ଓ ପ୍ରଶାସକଙ୍କର ସମନ୍ବୟ ଜରୁରୀ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri