ଏଟିଏମ୍‌ ଉଠାଣରେ କୋହଳ ବ୍ୟବସ୍ଥା ଉଠିଲା

ନୂଆଦିଲ୍ଲୀ,୨।୭: କରୋନା କଟକଣା ପାଇଁ ଏଟିଏମ୍‌ରେ ନିର୍ଦ୍ଧାରିତ ଥରରୁ ଅଧିକ ଥର ଉଠାଣ ଉପରେ କୌଣସି ନେଣଦେଣ ଚାର୍ଜ ଲାଗୁ ହେଉ ନ ଥିଲା। ସରକାର ଏଟିଏମ୍‌ ଉଠାଣ ଉପରେ କେତେକ କୋହଳ ବ୍ୟବସ୍ଥା କରିଥିଲେ। ସେହିଭଳି ବ୍ୟାଙ୍କ ଖାତାରେ ନୂ୍ୟନତମ ବାଲାନ୍ସ ରଖିବା କଟକଣା ମଧ୍ୟ ଏହି ସମୟରେ କୋହଳ କରାଯାଇଥିଲା। ଏହି ସବୁ ନିୟମର ଅବଧି ଜୁନ ୩୦ରେ ଶେଷ ହୋଇଛି। ଜୁଲାଇ ପହିଲାରେ ବିଭିନ୍ନ ନିୟମ ପୂର୍ବବତ୍‌ ଲାଗୁ ହେବ ବୋଲି ଜଣାପଡିଛି। ଯଦି ସରକାର ଉକ୍ତ ଅବଧିକୁ ନ ବଢ଼ାନ୍ତି ତେବେ ଲୋକଙ୍କୁ କୋହଳ ସୁବିଧା ଆଉ ମିଳିବ ନାହିଁ। ହେଲେ ସରକାର ସେଭଳି କୌଣସି ଘୋଷଣା ବର୍ତ୍ତମାନ ପର୍ଯ୍ୟନ୍ତ କରି ନାହାନ୍ତି। କରୋନା ମାମଲା ବଢୁଥିବାରୁ ନିୟମ କୋହଳ ହେଲେ ଲୋକମାନେ ଏହାର ସୁବିଧା ଲାଭ କରନ୍ତେ ବୋଲି ବିଶେଷଜ୍ଞ ମତପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଲକ୍‌ଡାଉନ ଘୋଷଣା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏଭଳି ନିୟମ ସବୁ ଉପରେ କୋହଳ ନେଇ ଘୋଷଣା କରିଥିଲେ। ଲୋକମାନେ ଯେଭଳି କୌଣସି ହଇରାଣ ନ ହୁଅନ୍ତି ତାକୁ ଧ୍ୟାନରେ ରଖି ଏଭଳି ବ୍ୟବସ୍ଥା କରାଯାଇଥିଲା। ଡିଜିଟାଲ ଟ୍ରାଞ୍ଜାକଶନକୁ ଉତ୍ସାହିତ କରିବା ଲାଗି ସରକାର ୩ ମାସ ଏଟିଏମ୍‌ ଉଠାଣକୁ ଚାର୍ଜ ମୁକ୍ତ କରିଥିଲେ। ବ୍ୟାଙ୍କ ଖାତାରେ ମଧ୍ୟ ସର୍ବନିମ୍ନ ବାଲାନ୍ସ ନ ରଖିବା ଉପରେ ଜରିମାନା ଦେବାକୁ ପଡୁ ନ ଥିଲା। ପ୍ରକୃତ ନିୟମ ମୁତାବକ ବ୍ୟାଙ୍କଗୁଡିକରେ ସର୍ବନିମ୍ନ ବାଲାନ୍ସ କଟକଣା ଅନ୍ତର୍ଗତ ଗ୍ରାହକଙ୍କୁ ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରଖିବାକୁ ପଡୁଛି। ଚାର୍ଜରୁ ବର୍ତ୍ତିବା ଲାଗି ଗ୍ରାହକ ଏହି ବାଲାନ୍ସ ରଖୁଛନ୍ତିି। ଗ୍ରାହକଙ୍କୁ ନିଜ ବ୍ୟାଙ୍କ ଏଟିଏମ୍‌ରେ ୫ ଥର ଏବଂ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ୩ ଥର ନିଃଶୁଳ୍କ ନେଣଦେଣ ସୁବିଧା ମିଳୁଛି। ଏଟିଏମ୍‌ରେ ନିର୍ଦ୍ଧାରିତ ନିଃଶୁଳ୍କ ନେଣଦେଣ ସୀମା ପରେ ଗ୍ରାହକଙ୍କୁ ୮ରୁ ୨୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଲାଗୁ ହେଉଛି। ଏଟିଏମ୍‌ ଉଠାଣ ନିୟମ ବିଭିନ୍ନ ବ୍ୟାଙ୍କରେ ଭିନ୍ନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri