କୋରେଇ ପାଇଁ ଚିନ୍ତାରେ ବିଜେଡି

ଯାଜପୁର ଅଫିସ,୧ା୪: ଯାଜପୁର ଜିଲାର କୋରେଇ ନିର୍ବାଚନ ମଣ୍ଡଳୀରେ ୨୦୦୦ ମସିହା ପରେ କେହି ଜଣେ ନେତା ତିଷ୍ଠି ପାରିନାହାନ୍ତି। ଏବେ ପୁଣି ବାହାର ଅଞ୍ଚଳ ନେତାଙ୍କ ନଜର ଏହି ନିର୍ବାଚନ ମଣ୍ଡଳୀ ଉପରେ ପଡ଼ିିଛି। ୨୦୦୦ ପୂର୍ବରୁ ଏଠାରେ ଅଶୋକ ଦାସ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପରବର୍ତ୍ତୀ ସମୟ ହୋଇଆସିଥିବା ନିର୍ବାଚନଗୁଡ଼ିକରେ ନୂଅଁା ମୁହଁ ଜିତି ଆସିଛନ୍ତି। ଏବେ ବିଜେଡି ନେତା ଅଶୋକ ବଳ ବିଧାୟକ ଅଛନ୍ତି। ତେବେ ତାଙ୍କ ନେତୃତ୍ୱକୁ ଦୁର୍ବଳ ମନେକରି ଅନ୍ୟ ନିର୍ବାଚନ ମଣ୍ଡଳୀର ନେତାମାନେ କୋରେଇ ଉପରେ ଆଗ୍ରହ ଦେଖାଉଥିବା ଚର୍ଚ୍ଚା ହେଉଛି।
ପରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହିକ୍ରମରେ ଯାଜପୁର ଜିଲାର କୋରେଇ ନିର୍ବାଚନ ମଣ୍ଡଳୀରେ ଆଧିପତ୍ୟ ବିସ୍ତାର ପାଇଁ ଯାଜପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ପ୍ରତିନିଧି ଭବପ୍ରସାଦ ଦାସ(ଲଲ) ବିଭିନ୍ନ ସମୟରେ କୋରେଇ ଗସ୍ତ କରି ଉନ୍ନୟନ କାର୍ଯ୍ୟର ତଦାରଖ କରୁଛନ୍ତି। ଏଠାରେ ବିଜେଡି ଫାଳଫାଳ ହୋଇଥିବାରୁ ନିଜର ଭୋଟମୁଣିକୁ ସୁରକ୍ଷା ଦେବାକୁ ଯାଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା କୁହାଯାଉଛି। ଅନ୍ୟପକ୍ଷେ ଆଗାମୀ ନିର୍ବାଚନରେ ଲଲଙ୍କୁ କୋରେଇର ପ୍ରତିନିଧି କରିବାର ସୁଯୋଗ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷେ ପୂର୍ବତନ ବିଧାୟକ ଆକାଶ ଦାସନାୟକ ମଧ୍ୟ କୋରେଇର ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ କୋରେଇ ପାଇଁ ପୁଣି ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ ସମ୍ଭାବନା ଦେଖାଦେଇଛି। ଜିଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୬ଟିରେ ପ୍ରାୟ ୨୩ ବର୍ଷ ଧରି ବିଜେଡି ଟିକେଟରେ ନେତା ପ୍ରତିନିଧିତ୍ୱ କରି ଆସୁଛନ୍ତି। ଏହି ନେତା ଓ ସେମାନଙ୍କ ଉତ୍ତରାଧିକାରୀ ଜିତି ଆସୁଛନ୍ତି। କିନ୍ତୁ କୋରେଇ ନିର୍ବାଚନ ମଣ୍ଡଳୀରେ ଭିନ୍ନ ସ୍ଥିତି। ଏଠାରେ ଗତ ୪ ନିର୍ବାଚନରେ ଶାସକ ଦଳ ବିଜେଡି ପ୍ରାର୍ଥୀ ବଦଳାଇବାରେ ରେକର୍ଡ ସୃଷ୍ଟି କରିଛି। ଏହାକୁ ଅନୁସରଣ କରି ଅନ୍ୟ ଦୁଇ ଜାତୀୟ ଦଳ ଭାଜପା ଓ କଂଗ୍ରେସ ମଧ୍ୟ ପ୍ରାର୍ଥୀ ବଦଳାଇବାରେ କୌଣସି ହେଳା କରିନାହିଁ। ତେବେ ୨୦୦୯ରେ ଭାଜପା ଓ ବିଜେଡି ମେଣ୍ଟ ଭାଙ୍ଗିବା ପରେ ବିଜେଡି ଯାହାକୁ ପ୍ରାର୍ଥୀ କରିଛି ସେ ବିଜୟୀ ହୋଇଛନ୍ତି। ଏହିକ୍ରମରେ ୨୦୦୯ରେ ପ୍ରୀତିରଞ୍ଜନ ଘଡେଇ, ୨୦୧୪ରେ ଆକାଶ ଦାସନାୟକ ଓ ୨୦୧୯ ନିର୍ବାଚନରେ ଅଶୋକ ବଳ ବିଜୟୀ ହୋଇଛନ୍ତି। ଜିଲାରେ ବିରୋଧୀ ଦଳର ପ୍ରଭାବ ଅତି ନଗଣ୍ୟ ହୋଇ ଆସିଥିବାରୁ ଜିଲାର ଉନ୍ନୟନ କାର୍ଯ୍ୟରେ ବ୍ୟାପକ ହରିଲୁଟ ହେଉଥିବା ଅଭିଯୋଗ ହୋଇଆସୁଛି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଭାଜପାର ବିଫଳତା ବିଜେଡି ନେତାଙ୍କୁ ବହୁ ବଳ ଦେଇଛି। ତେବେ ଏହି ୪ ବର୍ଷରେ କୋରେଇ ବିଧାୟକ ଅଶୋକ ବଳ ଦଳୀୟ ବହୁ ନେତା ଓ କର୍ମୀଙ୍କ ଅସନ୍ତୋଷର କାରଣ ହୋଇଛନ୍ତି। ଶତାଧିକ କର୍ମୀଙ୍କୁ କୌଣସି କାମ ମିଳୁ ନ ଥିବାରୁ ସେମାନେ ବିଜେଡି ପ୍ରତି ମୁହଁ ଫେରାଉଥିବା କୁହାଯାଉଛି। ଫଳରେ କୋରେଇରେ ଦଳୀୟ ପରିଚାଳନାକୁ ଦୃଷ୍ଟିରେ ରଖି ପୁଣି ନୂଆ ମୁହଁକୁ ସୁଯୋଗ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଗୋଟିଏ ପରିବାରରୁ ଏକାଧିକ ନେତୃତ୍ୱକୁ ବିଜେଡି ବିରୋଧ କରୁଥିବାରୁ କୋରେଇରେ ଲଲଙ୍କ ଭାଗ୍ୟ ଫିଟିବ କି ନାହିଁ ତାହା ସନ୍ଦେହରେ ରହିଛି। ଅନ୍ୟପକ୍ଷେ କୋରେଇ ନିର୍ବାଚନ ମଣ୍ଡଳୀରେ ବ୍ୟାସନଗର ରହିଛି। ଏହି ସହରବାସୀଙ୍କ ଭୋଟ ଉପରେ ପ୍ରାର୍ଥୀଙ୍କ ଭାଗ୍ୟ ଫିଟିଥାଏ। ତେବେ ସହରର ବିକାଶରେ ବିଜେଡି ସେତେଟା ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ସହରବାସୀ କ୍ଷୁବ୍ଧ ଥିବା ମନେହେଉଛି। ବିରୋଧୀ ଭାଜପା ଓ କଂଗ୍ରେସର କାର୍ଯ୍ୟ ମଧ୍ୟ ସନ୍ତୋଷଜନକ ନୁହେଁ। ତେଣୁ ବିଜେଡି କିଭଳି ନିଜର ଭୋଟମୁଣିକୁ ସାଇତି ରଖିବ ସେ ନେଇ ତପତ୍ର ହୋଇଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri