ଭୂଇଁଚଣା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ

ଗଞ୍ଜାମ,୫।୬(ଡି.ଏନ.ଏ.): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନରେ ରହିଛି ଲାଉପୁଟୁ ଗ୍ରାମ। ଉକ୍ତ ଗ୍ରାମର ପ୍ରାୟ ଅଧିକାଂଶ ପରିବାର ଧାନ, ମୁଗ, ବିରି ସହ ଭୂଇଁଚଣା ଚାଷକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। ଉକ୍ତ ଗ୍ରାମର ସତ୍ୟଭାମା ଜେନା(୮୦) କିନ୍ତୁ ପରିଣତ ବୟସରେ ମଧ୍ୟ ଭୂଇଁଚଣା ଚାଷରୁ ଫେରାଇ ନାହାନ୍ତି ମୁହଁ। ଅନ୍ୟମାନଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ। ଚଳିତ ବର୍ଷ ସେ ୮ ଭରଣ ଜମିରେ ଭୂଇଁଚଣା ଚାଷ କରିଛନ୍ତି। ନିଜେ କିଛି କରି ନ ପାରିଲେ ମଧ୍ୟ ନିଜ ଝିଅ ସରସ୍ବତୀଙ୍କ ସହଯୋଗରେ ମୂଲିଆ ଲଗାଇ ଏହି ଚାଷ କରିଆସୁଛନ୍ତି। କିନ୍ତୁ ଜିଲା ପ୍ରଶାସନ ପକ୍ଷରୁ କୌଣସି ପ୍ରୋତ୍ସାହନ ମିଳୁ ନ ଥିବା କହିଛନ୍ତି ବୃଦ୍ଧା ହଜାରୀ। ସରକାରୀ ସହାୟତା ମିଳିଥିଲେ ତାଙ୍କ ଗ୍ରାମର ପ୍ରାୟ ୪୦ ପରିବାର ଏହି ଭୂଇଁଚଣା ଚାଷକରି ଉପକୃତ ହୋଇପାରନ୍ତେ। ଟ୍ରାକ୍ଟର କିମ୍ବା ଲଙ୍ଗଳ ଦ୍ୱାରା ଚାଷ କରିବାକୁ ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥିସହ ଚଣା ବିହନ କିଲୋ ପିଛା ୧୦୦ ଟଙ୍କାରେ କିଣିବାକୁ ପଡ଼ିଥାଏ। ଚାଷ ପରେ ଚଣାମଞ୍ଜିକୁ ମାଟିରେ ପୋତିବାର ୧୦ରୁ ୧୨ ଦିନ ପରେ ସେଥିରୁ ଗଜା ହୋଇଥାଏ। ପୁଣି ଚାରି ମାସ ପରେ ଗଛମୂଳରେ ଚଣା ଫଳିଥାଏ। ତାହାକୁ ମୂଲିଆ ଦ୍ୱାରା ଉପାଡ଼ି ସେଥିରୁ ଭୂଇଁଚଣା ଅମଳ କରାଯାଇଥାଏ। ଉକ୍ତ ଭୂଇଁଚଣା କିଲୋ ପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରି କରାଯାଉଛି। ବର୍ଷକୁ ଗୋଟିଏ ଜମିରେ ଦୁଇଥର ଏହି ଚାଷ ହେଉଥିବା ବେଳେ ଏହାର ମୁଖ୍ୟ ସମସ୍ୟା ପାଣି। ସେଠାରେ କେନାଲ ବ୍ୟବସ୍ଥା ନାହିଁ। ପ୍ରଶାସନ ପକ୍ଷରୁ ଯଦି ବୋର୍‌ ଖୋଳାଯାଇଥାନ୍ତା ତା’ହେଲେ ସେହି ଗ୍ରାମର ସମସ୍ତ ଭୂଇଁଚଣା ଚାଷୀ ଉପକୃତ ହେବା ସହ ଏହି ଚାଷ ପ୍ରତି ଆକୃଷ୍ଟ ହୁଅନ୍ତେ ବୋଲି ସେ କହିଛନ୍ତି। ସେହିପରି ଉକ୍ତ ଗ୍ରାମର ସତ୍ୟଭାମା, ଶରତ ଜେନା ଓ ଅମୂଲ୍ୟ ଜେନା ମଧ୍ୟ ଏହି ଚାଷକରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ପାହାଡ଼ ପର୍ବତ ଏରିଆ। ପ୍ରତିବର୍ଷ ପାଣି ଅଭାବରୁ ସେମାନେ ଏହି ଚାଷ କରି କ୍ଷତି ସହୁଥିବା କହିଛନ୍ତି। ପ୍ରତିବର୍ଷ କ୍ଷତି ସହୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ମିଳୁନି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ଏଣୁ ଜିଲା କୃଷି ବିଭାଗ ଏଥିପ୍ରତି ଦୃଷ୍ଟିଦେବା ସହ ଏଗ୍ରିକଲ୍‌ଚର ଲୋନ୍‌ ଯୋଗାଇଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ବ୍ଲକ କୃଷି ସହକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

ମା’ ଦଣ୍ଡକାଳୀ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ, ପୂଜକ ଦେଖିବା ପରେ…

ଦିଗପହଣ୍ଡି/ପାଟପୁର,୧୯ା୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପଳାସପୁର ଗ୍ରାମ ନିକଟ ମା ’ ଦଣ୍ଡକାଳୀ…

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା ତାଲିମ

ଭଞ୍ଜନଗର,୧୯ା୮(ବାବୁଲା ପ୍ରଧାନ): ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ ଏମପାଓ୍ବାର୍‌ ସେଲ’ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ଆତ୍ମରକ୍ଷା ତାଲିମ ଶିବିର ବୁଧବାର ଉଦଘାଟିତ ହୋଇଯାଇଛି।…

ଆଶୁତୋଷ ପରିଡ଼ା ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର,୧୯ା୮: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ମନାକୁ ଆସିଛି। ପ୍ରସିଦ୍ଧ କବି ତଥା ସୁସାହିତି୍ୟକ ଆଶୁତୋଷ ପରିଡ଼ା ସର୍ବୋଚ୍ଚ ସାହିତ୍ୟ…

ଋଷିକୂଲ୍ୟା ନଦୀରୁ ଆର୍ମି ଡ୍ରେସ ପିନ୍ଧା ମହିଳାଙ୍କ ମୃତଦେହ ଉଦ୍ଧାର: ବଢୁଛି ସନ୍ଦେହ

ଗଞ୍ଜାମ,୧୯।୮(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ତଥା ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚଯାତ ପୁରୁଣାବନ୍ଧ ଗ୍ରାମ ଗଙ୍ଗାଦେବୀ ମନ୍ଦିର ନିକଟସ୍ଥ ଋଷିକୂଲ୍ୟା ନଦୀରେ ବୁଧବାର ସକାଳେ ଜଣେ…

ହୋଟେଲ ଉଦଘାଟନର କିଛି ସମୟ ପୂର୍ବରୁ ଚାଲିଗଲା ବ୍ୟବସାୟୀଙ୍କ ଜୀବନ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ): ଭଞ୍ଜନଗର ବାଗଦେବୀ ରୋଡରେ ରହୁଥିବା ବିଶ୍ୱଜିତ୍‌ ପାତ୍ର (୨୫) ବୁଧବାର ସକାଳେ ବିଦ୍ୟୁତ ବୋର୍ଡରେ ପ୍ଲଗ ଲଗାଉଥିବା ସମୟରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri