Posted inଜାତୀୟ

କୌଣସି ପ୍ରକାର ଗୁପ୍ତଚରୀକୁ ସହ୍ୟ କରାଯିବ ନାହିଁ…

ନୂଆଦିଲ୍ଲୀ,୨୭।୧୦: ଦେଶରେ କୌଣସି ପ୍ରକାରର ଗୁପ୍ତଚରୀକୁ ସହ୍ୟ କରାଯିବ ନାହିଁ ବୋଲି ପେଗାସସ୍‌ ମାମଲାର ଶୁଣାଣି ସମୟରେ ବୁଧବାର ସୁପ୍ରିମ୍‌କୋର୍ଟ ପ୍ରକାଶ କରିଛନ୍ତି। ଏହାର ଯାଞ୍ଚ୍‌ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବା ଆବଶ୍ୟକତା ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଗଠନ ହୋଇଥିବା ଏହି ୩ ଜଣିଆ କମିଟିର ଅଧ୍ୟକ୍ଷତା ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଆର୍‌.ବି. ରବୀନ୍ଦ୍ରନ କରୁଛନ୍ତି। ଏହା ସହିତ କମିଟିରେ ଆଲୋକ ଯୋଶୀ ଏବଂ ସନ୍ଦୀପ୍‌ ଓବରାଇଙ୍କୁ ସାମିଲ କରାଯାଇଛି।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ,ଆମେ ଦେଶରେ ଆଇନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଚାହୁଁଛୁ। ନ୍ୟାୟିକ ବ୍ୟବସ୍ଥା ସବୁବେଳେ ଦେଶରେ ମୌଳିକ ଅଧିକାରକୁ ସୁରକ୍ଷା ଯୋଗାଇ ଦେଇଛି।

ସଭିଏଁ ନିଜତ୍ୱର ସୁରକ୍ଷା ଚାହିଁଥାନ୍ତି। ନିଜତ୍ୱ ଅଧିକାରର କେତେକ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟ ରହିଛି। ଭାରତର ପ୍ରଧାନ ବିଚାରପତି ଏନ.ଭି ରାମନା କହିଛନ୍ତି, ଆମେ ସୂଚନା ପ୍ରଯୁକ୍ତିବିଦ୍ୟା ଯୁଗରେ ବାସ କରୁଛୁ। ଏହାକୁ ଜନସାଧାରଣଙ୍କ ସ୍ବାର୍ଥରେ ବ୍ୟବହାର କରିବା ଉଚିତ। ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଗଣମାଧ୍ୟମର ସ୍ବାଧୀନତା । ଟେକ୍ନୋଲୋଜି ଦ୍ୱାରା ଏହାର ଅପବ୍ୟବହାର କରାଯିବା ଠିକ ନୁହେଁ।

ଆମେ ସତ୍ୟ ଜାଣିବାକୁ ଚାହୁଁଛୁ। ଏହାର ଜବାବ ଦେବାକୁ ଆମେ ସରକାରଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେଇଛୁ। ଜାତୀୟ ସୁରକ୍ଷା ଯୋଗୁଁ ଏହାର ଉତ୍ତର ଦେଇପାରିବେ ନାହିଁ ବୋଲି ସରକାର କହିଛନ୍ତି। ଆମେ କହିଥିଲୁ ଯେ ଯାହା କୁହା ଯାଇପାରିବ, ସେତିକି କୁହ, କିନ୍ତୁ ସରକାର ଏହାର ଉତ୍ତର ଦେଇ ନାହାଁନ୍ତି। ତେଣୁ କୋର୍ଟ କେବଳ ମୂକ ଦର୍ଶକ ଭାବରେ ବସିପାରିବେ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ମାମଲାରେ କେନ୍ଦ୍ର ଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ଖଣ୍ଡନ କରାଯାଇ ନାହିଁ। ତେଣୁ ଆବେଦନକାରୀଙ୍କ ନିବେଦନକୁ ଗ୍ରହଣ କରିବା ବ୍ୟତୀତ ଶୀର୍ଷ କୋର୍ଟଙ୍କ ପାଖରେ ବିକଳ୍ପ ନାହିଁ। କୋର୍ଟ ଏକ ବିଶେଷଜ୍ଞ କମିଟି ନିଯୁକ୍ତ କରିଛନ୍ତି। କମିଟିର କାର୍ଯ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ତଦାରଖ ହେବ। ଏହି ମାମଲାର ନିରପେକ୍ଷ ଯାଞ୍ଚ୍‌ ଲାଗି ୧୫ ଆବେଦନ ଦାଖଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri