ଡ୍ରେନେଜ୍‌ ସୁବିଧା ନାହିଁ: ରାସ୍ତା ଉପରେ ପାଣିର ଲହଡ଼ି

ପଟ୍ଟାମୁଣ୍ଡାଇ, ୨୦।୮(ସ୍ବ.ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ କେତେକ ସାହି, ବାସ୍ତି ଓ ସହର ବେହାଲ ହୋଇଛି। ଏପରି କି ଜୀବନଯାତ୍ରା ମଧ୍ୟ ଠପ ହୋଇଯାଇଛି। ଡ୍ରେନେଜ୍‌ ସୁବିଧା ନ ଥିବାରୁ ରାସ୍ତା ଉପରେ ପାଣିର ଲହଡି ମାରୁଛି । ଏ ନେଇ ସ୍ଥାନୀୟ ଲୋକେ ପୌର ପରିଷଦରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବୋଲି ଶୁକ୍ରବାର ଏକ ପ୍ରେସ ବିବୃତିରେ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ ଦାବି ରଖିଛନ୍ତି।
୪ ଦିନ ପୁର୍ବରୁ ୭ଦିନ ଧରି ଲଗାଣ ବର୍ଷା ଲାଗି ରହିଥିଲା। ପୁଣି ଦୁଇଦିନ ହେବ ବର୍ଷା ଲାଗି ରହିଛି। ଫଳରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁ ସହରବାସୀ ହନ୍ତସନ୍ତହେଉଛନ୍ତି। ପୌରପରିଷଦର ହେୟ ମନୋଭାବ କାରଣରୁ ଅସରାୟ ବର୍ଷାରେ ପଟ୍ଟାମୁଣ୍ଡାଇ ସହରର ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇଯାଉଛି। ଠିକ୍‌ ଭାବେ ଥିବା ଡ୍ରେନକୁ ସଫେଇ କରାଯାଉ ନ ଥିବା କାରଣରୁ ପୌର ପରିଷଦ ଅନ୍ତର୍ଗତ ଅଧିକାଂଶ ନାଳ ଅନାବନା ଗଛରେ ଭର୍ତ୍ତି ହୋଇ ପୋତି ହୋଇଯାଇଛି। କେତେକ ସ୍ଥାନରେ ଡ୍ରେନ ଭାଙ୍ଗି ସମ୍ପୂର୍ଣ୍ଣ ଭାବେ ପରିତ୍ୟକ୍ତ ଅବସ୍ଥାକୁ ଚାଲି ଯାଇଛି। ଯଦିଓ କିଛି ନାଳ ସଫା କରାଯାଇଛି ତଥାପି, ଅଧିକାଂଶ ନାଳ ଆବର୍ଜନାରେ ପୋତି ହୋଇ ରହିଛି। ଲଘୁଚାପ ଜନିତ ବର୍ଷା ପାଣି ନାଳରେ ପ୍ରବାହିତ ନ ହୋଇ ରାସ୍ତା ଉପରେ ପ୍ରବାହିତ ହେଉଛି। ଫଳରେ କୁଢ କୁଢ ଅବର୍ଜନା ସହରର ପ୍ରମୁଖ ରାସ୍ତାଗୁଡିକ ଉପରେ ଜମା ହୋଇ ରହୁଛି। ଯାହା ପରିବେଶକୁ ଅତ୍ୟନ୍ତ ଦୁର୍ଗନ୍ଧମୟ କରିବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ପୌରବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ନାଳ ସଫେଇ କାର୍ଯ୍ୟକୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଘରୋଇ କରଣ କରାଯାଉଛି। ମାତ୍ର ଏହାର କାର୍ଯ୍ୟକାରିତା ଉପରେ ବର୍ତ୍ତମାନ ପୌରବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ଘରୋଇ ଠିକା ସଂସ୍ଥାକୁ ସଫେଇ କାର୍ଯ୍ୟ ଟେକି ଦେଇ ନିଜେ ପୌର ପରିଷଦ ସ୍ଥାଣୁ ପାଲଟି ଯାଇଥିବା କୁହାଯାଉଛି। ବର୍ଷା ଯୋଗୁ ୧୧ ନଂ. ୱାର୍ଡରେ ସେଠୀସାହି କେତେକ ଘରେ ବର୍ଷା ପାଣି ପଶିଥିବା ଦେଖାଯାଇଛି। ବେଲତଳ ୧୯ ନଂ. ୱାର୍ଡ ପୁରୁଣା କୋର୍ଟ କଲୋନୀର ରାସ୍ତା ଉପରେ ପାଣି ଲହଡି ମାରୁଛି। ସେହିପରି ସ୍ଥାନୀୟ ଅକ୍ସିସ ବ୍ୟାଙ୍କ ଆଗରେ ଆଣ୍ଠୁଏ ଉଚ୍ଚା ପାଣି ଭର୍ତ୍ତି ହୋଇଥିବାରୁ ଯାନବାହନ ଯାତାୟାତରେ ଅସୁବିଧା ହେଉଛି। ଏପରି କି ନିକଟରେ ଥିବା ଘରେ ପାଣି ପଶି ଥିବାରୁ ଲୋକମାନେ ଘରୁ ବାହାରି ପାରୁନାହାନ୍ତି। ଯଦି ପୌର ପ୍ରଶାସନ ଏହାର ତୁରନ୍ତ ସମାଧାନ ନ କରେ ଆଗାମୀଦିନରେ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ଅନ୍ଦୋଳନକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ପଚାରିବାରେ ଡ୍ରେନକୁ ଜବରଦଖଲମାରୀ ମାଡି ଘରଦ୍ୱାର କରିଥିବାରୁ ସଫେଇ କରାଯାଇ ପାରୁନାହିଁ । ଏ ନେଇ ତହସିଲଦାରଙ୍କୁ ଲେଖି ଜଣାଇବୁ। ପ୍ରଶାସନ ପକ୍ଷରୁ ଡ୍ରେନ ଉପରୁ ଜବରଦଖଲ ଉଚ୍ଛେଦ କରାଯିବା ପରେ ସଫେଇ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

ପ୍ରାର୍ଥତ୍ପତ୍ର ଦାଖଲ ବେଳେ ବିଜେଡି-ଭାଜପା ମୁହାଁମୁହିଁ

ପୁରୀ,୩୦ା୪(ଅଜିତ୍‌ ମହାନ୍ତି):ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରାର୍ଥତ୍ପତ୍ର ଦାଖଲ ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାମାଙ୍କନ ଶୋଭାଯାତ୍ରାରେ ଆସିଥିବା ଭାଜପା ଓ ବିଜେଡି...

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri