ତୃଣମୂଳସ୍ତରରେ ପହଞ୍ଚତ୍ ନାହିଁ ଉନ୍ନୟନ ଯୋଜନା

କେନ୍ଦ୍ରାପଡ଼ା ଅଫିସ, ୧ା୪: ରାଜ୍ୟ ସରକାର ୧୯୯୩ ଏପ୍ରିଲ ୧ରେ ଅବିଭକ୍ତ କଟକ ଜିଲାକୁ ଭାଗ କରି କେନ୍ଦ୍ରାପଡ଼ାକୁ ସ୍ବତନ୍ତ୍ର ଜିଲା ମାନ୍ୟତା ପ୍ରଦାନ କରିଥିଲେ। ଇତିମଧ୍ୟରେ ଏହି ଜିଲା ମାନ୍ୟତାକୁ ୩୦ ବର୍ଷ ବିତିଛି। ଜିଲା ଗଠନ ପରେ ଏହାର ବିକାଶକୁ ନେଇ ସ୍ବପ୍ନ ଦେଖିଥିବା ଜିଲାବାସୀ ଏବେ ବି ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଛନ୍ତି। ସମସ୍ତଙ୍କ ନିକଟରେ ମୌଳିକ ଆବଶ୍ୟକତା, ସୁବିଧା ଓ ଉନ୍ନୟନ ଯୋଜନା ପହଞ୍ଚତ୍ ପାରି ନ ଥିବା ବେଳେ କର୍ମନିଯୁକ୍ତି ଏକ ବଡ଼ ସମସ୍ୟା ହୋଇଛି। କୃଷି ଅର୍ଥନୀତିଭିତ୍ତିକ ଏହି ଜିଲାର ଅର୍ଥନୀତି ବିକାଶ କ୍ଷେତ୍ରରେ ରାଜ୍ୟର ୨୬ତମ ସ୍ଥାନରେ ଅଛି। ତୃଣମୂଳସ୍ତରରେ ଯୋଜନା ପହଞ୍ଚତ୍ବା ପାଇଁ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ଜରୁରୀ ବୋଲି ମତ ମିଳିଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ସହ ଅବିଭକ୍ତ କଟକ ଜିଲାରୁ ପଡ଼ୋଶୀ ଯାଜପୁର ଓ ଜଗତ୍‌ସିଂହପୁର ଜିଲା ଗଠନ ହୋଇଥିଲା। ଏହି ୨ ପଡୋଶୀ ଜିଲାରେ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟରେ ଆର୍ଥିକ ଓ ସାମାଜିକ ବିକାଶ ହେଉଥିବା ବେଳେ କେନ୍ଦ୍ରାପଡ଼ା ଖୁବ୍‌ ପଛରେ ରହିଛି। ଜିଲାରେ ଏବେ ୧୬ ଲକ୍ଷରୁ ଅଧିକ ଅଧିବାସୀ ୧୫୯୨ ରାଜସ୍ବ ଗ୍ରାମରେ ଅଛନ୍ତି। ଦେଶର ସର୍ବପ୍ରଥମ ମ୍ୟୁନିସିପାଲିଟି ଭାବେ କେନ୍ଦ୍ରାପଡ଼ାକୁ ମାନ୍ୟତା ଦିଆଯାଇଛି। ତେବେ ସମସ୍ତଙ୍କ ନିକଟରେ ମୌଳିକ ଆବଶ୍ୟକତା ପହଞ୍ଚତ୍ ପାରିନାହିଁ। ଅଦ୍ୟାବଧି ୧୭ ପଞ୍ଚାୟତକୁ ସଡ଼କ ଯୋଗାଯୋଗ ପଥ ନ ଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ ସହ ଆପତକାଳୀନ ସମୟରେ ଦମକଳ ଗାଡ଼ି ଓ ଆମ୍ବୁଲାନ୍ସ ସେବା ପହଞ୍ଚତ୍ ପାରୁନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସତ୍ତ୍ୱେ କେତେଗୋଟି ପଡ଼ା ଅଞ୍ଚଳକୁ ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ କରାଯାଇଛି। ଶିକ୍ଷା ଓ ସ୍ବାସ୍ଥ୍ୟ ପରି ମୌଳିକ ଆବଶ୍ୟକତା ପୂରଣ ହୋଇପାରୁ ନ ଥିବାରୁ ଜିଲାବାସୀଙ୍କ ସୁଖଦ ସ୍ବପ୍ନ ହଜିଥିବା ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, ଶିଳ୍ପବିହୀନ ଏହି ଜିଲାରେ କର୍ମନିଯୁକ୍ତି ଏକ ବଡ଼ ସମସ୍ୟା। ୫୭ ହଜାରରୁ ଅଧିକ ବୈଷୟିକ ଡିଗ୍ରୀଧାରୀ କର୍ମ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକୃତ ହୋଇଥିଲେ ମଧ୍ୟ ନିଯୁକ୍ତି ମିଳିପାରୁନାହିଁ। ଯୁବବର୍ଗ ହୋଇ ଜିଲା ବାହାରେ କର୍ମ ଅନ୍ବେଷଣରେ ଅଛନ୍ତି। ପ୍ରତି ସପ୍ତାହରେ ଦାଦନ ଯନ୍ତ୍ରଣା ଜନିତ ଖବର ଜିଲାରେ ପହଞ୍ଚୁଛି। ଏପରି କି କରୋନା ସଂକ୍ରମଣ ସମୟରେ ଜିଲାର ପ୍ରାୟ ୩ ଲକ୍ଷ ଶ୍ରମିକ ପ୍ରବାସରୁ ଫେରିଥିବା ଏକ ବେସରକାରୀ ସଂସ୍ଥାର ସର୍ଭେରୁ ଜଣାପଡିଛି। ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କୁହନ୍ତି, ନିର୍ବାଚନ ସମୟରେ ବରୁଣେଇ ବନ୍ଦର, ପାୱାର ଥର୍ମାଲ ପ୍ଲାଣ୍ଟ, ନଦୀଭିତ୍ତିକ ବନ୍ଦର, ଶିଳ୍ପ ପ୍ରତିଷ୍ଠା, ଜାତୀୟ ଉଦ୍ୟାନର ସୁରକ୍ଷା, ଐତିହ୍ୟର ପୁନରୁଦ୍ଧାର, ବିଭିନ୍ନ ନଦୀରେ ସେତୁ, ମେଡ଼ିକାଲ କଲେଜ, କୃଷିଭିତ୍ତିକ ଶିଳ୍ପ, କେନ୍ଦ୍ରାପଡ଼ା ବିଶ୍ୱବିଦ୍ୟାଳୟ, ବିଏଡ କଲେଜ ଆଦିର ପ୍ରତିଷ୍ଠା ନେଇ ରାଜନେତା ସ୍ବପ୍ନ ଦେଖାଉଥିବା ବେଳେ ଅଦ୍ୟାବଧି ପୂରଣ ହୋଇନାହିଁ। କୃଷି ପାଇଁ ଜଳ ପରିଚାଳନା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେବେ ଏହି ଜିଲାର କୃଷକ ଜଳସେଚନ ଓ ଜଳ ନିଷ୍କାସନ ସମସ୍ୟା ମଧ୍ୟରେ ରହି ଅର୍ଥକରୀ ଫସଲ ଉତ୍ପତ୍ନ୍ନ କରି ପାରୁନାହାନ୍ତି। ସେହିପରି ମଣ୍ଡି ଓ ଶୀତଳଭଣ୍ଡାର, ତାଲିମ ଆଦି କ୍ଷେତ୍ରରେ ଜିଲା ଡେର ପଛୁଆ ରହିଛି। ସାମାଜିକ କର୍ମୀ ମନୋଜ ନାୟକ କହିଛନ୍ତି, ଜାତୀୟ ଉଦ୍ୟାନ ଭିତରକନିକାର ଜଙ୍ଗଲ ଅଞ୍ଚଳ ଏବେ ଅନୁପ୍ରବେଶକାରୀଙ୍କ କବଳରେ ଅଛି। ଏଥିସହ ପାରାଦୀପ-ଚଣ୍ଡିଖୋଲ ରାଜପଥ କେନ୍ଦ୍ରାପଡ଼ା ମଧ୍ୟରେ ୪୫ କିଲୋମିଟର ଅଛି। ଏହି ବାଟ ଦେଇ ପରିବହନ ଗାଡ଼ି ଧକ୍କାରେ ଜିଲାବାସୀ ମୃତାହତ ହେଉଥିଲେ ମଧ୍ୟ ଜଗତ୍‌ସିଂହପୁର, କେନ୍ଦୁଝର, ଯାଜପୁରର ଶିଳ୍ପ ଓ ଖଣି ଅଞ୍ଚଳରୁ ସିଏସ୍‌ଆର ବାବଦରେ ଟଙ୍କାଟିଏ ମିଳୁନାହିଁ। ଜିଲାର ତୃଣମୂଳ ବିକାଶ ପାଇଁ ରାଜନେତା ଓ ପ୍ରଶାସକଙ୍କର ସମନ୍ବୟ ଜରୁରୀ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?