Posted inଜାତୀୟ

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ ଖୋଲାଖୋଲି ପକ୍ଷପାତ ଢଙ୍ଗରେ କାର୍ଯ୍ୟ କରିବା ସହ ସାମ୍ବିଧାନିକ ପଦବୀର ଦୁରୁପଯୋଗ କରୁଥିବା ନେଇ ବିରୋଧୀ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ସଦସ୍ୟଙ୍କ ବିରୋଧରେ ସେ ନିର୍ଦ୍ଦିଷ୍ଟ ମିଥ୍ୟା ଅଭିଯୋଗ ଆଣିଥିବା ବିରୋଧୀ କହିଛନ୍ତି।
ତେଣୁ ନୈତିକତା ଦୃଷ୍ଟିରୁ ବିର୍ଲା ଅନାସ୍ଥା ପ୍ରସଙ୍ଗର ବିଚାର ଶେଷ ନ ହେବା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ପରିଚାଳନା କରିବେ ନାହିଁ ବୋଲି କହିଥିବା ସୂତ୍ରରୁ ଜଣାପଡ଼ିଛି। ବିରୋଧୀ ଦଳ ଦେଇଥିବା ନୋଟିସକୁ ଅନୁଧ୍ୟାନ କରି ସଂସଦୀୟ ନିୟମାବଳୀ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିର୍ଲା ଲୋକ ସଭା ମହାସଚିବ ଉତ୍ପଳ କୁମାର ସିଂଙ୍କୁ କହିଛନ୍ତି।
ସମ୍ବିଧାନର ଅନୁଚ୍ଛେଦ ୯୪(ସି) ଅନୁଯାୟୀ ବିଭିନ୍ନ ବିରୋଧୀ ଦଳ ତରଫରୁ ଲୋକ ସଭାରେ କଂଗ୍ରେସ ଉପନେତା ଗୌରବ ଗୋଗୋଇ, ମୁଖ୍ୟ ହୁଇପ୍‌ କେ. ସୁରେଶ ଏବଂ ହୁଇପ୍‌ ମହମ୍ମଦ ଜାଓ୍ବେଦ ନିମ୍ନ ସଦନର ମହାସଚିବ ଉତ୍ପଳ କୁମାର ସିଂଙ୍କ ନିକଟରେ ନୋଟିସ ଦାଖଲ କରିଛନ୍ତି। ଉକ୍ତ ନୋଟିସ୍‌ରେ କଂଗ୍ରେସ, ଡିଏମ୍‌କେ, ସମାଜବାଦୀ ପାର୍ଟି, ବାମଦଳ, ଆର୍‌ଜେଡି, ଶିବସେନା(ୟୁବିଟି) ଏବଂ ଏନ୍‌ସିପି-ଏସ୍‌ପି ସମେତ ବିରୋଧୀ ଦଳଗୁଡ଼ିକର ୧୨୦ ଜଣ ଏମ୍‌ପି ସ୍ବାକ୍ଷର କରିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ କହିବା ପାଇଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଅନୁମତି ମିଳି ନ ଥିଲ। ୩ ତାରିଖରେ ବିରୋଧୀ ଦଳର ୮ ସଦସ୍ୟଙ୍କୁ ବଜେଟ ଅଧିବେଶନରୁ ନିଲମ୍ବନ କରାଯାଇଥିଲା। କଂଗ୍ରେସ ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ଆସନ ପାଖକୁ ଯାଇ ଅବାଞ୍ଛିତ କାର୍ଯ୍ୟ କରିଥାନ୍ତେ ବୋଲି ସୂଚନା ଥିବା ବିର୍ଲା ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀଙ୍କୁ ଗୃହକୁ ନ ଆସିବାକୁ କହିଥିଲେ। ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ଅପମାନଜନକ ଅଭିଯୋଗ ଥିଲା ବୋଲି ନୋଟିସରେ କୁହାଯାଇଛି।
ଲୋକ ସଭା ସଚିବାଳୟ ପକ୍ଷରୁ କୁହାଯାଇଛି, ନୋଟିସକୁ ଅନୁଧ୍ୟାନ କରାଯାଇ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ। ପ୍ରସ୍ତାବ ସଂଖ୍ୟାଗରିଷ୍ଠ ଭୋଟରେ ଗୃହୀତ ହେଲେ ବାଚସ୍ପତିଙ୍କୁ ବହିଷ୍କାର କରାଯାଇପାରିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri