ଛତ୍ରପୁର,୨୬ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୁମାର ପୂର୍ଣ୍ଣିମା ଅବସରରେ ଛତ୍ରପୁର ଲୋୟର ବସ୍ଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଆରମ୍ଭ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ବ୍ୟବସ୍ଥା କରାଯାଇଛି।
ପୂଜାର ପ୍ରଥମ ଦିନ ରବିବାର ସନ୍ଧ୍ୟାରେ ମା’ଙ୍କ ଆଳତି ଦର୍ଶନ କରିବା ପାଇଁ ଛତ୍ରପୁର ସମେତ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ଅବସରରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଏସ୍ପି ହରିଶ ବିଶି ଓ ଯୁବ ସମାଜସେବୀ ଦୀପକ କୁମାର ମୁଦୁଲି ପୂଜା ମଣ୍ଡପରେ ପହଞ୍ଚି ମା’ଙ୍କ ଆଳତି ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ।
ଏହି ଅବସରରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, କାଉନସିଲର ଦେବାଶିଷ ମିଶ୍ର,ଆନ୍ତର୍ଜାତୀୟ ଖେଳାଳି ଭି. ରମେଶ ରାଓ,ବି. ଗୋପାଳ ସ୍ବାମୀ, ମାଙ୍ଗେଲେଶ୍ୱର ରାଓଙ୍କ ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିଲା।
ସୂଚନାଯୋଗ୍ୟ, ଲୋୟାର ବସ୍ଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର ପୂଜା କମିଟି ପକ୍ଷରୁ ଦୀର୍ଘ ୨୫ ବର୍ଷ ଧରି ମା’ ଗଜଲକ୍ଷ୍ମୀଙ୍କ ପୂଜା ଧୂମ୍ଧାମରେ ପାଳିତ ହୋଇଆସୁଛି। ଚଳିତ ବର୍ଷ ମଧ୍ୟ ବିଭିନ୍ନ ଆକର୍ଷଣୀୟ ସାଜସଜ୍ଜା ସହ ପୂଜା ଆୟୋଜନ କରାଯାଇଛି। ଇତିମଧ୍ୟରେ ମା’ଙ୍କ ପୂଜା ୯ ଦିନ ଧରି ଚାଲିବା ସହ ନଭେମ୍ବର ୨ ତାରିଖରେ ଉଦ୍ଯାପିତ ହେବ।
ପୂଜାର ପ୍ରଥମ ଦିନ ସକାଳୁ କର୍ମକାଣ୍ଡ ବିଶେଷଜ୍ଞ ପଣ୍ଡିତ ଡ. ସରୋଜ କୁମାର ଶତପଥୀଙ୍କ ପୌରୋହିତ୍ୟରେ ସୂର୍ଯ୍ୟପୂଜା ଓ ହୋମ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ନୃସିଂହ ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।
ପୂଜା ମଣ୍ଡପକୁ ସୁନ୍ଦର ତୋରଣ ଓ ଆକର୍ଷଣୀୟ ଆଲୋକସଜ୍ଜାରେ ସଜାଯାଇଥିବାରୁ ସମଗ୍ର ପରିବେଶ ଝଲସି ଉଠୁଛି। ମା’ଙ୍କ ଆଳତି ଦର୍ଶନ ପାଇଁ ସନ୍ଧ୍ୟାରେ ପୂଜା ମଣ୍ଡପରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସେହିପରି ବାଟ ଛତ୍ରପୁର ଓ ମଝିବଜାର ଗଜଲକ୍ଷ୍ମୀ ପୂଜା ବଡ଼ ଧୂମ୍ଧାମରେ ପାଳିତ ହେଉଛି।
ସମସ୍ତ କାର୍ଯ୍ୟକ୍ରମକୁ ପୂଜା କମିଟିର ସଭାପତି ବସନ୍ତ କୁମାର ମହାରଣା, ଉପସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶ, ଏସ. ପ୍ରବୀଣ କୁମାର, ସରୋଜ କୁମାର ପାଢ଼ୀ, କେ. କମଲାଙ୍କର, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଞ୍ଚୁ ପୁରୋହିତ, ସୁରେନ୍ଦ୍ର ବେହେରା, ବାବୁ ବେହେରା, ଶିକ୍ଷକ ନେତା ରବି ନାରାୟଣ ବେହେରା, ଅଖିଳ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ମହାରଣା, ସରୋଜ କୁମାର ସାମଲ, କେ. ଶ୍ରୀନିବାସ ଦୋରା, ମୁନା ସାମଲ, ଗୌରହରି ସାମଲ, ସନ୍ତୋଷ କୁମାର ସାହୁ, ସୁଜୟ ସୁପ୍ରକାଶ ଧଳ, ପବିତ୍ର ମୋହନ ପଲାଇ, ଇ. ରାଜକୁମାର, ଅରୁଣ କୁମାର ପଣ୍ଡା, ଓ ଗୌରୀଶଙ୍କର ରଥଙ୍କ ସମେତ ପୂଜା କମିଟିର ବହୁ ସଦସ୍ୟ ପରିଚାଳନା କରିଥିଲେ।

