ଭୋକରେ ଜଳୁଛି ପେଟ, ପାଠକୁ ପଚାରେ କିଏ

ମହାକାଳପଡ଼ା,୨୪ା୬ (ଡି.ଏନ୍‌.ଏ.): ସମାଜର ମୁଖ୍ୟ ସ୍ରୋତରେ ଜନଜାତି ସମ୍ପ୍ରଦାୟ ଲୋକମାନଙ୍କୁ ସାମିଲ କରିବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଉପାନ୍ତ ଗ୍ରାମାଞ୍ଚଳରେ ତ୍ରୁଣମୂଳ ସ୍ତରରେ ବସବାସ କରୁଥିବା ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପିଲାମାନେ କିପରି ପାଠ ପଢ଼ିପାରିବେ, ସେଥିପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ଆବାସିକ ବିଦ୍ୟାଳୟଗୁଡ଼ିକ ଖୋଲାଯାଇଛି। ମାଗଣାରେ ଭୋଜନ, ପୋଷାକ, ଷ୍ଟାଇପେଣ୍ଡ, ପାଠ୍ୟପୁସ୍ତକ ଆଦି ଯୋଗାଇ ଦେଉଛନ୍ତି। ବିଦ୍ୟାଳୟଗୁଡ଼ିକରେ ଏହି ପିଲାମାନେ ପାଠ ପଢିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅଭାବୀ, ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଆଦିବାସୀ ଶବର ସମ୍ପ୍ରଦାୟର ପିଲାମାନେ କିପରି ଶିକ୍ଷାକ୍ଷେତ୍ରରେ ଅଗ୍ରସର ହେବେ ସରକାରଙ୍କ ତହବିଲରୁ ଅର୍ଥ ବ୍ୟୟ ବରାଦ କରାଯାଇଛି। ତୃଣମୂଳ ସ୍ତରରେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହାକୁ ନେଇ ଉଠିଛି ପ୍ରଶ୍ନ। ଗରିବୀ ଓ ନିରକ୍ଷରତା ପାଇଁ ବାଧକ ସାଜିଛି ପାଠପଢ଼ା। ଏହାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପେଟଛେଲା ପଞ୍ଚାୟତର ଜଙ୍ଗଲଘେରି ଗଁାର ଶବର ପିଲାଙ୍କ କ୍ଷେତ୍ରରେ।
ପିଲାଟି ଯେଉଁ ବୟସରେ କାନ୍ଧରେ ବହି ବସ୍ତାନି ପକାଇ ବିଦ୍ୟାଳୟକୁ ଯିବା କଥା, ସେତେବେଳେ କାନ୍ଧରେ ବ୍ୟାଗ ପକାଇ କଙ୍କଡା ଧରିବାକୁ ନଦୀକୂଳ ଅବା ଚାଷ ଜମି ହିଡ ମୂଳେ ଗାତ ଭିତରେ ହାତ ପୂରାଇ ଅଣ୍ଡାଳୁଛି। ଅଦୃଶ୍ୟ ଗାତ ଭିତରେ ବିଷଧର ସାପ, ସରୀସୃପ ଅବା କଙ୍କଡ଼ା ଅଛି ତାହା ନ ଜାଣି ପେଟର ଭୋକ ମେଣ୍ଟାଇବାକୁ ଚେଷ୍ଟା କରୁଛି। ଅଗଭୀର ଗାତ ଭିତରେ ହାତ ପୂରାଇ କଙ୍କଡା ଧରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି କୁନି କୁନି ପିଲାମାନେ ବିଦ୍ୟାଳୟକୁ ନ ଯାଇ ଏବେ କଙ୍କଡା ଗାତରେ ହାତ ପୂରେଇବାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଗୋଟେ ପଟେ ସଚେତନତା ଅଭାବ, ଅନ୍ୟପକ୍ଷେ ଦାରିଦ୍ର୍ୟ ତାଡ଼ନା ଏହି ପିଲାମାନଙ୍କୁ ସଜେଇ ଦେଉଛି କଙ୍କଡ଼ାଧରାଳି ଭାବେ। ସକାଳ ହେଲା ମାତ୍ରେ ପିଲାମାନେ କାନ୍ଧରେ ବ୍ୟାଗ ପକାଇ ପାଖ ନଦୀ, ନାଳକୁ ଛୁଟି ଯାଉଛନ୍ତି। ଦିନ ତମାମ ଅକ୍ଳାନ୍ତ ପରିଶ୍ରମ କରି ଯାହା କିଲେ ଦୁଇ କିଲୋ କଙ୍କଡା ମିଳେ, ତାକୁ ପାଖ ବଜାରରେ ବିକ୍ରି କରି ଯାହା ଦି’ ପଇସା ମିଳେ ନିଜ ଖର୍ଚ୍ଚ ପାଇଁ ରଖି ବଳକା ପଇସା ମା’ବାପାଙ୍କୁ ଦେଇଥାନ୍ତି। ଏଭଳି ଅନେକ ପିଲା ବିଦ୍ୟାଳୟକୁ ନ ଯାଇ ମାଛ, କଙ୍କଡା ଧରିବାରେ ନିମଗ୍ନ ରହୁଛନ୍ତି। ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ନିରକ୍ଷରତା, ଦାରିଦ୍ର୍ୟ ଏମାନଙ୍କ ପାଇଁ ବିଦ୍ୟାଳୟକୁ ଯିବାରେ ବାଧକ ସାଜିଛି। ଅନ୍ୟପକ୍ଷେ ପିଲାମାନେ ଯେଉଁ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି, ସେଠାକାର ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥାନ ଓ ପାଠପଢ଼ାର ଅଗ୍ରଗତି ନିମନ୍ତେ ଅଭିଭାବକମାନଙ୍କୁ ଡାକି ସଚେତନ କରୁନାହାନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?