ଭୂଇଁଚଣା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ

ଗଞ୍ଜାମ,୫।୬(ଡି.ଏନ.ଏ.): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନରେ ରହିଛି ଲାଉପୁଟୁ ଗ୍ରାମ। ଉକ୍ତ ଗ୍ରାମର ପ୍ରାୟ ଅଧିକାଂଶ ପରିବାର ଧାନ, ମୁଗ, ବିରି ସହ ଭୂଇଁଚଣା ଚାଷକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। ଉକ୍ତ ଗ୍ରାମର ସତ୍ୟଭାମା ଜେନା(୮୦) କିନ୍ତୁ ପରିଣତ ବୟସରେ ମଧ୍ୟ ଭୂଇଁଚଣା ଚାଷରୁ ଫେରାଇ ନାହାନ୍ତି ମୁହଁ। ଅନ୍ୟମାନଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ। ଚଳିତ ବର୍ଷ ସେ ୮ ଭରଣ ଜମିରେ ଭୂଇଁଚଣା ଚାଷ କରିଛନ୍ତି। ନିଜେ କିଛି କରି ନ ପାରିଲେ ମଧ୍ୟ ନିଜ ଝିଅ ସରସ୍ବତୀଙ୍କ ସହଯୋଗରେ ମୂଲିଆ ଲଗାଇ ଏହି ଚାଷ କରିଆସୁଛନ୍ତି। କିନ୍ତୁ ଜିଲା ପ୍ରଶାସନ ପକ୍ଷରୁ କୌଣସି ପ୍ରୋତ୍ସାହନ ମିଳୁ ନ ଥିବା କହିଛନ୍ତି ବୃଦ୍ଧା ହଜାରୀ। ସରକାରୀ ସହାୟତା ମିଳିଥିଲେ ତାଙ୍କ ଗ୍ରାମର ପ୍ରାୟ ୪୦ ପରିବାର ଏହି ଭୂଇଁଚଣା ଚାଷକରି ଉପକୃତ ହୋଇପାରନ୍ତେ। ଟ୍ରାକ୍ଟର କିମ୍ବା ଲଙ୍ଗଳ ଦ୍ୱାରା ଚାଷ କରିବାକୁ ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥିସହ ଚଣା ବିହନ କିଲୋ ପିଛା ୧୦୦ ଟଙ୍କାରେ କିଣିବାକୁ ପଡ଼ିଥାଏ। ଚାଷ ପରେ ଚଣାମଞ୍ଜିକୁ ମାଟିରେ ପୋତିବାର ୧୦ରୁ ୧୨ ଦିନ ପରେ ସେଥିରୁ ଗଜା ହୋଇଥାଏ। ପୁଣି ଚାରି ମାସ ପରେ ଗଛମୂଳରେ ଚଣା ଫଳିଥାଏ। ତାହାକୁ ମୂଲିଆ ଦ୍ୱାରା ଉପାଡ଼ି ସେଥିରୁ ଭୂଇଁଚଣା ଅମଳ କରାଯାଇଥାଏ। ଉକ୍ତ ଭୂଇଁଚଣା କିଲୋ ପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରି କରାଯାଉଛି। ବର୍ଷକୁ ଗୋଟିଏ ଜମିରେ ଦୁଇଥର ଏହି ଚାଷ ହେଉଥିବା ବେଳେ ଏହାର ମୁଖ୍ୟ ସମସ୍ୟା ପାଣି। ସେଠାରେ କେନାଲ ବ୍ୟବସ୍ଥା ନାହିଁ। ପ୍ରଶାସନ ପକ୍ଷରୁ ଯଦି ବୋର୍‌ ଖୋଳାଯାଇଥାନ୍ତା ତା’ହେଲେ ସେହି ଗ୍ରାମର ସମସ୍ତ ଭୂଇଁଚଣା ଚାଷୀ ଉପକୃତ ହେବା ସହ ଏହି ଚାଷ ପ୍ରତି ଆକୃଷ୍ଟ ହୁଅନ୍ତେ ବୋଲି ସେ କହିଛନ୍ତି। ସେହିପରି ଉକ୍ତ ଗ୍ରାମର ସତ୍ୟଭାମା, ଶରତ ଜେନା ଓ ଅମୂଲ୍ୟ ଜେନା ମଧ୍ୟ ଏହି ଚାଷକରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ପାହାଡ଼ ପର୍ବତ ଏରିଆ। ପ୍ରତିବର୍ଷ ପାଣି ଅଭାବରୁ ସେମାନେ ଏହି ଚାଷ କରି କ୍ଷତି ସହୁଥିବା କହିଛନ୍ତି। ପ୍ରତିବର୍ଷ କ୍ଷତି ସହୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ମିଳୁନି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ଏଣୁ ଜିଲା କୃଷି ବିଭାଗ ଏଥିପ୍ରତି ଦୃଷ୍ଟିଦେବା ସହ ଏଗ୍ରିକଲ୍‌ଚର ଲୋନ୍‌ ଯୋଗାଇଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ବ୍ଲକ କୃଷି ସହକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା

ଖଲ୍ଲିକୋଟ,୨୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବିଧାୟିକାଙ୍କ ସ୍ବାମୀ ଦୈତାରୀ ବେହେରା। ବ୍ୟକ୍ତିଗତ କାରଣରୁ ସେ ଅଧ୍ୟକ୍ଷ...

ବିଦ୍ୟୁତ୍‌ ଆଘାତରେ ବାପାଙ୍କ ଜୀବନ ଗଲା, ପୁଅ ଗୁରୁତର

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମରେ ସୋମବାର ସକାଳେ ପରିବା ବାଡ଼ିରେ ଛିଡ଼ି ପଡ଼ିଥିବା ଏକ ଉଚ୍ଚ...

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ ବିଜୟ ପାଇଁ ପୂଜାର୍ଚ୍ଚନା

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ରେକର୍ଡ ସଂଖ୍ୟକ ବ୍ୟବଧାନରେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ପାଇଁ...

ଏପ୍ରିଲ ୩୦ରେ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ମାରାଥନ ରାଲି

ଭୁବନେଶ୍ୱର, ୨୨।୪: ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ହିଞ୍ଜିଳି ବିଧାନସଭା...

ବନ୍ଦ ଘରୁ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ, ୨୧।୪(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟର ଏସଏସଟି ଶିକ୍ଷକଙ୍କ ଗଳିତ ମୃତଦେହ ରବିବାର ରେଗିଡି ସାହିର ଏକ ଭଡ଼ା ଘରୁ ଉଦ୍ଧାର...

ରାଜନୀତିର ହଟ୍‌ସ୍ପଟ୍‌ ଗୋପାଳପୁର: ପ୍ରଚାର ମଇଦାନକୁ ଓହ୍ଲାଇଲା ଭାଜପା

ଗୋପାଳପୁର,୨୧ା୪(ନବୀନ ରାଜ ଆଚାରୀ): ରାଜ୍ୟ ରାଜନୀତିରେ ହଟସ୍ପଟ୍‌ ରୂପେ ପରିଚିତ ଗୋପାଳପୁର ନିର୍ବାଚନ ମଣ୍ଡଳୀ। ଏଠାରେ କେଉଁ ଦଳର ପ୍ରାର୍ଥୀ ବାଜି ମାରିବେ ସେ ନେଇ...

ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବ୍ରହ୍ମପୁର,୨୧ା୪(ନରସିଂହ ସାହୁ): ଗୋପାଳପୁର ବିଧାନସଭା କ୍ଷେତ୍ର ପାଇଁ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ହୋଇଛନ୍ତି ଉମା ଚରଣ ନାୟକ। ସେ ଶନିବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କଳିଙ୍ଗ ବିଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri