ବାହାରେ ପ୍ରଭାବ ନାହିଁ

ନାଗରିକ ତଥା ଆଭ୍ୟନ୍ତରୀଣ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଲାଗି ସାର୍ବଭୌମ ରାଷ୍ଟ୍ରଗୁଡ଼ିକର ପୂର୍ଣ୍ଣ କ୍ଷମତା ବା ଅଧିକାର ରହିଛି। ସେମାନେ ଯାହା ନ କରିବା ପାଇଁ ଚାହାନ୍ତି, ସେଥିରେ ସେମାନଙ୍କୁ ବାଧ୍ୟ କରାଯାଇପାରିବ ନାହିଁ। କିନ୍ତୁ ବହୁ ସମୟରେ ଏଥିରେ ବ୍ୟତିକ୍ରମ ହେଉଛି ଓ ମହାଶକ୍ତିମାନଙ୍କ ଚାପରେ ଏଭଳି କରିବାକୁ ସେମାନେ ବାଧ୍ୟ ହେଉଛନ୍ତି। ଦେଶ ବାହାରେ ପ୍ରଭାବ ରଖିଥିବା ଗୋଟିଏ ଦେଶକୁ ଏକ ମହାଶକ୍ତି କୁହାଯାଏ। ଏଭଳି ଶକ୍ତି ବାହ୍ୟ ପ୍ରଭାବକୁ ପ୍ରତିହତ କରିବା ସହ ତା’ଇଚ୍ଛାକୁ ଅନ୍ୟ ଉପରେ ଲଦି ଦେଇପାରେ। ଆମ ସମୟରେ ଆମେରିକା ଏଭଳି ଏକ ଶକ୍ତି । ସାରା ବିଶ୍ୱରେ ମିଲିଟାରି ଶକ୍ତିଠାରୁ ଆରମ୍ଭ କରି ବୃହତ୍‌ ଅର୍ଥ ବ୍ୟବସ୍ଥା ଏବଂ ଟେକ୍‌ନୋଲୋଜିରେ ଉକତ୍ର୍ଷ ଥିବାରୁ ଏହାର ପ୍ରଭାବ ବଢିଛି। ରୁଷିଆ ଆମେରିକାଠାରୁ ଦୁର୍ବଳ ରହିଥିଲେ ମଧ୍ୟ ମିଲିଟାରୀ ଶକ୍ତି ଯୋଗୁ ଏହା ଏକ ପ୍ରମୁଖ ଶକ୍ତି ହୋଇପାରିଛି। ଏବେ ଶକ୍ତ ଅର୍ଥ ବ୍ୟବସ୍ଥା ଯୋଗୁ ଚାଇନା ମଧ୍ୟ ଏକ ବୃହତ୍‌ ଶକ୍ତି ପାଲଟିଛି। ଚାଇନାର ଅର୍ଥ ବ୍ୟବସ୍ଥା ଆମ ମୋଟ ଘରୋଇ ଉପତ୍ାଦ(ଜିଡିପି) ଠାରୁ ୬ଗୁଣ ଅଧିକ ଓ ବଜେଟରେ ମିଲିଟାରୀ ପାଇଁ ଯାହା ବ୍ୟୟବରାଦ କରୁଛି ତାହା ଆମଠାରୁ ୪ଗୁଣ ବେଶି। ବର୍ତ୍ତମାନ ଆମେରିକା କିମ୍ବା ଚାଇନା ପାଖରେ ଯେଉଁ ଆର୍ଥିକ ଶକ୍ତି ରହିଛି ତାହା ଭାରତର ନାହିଁ। ଚାଇନା ପରେ ଆମ ସେନା ବିଶ୍ୱର ଦ୍ୱିତୀୟ ବୃହତ୍ତମ । କିନ୍ତୁ ଏହା ମୁଖ୍ୟତଃ ଏକ ରକ୍ଷଣାମତ୍କ ଆର୍ମି ଭାବେ ଦେଶ ଭିତରେ ବିଭିନ୍ନ କାର୍ଯ୍ୟକଳାପ, ସନ୍ତ୍ରାସବାଦୀ କିମ୍ବା ବିଦ୍ରୋହୀଙ୍କ ବିରୋଧରେ ବିଶେଷକରି କଶ୍ମୀର ଉପରେ ଧ୍ୟାନ ଦେଉଛି। ଭାରତର ମିଲିଟାରୀର ଶକ୍ତି ଥିଲେ ମଧ୍ୟ ଦେଶ ବାହାରେ ତା’ଶକ୍ତିକୁ ଯେତିକି ପ୍ରଦର୍ଶନ କରିବା କଥା ସେପରି ଚେଷ୍ଟା କରୁନାହିଁ। ତେବେ ଭାରତ ପାଖରେ ଦୁଇଟି ଉପାୟ ରହିଛି,ଯେଉଁଥିରେ ଏହା ବିଶ୍ୱକୁ ପ୍ରଭାବିତ କରିପାରିବ। ପ୍ରଥମଟି ହେଉଛି, ଏକ ଜନବହୁଳ ଗଣତନ୍ତ୍ର ଭାବେ ଏହା ଅନ୍ୟ ଗଣତନ୍ତ୍ରଗୁଡ଼ିକ ସହ ମିଶି ସହଯୋଗଭିତ୍ତିରେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରସାର କଲେ ବିଶ୍ୱକୁ ପ୍ରଭାବିତ କରିପାରିବ। ଦ୍ୱିତୀୟରେ, ଏକ ଆକାଂକ୍ଷୀ ଶକ୍ତି ଭାବେ ଚାଇନା ଭଳି ଏହାର ଅର୍ଥ ବ୍ୟବସ୍ଥାକୁ ମଜଭୁତ କଲେ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ବିଶ୍ୱକୁ ପ୍ରଭାବିତ କରିବାକୁ ସକ୍ଷମ ହେବ। କିନ୍ତୁ ଆମେ ଏ ଦୁଇଟି କ୍ଷେତ୍ରରେ ବିଫଳ ହୋଇଛୁ।
ଆମେ ଆମ ଗଣତନ୍ତ୍ରକୁ କେବଳ ମୁକ୍ତ ଓ ସ୍ବଚ୍ଛ ନିର୍ବାଚନ ଏବଂ ମତାଧିକାର କାର୍ଯ୍ୟକଳାପ ବୋଲି ବିଚାର କରୁ, କିନ୍ତୁ ବିଶ୍ୱର ଅନ୍ୟ ସବୁ ଗଣତାନ୍ତ୍ରିକ ଦେଶ ଏହାକୁ ଏଭଳି ଦେଖନ୍ତି ନାହିଁ । ଗଣତନ୍ତ୍ର କହିଲେ ବାକ୍‌ ସ୍ବାଧୀନତା, ଧର୍ମୀୟ ସ୍ବାଧୀନତା ଏବଂ ଭୋଟ ଅଧିକାର ଭଳି ଆର୍ଥିକ, ସାମାଜିକ ତଥା ସାଂସ୍କୃତିକ ଅଧିକାରକୁ ବୁଝାଏ। ଏହିସବୁ ବିଷୟରେ ଯାଞ୍ଚ କରୁଥିବା ବିଭିନ୍ନ ବୈଶ୍ୱିକ ସୂଚକାଙ୍କଗୁଡ଼ିକ ସହ ମୁଁ ଏକମତ ଓ ଏଥିରେ ଦର୍ଶାଯାଇଛି ଯେ, ଭାରତ ଏକ ଆଂଶିକ ଗଣତାନ୍ତ୍ରିକ ଦେଶ। ଏହି କାରଣରୁ ଆମେ ଆମ ପର୍ଯ୍ୟାପ୍ତ ଶକ୍ତିକୁ ବ୍ୟବହାର କରିପାରୁନାହଁୁ। ଏହା ଯୋଗୁ ମଧ୍ୟ ଭାରତରେ ମାନବ ଅଧିକାର ସ୍ଥିତି ଓ ସଂଖ୍ୟାଲଘୁ ପ୍ରତି ଆମ ବ୍ୟବହାର ସମ୍ପର୍କରେ ଅନ୍ୟ ରାଷ୍ଟ୍ରଗୁଡ଼ିକଠାରୁ ଶୁଣିବାକୁ ପଡ଼ୁଛି। ଅର୍ଥ ବ୍ୟବସ୍ଥାକୁ ଦେଖାଯାଉ। ବାଂଲାଦେଶ ମୁଣ୍ଡପିଛା ଜିଡିପିରେ ଆମକୁ ଟପିଯାଇଛି। ଏହି ଦେଶ ୨୦୧୪ରେ ପ୍ରାୟ ୫୦% ଆମ ଠାରୁ ପଛରେ ଥିଲା, କିନ୍ତୁ ଏବେ ଆଗକୁ ଚାଲିଯାଇଛିି । ବେରୋଜଗାରୀ ଓ ବ୍ୟୟ ସମ୍ପର୍କିତ ସରକାରୀ ତଥ୍ୟରୁ ଜଣାପଡେ ଯେ,ଏଠାରେ ଏତେ ଶୀଘ୍ର ସ୍ଥିତି ସୁଧୁରିବ ନାହିଁ। ବିଗତ କିଛି ବର୍ଷ ହେଲା ଆମେ ଯେଉଁ ଧାରାରେ ଚାଲିଛୁ, ସେଥିରୁ ସ୍ପଷ୍ଟ ହେଉଛି, ଆଗକୁ ଆମେ ଆର୍ଥିକ କ୍ଷେତ୍ରରେ ଚାଇନା ଓ ଆମେରିକା ଭଳି ହୋଇପାରିବୁ ନାହିଁ। ଆମ ଚାରିପାଖରେ ଜର୍ମାନୀ, ଜାପାନ, ତାଇଓ୍ବାନ ଏବଂ ଦକ୍ଷିଣ କୋରିଆ ଟେକ୍‌ନୋଲୋଜି ଓ ଅର୍ଥ ବ୍ୟବସ୍ଥାରେ ବିକାଶ ଆଣିଥିବାରୁ ସେମାନଙ୍କର ବିଶ୍ୱକୁ ପ୍ରଭାବିତ କରିବାର ଶକ୍ତି ରହିଛି । ଏହିସବୁ ଦେଶର ମୋଟ କ୍ଷେତ୍ରଫଳ କିମ୍ବା ଲୋକସଂଖ୍ୟ ଠାରୁ ଭାରତ ବହୁତ ବଡ଼ । କିନ୍ତୁ ଆମ ଦୁର୍ବଳ ଅର୍ଥ ବ୍ୟବସ୍ଥା ଯୋଗୁ ଆମର ତାଙ୍କ ଭଳି ବିଶ୍ୱକୁ ପ୍ରଭାବିତ କରିବାର ଶକ୍ତି ନାହିଁ। ମନେରଖିବା ଉଚିତ ଯେ, ୨୦୦୦ ପରେ ବିଶ୍ୱରେ ଚାଇନାର ପ୍ରଭାବ ଅଧିକ ସମ୍ପ୍ରସାରିତ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ରହିଛି ଏହାର ଭିଟ୍ଟୋ କ୍ଷମତା , କିନ୍ତୁ ତାହା ଚାଇନା ଶକ୍ତି ବୃଦ୍ଧିର ଉତ୍ସ ନୁହେଁ। ଚାଇନା ଏହାର ଅର୍ଥ ବ୍ୟବସ୍ଥାରୁ ପ୍ରାୟ ସବୁ ଶକ୍ତି ପାଇଛି।
ଭାରତ ସରକାର ଏବଂ ଶାସକ ଦଳକୁ କାହିଁକି କିଛି ଗଲ୍ଫ ଦେଶର ଦାବି ଆଗରେ ନରମିବାକୁ ପଡ଼ିଲା, ସେ ସମ୍ପର୍କରେ ଅନୁଧ୍ୟାନ କଲାବେଳେ ଆମେ ଏହି ସବୁ ବିଷୟ ଉପରେ ବିଚାର କରିବା ଉଚିତ। ଦାବି ଯୁକ୍ତିଯୁକ୍ତ ଥିଲା କି ନାହିଁ, ତାହା ବିଷୟ ନୁହେଁ ; ଭାଜପା ଭାରତକୁ ଏହି ଅନାବଶ୍ୟକ ସମସ୍ୟାରେ ପକାଇବାକୁ ଚାହଁୁଥିଲା କି ନାହିଁ ସେଥିରେ କିଛି କଥା ନାହିଁ। କିନ୍ତୁ ଅନ୍ୟମାନେ ଏହା ସମ୍ପର୍କରେ ଲେଖିଛନ୍ତି। ଭାଜପା ସରକାର ଯାହା ଚାହଁୁ ନ ଥିଲା ତାହା କରିବାକୁ କାହିଁକି ବାଧ୍ୟ ହେଲା ତାହା ହିଁ ମୁଖ୍ୟ ବିଷୟ। ଆମର ପ୍ରଭାବ ନ ଥିବାରୁ ବାହ୍ୟଚାପ ଯୋଗୁ ଏଭଳି ଘଟିଲା। ଏବେ ବିଶ୍ୱରେ ଆମେ ଅସୁରକ୍ଷିତ। ଭାଜପା ଏଥିରୁ ଶିକ୍ଷା ପାଇବା ଦରକାର। ବାହ୍ୟଚାପକୁ ପ୍ରତିରୋଧ କରିବା ଲାଗି ଏହା ଅନ୍ତର୍ନିହିତ ସମ୍ବଳଗୁଡ଼ିକୁ ଉପଯୋଗ କରିବା ସହ ମାନବ ଅଧିକାର ଓ ସଂଖ୍ୟାଲଘୁଙ୍କ ଅଧିକାରଗୁଡ଼ିକୁ ଅଧିକ ବ୍ୟବସ୍ଥିତ କରି ଗଣତନ୍ତ୍ରକୁ ମଜଭୁତ କରିବାକୁ ପଡ଼ିବ। ଏହା ମଧ୍ୟ ସ୍ବଳ୍ପ ସମୟରେ କରାଯାଇପାରିବ। ଭାରତକୁ ଏକ ପ୍ରମୁଖ ଆର୍ଥିକ ଶକ୍ତି କରିବା ପାଇଁ ଲମ୍ବା ସମୟ ଲାଗିବ, କିନ୍ତୁ ବିଗତ ବର୍ଷମାନଙ୍କରେ ବିଶେଷକରି ୨୦୧୬ରୁ କ’ଣ ସବୁ ତ୍ରୁଟି ହୋଇଛି ତାହାକୁ ଆକଳନ କରିବା ଦରକାର। ଯଦି ଭାରତ ଏହି ଦୁଇଟିରୁ କୌଣସିଟିକୁ କରିବାକୁ ଚାହେଁ ନାହିଁ, ତେବେ ଆଉ ଏକ ତୃତୀୟ ଉପାୟ ରହିଛି; ଯେଉଁଥିରେ ବାହ୍ୟ ପ୍ରଭାବକୁ କମାଯାଇପାରିବ। ଭାଜପା ଏଭଳି କାମ କରିବା ଉଚିତ ନୁହେଁ, ଯେଉଁଥିରେ ବିଶ୍ୱ ଆମ ଉପରେ କିଛି କହିବାକୁ ସୁଯୋଗ ପାଇବ କିମ୍ବା ଆମେ ଚାହ ଁୁନ ଥିବା ବିଷୟକୁ କରିବା ଲାଗି ଆମକୁ ବାଧ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri