ବ୍ଲକ୍‌ ଅଧ୍ୟକ୍ଷାଙ୍କ ଇସ୍ତଫା ପରେ ବି ଅନାସ୍ଥା ଭୋଟ, ୬୫ ବର୍ଷରେ ପ୍ରଥମ ଥର ପାଇଁ…

କୁନ୍ଦୁରା,୪ା୧୦(ସନ୍ତୋଷ ପ୍ରହରାଜ)-କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ଅନାସ୍ଥା ପୂର୍ବରୁ ଶୁକ୍ରବାର ଇସ୍ତଫା ଦେଇଥିଲେ। ଏହା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଭୋଟିଂ ପ୍ରକ୍ରିୟା କରାଯାଇଛି। ୧୯ା୯ା୨୦୨୫ ପ୍ରେରିତ ହୋଇଥିବା ଜୟପୁର ଉପଜିଲାପାଳଙ୍କ ପତ୍ର ସଂଖ୍ୟା ୭୮୫୭/୨୫ ଅନୁସାରେ କୁନ୍ଦୁରା ତହସିଲଦାର ବିନୋଦ କୁମାର ନାୟକଙ୍କ ନେତୃତ୍ୱରେ ବ୍ଲକ୍‌ କାର୍ଯ୍ୟାଳୟରେ ସ୍ବତନ୍ତ୍ର ପଞ୍ଚାୟତ ସମିତି ବୈଠକ ଓ ଅନାସ୍ଥା ଭୋଟ ହୋଇଥିଲା। ଏଥିରେ କୁନ୍ଦୁରା ବ୍ଲକର ୧୬ ପଞ୍ଚାୟତ ମଧ୍ୟରୁ ୧୪ ପଞ୍ଚାୟତର ୧୪ ସରପଞ୍ଚ ଓ ୧୪ ସମିତିସଭ୍ୟ ଅନାସ୍ଥା ପ୍ରସ୍ତାବରେ ମତଦାନ କରିଥିଲେ। କୁନ୍ଦୁରା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଜଗତସିଂହ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୁନ୍ଦୁରା ଥାନା ଅଧିକାରୀ ଅଶ୍ୱିନୀ କୁମାର ପଟ୍ଟନାୟକ ଟିମ୍‌ ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିଥିଲେ। କୁନ୍ଦୁରା ବ୍ଲକ ଗଠନର ୬୫ ବର୍ଷ ପରେ ଏହା ପ୍ରଥମ ଅନାସ୍ଥା ଭୋଟ ଥିଲା। ଏହି ଅନାସ୍ଥା ଭୋଟିଂ ପ୍ରକ୍ରିୟାକୁ କେତେଜଣ ଲୋକ ଗ୍ରହଣ କରି ନ ଥିବା ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ଅଧ୍ୟକ୍ଷା ପରଜା ଶୁକ୍ରବାର ଜୟପୁର ଉପଜିଲାପାଳ ଆକାବରମ ଶସ୍ୟା ରେଡ୍ଡୀ ଓ କୁନ୍ଦୁରା ବିଡିଓ ପି.ମନସ୍ମିତାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ।  ଇସ୍ତଫା ପତ୍ର ଦେବା ପରେ ଅନାସ୍ଥା ଭୋଟିଂ କରାଯିବା ଜିଲା ପ୍ରଶାସନର ତ୍ରୁଟି ବୋଲି ଅଧ୍ୟକ୍ଷା ପରଜା କହିଛନ୍ତି। କିନ୍ତୁ ତହସିଲଦାର ନାୟକ ଏହାକୁ ଖଣ୍ଡନ କରିଛନ୍ତି। ପଞ୍ଚାୟତ ସମିତି ଆଇନ ୧୯୫୯ ଧାରା ୪୬(ବି) ଅନୁସାରେ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ସେପ୍ଟେମ୍ବର ୧୯ ତାରିଖରେ ଶନିବାର ଭୋଟିଂ ହେବା ନେଇ ଜୟପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଚିଠି ହୋଇସାରିଥିଲା। ବ୍ଲକ ଅଧ୍ୟକ୍ଷା ଦିନକ ପୂର୍ବରୁ ଇସ୍ତଫା ଦେଇଛନ୍ତି। ଏହି ପତ୍ର ଜିଲା ପଞ୍ଚାୟତିରାଜ ଅଫିସରଙ୍କ ମାଧ୍ୟମରେ ଜିଲାପାଳଙ୍କ ନିକଟକୁ ଯାଇ ଗୃହୀତ ହେବା ପରେ ତାକୁ କାର୍ଯ୍ୟକାରୀ କରାଯାଇପାରିବ। ଏହା ୨ରୁ୩ ଦିନର ପ୍ରକ୍ରିୟା ହୋଇଥିବାରୁ ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫା ଦେବା ସତ୍ତ୍ୱେ ଅନାସ୍ଥା ଭୋଟିଂ କରାଯାଇଛି ବୋଲି ତହସିଲଦାର କହିଛନ୍ତି।
ବୈଠକରେ ନବରଙ୍ଗପୁର ବିଜେଡି ନେତା ପ୍ରଦୀପ ମାଝୀ, କୋରାପୁଟ ଜିଲା ପରିଷଦ ଉପାଧ୍ୟକ୍ଷ ରାଧାବିନୋଦ ସାମନ୍ତରାୟ, କୁନ୍ଦୁରା ବ୍ଲକ ବିଜେଡି ସଭାପତି ବୃନ୍ଦାବନ ମଳିକ,ବରିଷ୍ଠ ବିଜେଡି ନେତା ନରେନ୍ଦ୍ର ପ୍ରଧାନ, ଜୟପୁର ନିର୍ବାଚନ ମଣ୍ଡଳୀ ବିଜେଡି ନେତା ଧର୍ମେନ୍ଦ୍ର ଅଧିକାରୀ ଏବଂ ସ୍ଥାନୀୟ ରାଜନେତା ଓ କର୍ମୀ ଉପସ୍ଥିତ ଥିଲେ। ନୂତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପୂରଣ ନ ହେବା ଯାଏ ଉପାଧ୍ୟକ୍ଷ କାର୍ଯ୍ୟ ସମ୍ପାଦନ କରିବା ସୂଚନା ମିଳିଛି।

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri