ସେତୁ ନାହିଁ: ୧୫ କି.ମି. ବୁଲୁଛନ୍ତି ୨୫ ଗ୍ରାମବାସୀ

କେନ୍ଦ୍ରାପଡ଼ା ଅଫିସ, ୨୪ା୬: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ହଂସୁଆ ନଦୀର ତନ୍ତିଆପାଳଠାରେ ଥିବା ପୋଲ ୨୦୧୪ ମାର୍ଚ୍ଚ ୩ରେ ଭୁଶୁଡି ପଡିଥିଲା। ସେହିବର୍ଷ ଜୁଲାଇରେ ଟେଣ୍ଡର ହୋଇ ସେତୁ ନିର୍ମାଣ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଏହି ନିର୍ମାଣ ଆରମ୍ଭକୁ ୮ବର୍ଷ ବିତିଛି। ତେବେ ସେତୁ ନିର୍ମାଣ ଅଦ୍ୟାବଧି ସରିନାହିଁ। ଫଳରେ ଭିତରକନିକା ପର୍ଯ୍ୟଟକ ଗହୀରମଥା ଅଞ୍ଚଳକୁ ଯାଉ ନ ଥିବା ବେଳେ ଆଖପାଖର ୨୫ ଗ୍ରାମବାସୀ ଏହି ସେତୁ ପାଇଁ ପ୍ରାୟ ୧୫ କିଲୋମିଟର ବୁଲି ଯାଉଛନ୍ତି। ତୁରନ୍ତ ଏହି ସେତୁ ନିର୍ମାଣ ସାରିବାକୁ ଗହୀରମଥା କଇଁଛ ସଂରକ୍ଷଣ ସମିତି ପକ୍ଷରୁ ଦାବି ହୋଇଛି। ଏ ନେଇ ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଗୁରୁବାର ପ୍ରଦାନ କରାଯାଇଛି।
ମହାକାଳପଡ଼ା ବ୍ଲକସ୍ଥ ମରିଚାପଲ୍ଲୀ ଗ୍ରାମର ସାମାଜିକ କର୍ମୀ ପ୍ରମିଳା ମଲ୍ଲିକ କହିଛନ୍ତି, କୁମ୍ଭୀର ଆତଯାତ କରୁଥିବା ହଂସୁଆ ନଦୀ ଉପରେ ୧୦୦ ଫୁଟର ଲୁହା ପୋଲ ୪୨ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା। ପୋଲ ନିର୍ମାଣ ଫଳରେ ରାଜନଗର ଓ ମହାକାଳପଡ଼ା ବ୍ଲକ ମଧ୍ୟରେ ଯୋଗାଯୋଗ ସମ୍ଭବ ହେଉଥିଲା। ୮ ବର୍ଷ ପୂର୍ବେ ଏକ ପଥର ବୋଝେଇ ଟ୍ରକ ଯାଉଥିବା ବେଳେ ପୋଲଟି ଭୁଶୁଡି ପଡିଥିଲା। ଲୁହା ପୋଲର ରକ୍ଷଣାବେକ୍ଷଣ ନ ଥିବାରୁ କଳଙ୍କି ଲାଗି ଭାଙ୍ଗି ପଡିଥିବା ଜଣାପଡିଥିଲା। ଏହି ଘଟଣାରେ କୌଣସି ଲୋକ ମୃତାହତ ହୋଇ ନ ଥିବା ବେଳେ ଲୋକଙ୍କ ଯାତାୟାତ ପଥ ବନ୍ଦ ହୋଇଯାଇଛି। ସମିତି ସମ୍ପାଦକ ହେମନ୍ତ କୁମାର ରାଉତ କହିଛନ୍ତି, ଏହି ପୋଲ ଭିତରକନିକା ଓ ଗହୀରମଥାର ସଂଯୋଗୀ ରାସ୍ତା ଥିଲା। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକ ଗହୀରମଥା ଅଞ୍ଚଳର ବରୁଣେଇ ଦ୍ୱୀପ, ହେନ୍ତାଳ ବଣ, ଅଗରନାସୀ, ଗହୀରମଥାର ଅନ୍ୟ କଇଁଛ ପ୍ରଜନନ ସ୍ଥଳ ବୁଲି ଦେଖୁଥିଲେ। ପୋଲ ଭାଙ୍ଗିବା ପରେ ପର୍ଯ୍ୟଟକ ଗହୀରମଥା ଅଞ୍ଚଳକୁ ଆସିବା ବନ୍ଦ କରି ଦେଇଛନ୍ତି। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଦେଖିବାରୁ ପର୍ଯ୍ୟଟକ ବଞ୍ଚତ୍ତ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ବିଗିଡି ଯାଇଛି। ପୂର୍ବତନ ସରପଞ୍ଚ ଦିଲୀପ ରାଉତ କହିଛନ୍ତି, ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପ୍ରଭାବିତ କରିଛି। ସୁନୀତି, ଜମ୍ବୁ, ଗୋଗୁଆ, ବିଜୟନଗର, କୋଇଲିପୁର ଆଦି ପଞ୍ଚାୟତର ୨୫ଟି ଗ୍ରାମର ଲକ୍ଷାଧିକ ଅଧିବାସୀଙ୍କୁ କଟକ-ରାଜନଗର ରାସ୍ତା ଛୁଇଁବାକୁ ଅନ୍ୟୁନ ୧୫ କି.ମି. ବୁଲିବାକୁ ପଡୁଛି। ପୁରୁଣା ପୋଲରେ ଲୁହା କଳଙ୍କି ଲାଗି ନଷ୍ଟ ହେଉଥିବା ଘଟଣା ବିଭାଗୀୟ ଅଧିକାରୀଙ୍କୁ ତତ୍କାଳୀନ ସମୟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାସତ୍ତ୍ୱେ ବିଭାଗୀୟ ଅବହେଳା ପାଇଁ ପୋଲଟି ଭୁଶୁଡି ପଡିଲା। ସେହିପରି ନୂତନ ନିର୍ମାଣାଧୀନ ସେତୁ ଦୀର୍ଘ ୮ ବର୍ଷ ଧରି ଚାଲିଛି। ଏବେ ଏହି ନଦୀ ପାର ପାଇଁ ସରୁ ପାଦଚଲା କାଠ ପୋଲ ନିର୍ମାଣ ହୋଇଛି। ଏଥିରେ ଏକ ବାଇକ୍‌ ନେବା ମଧ୍ୟ ବିପଦପୂର୍ଣ୍ଣ ହୋଇଛି। ତୁରନ୍ତ ପୋଲ ନିର୍ମାଣ ସାରିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଅଧିକାରୀ ରାଜେଶ କୁମାର ପ୍ରଧାନଙ୍କୁ ପଚାରିବାରେ ଏଠାରେ ନୂତନ କଂକ୍ରିଟ ପୋଲ ନିର୍ମାଣାଧୀନ ଅଛି। ଖୁବ୍‌ଶୀଘ୍ର ଏହି ସେତୁ ନିର୍ମାଣ ଶେଷ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri