ଭୋକରେ ଜଳୁଛି ପେଟ, ପାଠକୁ ପଚାରେ କିଏ

ମହାକାଳପଡ଼ା,୨୪ା୬ (ଡି.ଏନ୍‌.ଏ.): ସମାଜର ମୁଖ୍ୟ ସ୍ରୋତରେ ଜନଜାତି ସମ୍ପ୍ରଦାୟ ଲୋକମାନଙ୍କୁ ସାମିଲ କରିବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଉପାନ୍ତ ଗ୍ରାମାଞ୍ଚଳରେ ତ୍ରୁଣମୂଳ ସ୍ତରରେ ବସବାସ କରୁଥିବା ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପିଲାମାନେ କିପରି ପାଠ ପଢ଼ିପାରିବେ, ସେଥିପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ଆବାସିକ ବିଦ୍ୟାଳୟଗୁଡ଼ିକ ଖୋଲାଯାଇଛି। ମାଗଣାରେ ଭୋଜନ, ପୋଷାକ, ଷ୍ଟାଇପେଣ୍ଡ, ପାଠ୍ୟପୁସ୍ତକ ଆଦି ଯୋଗାଇ ଦେଉଛନ୍ତି। ବିଦ୍ୟାଳୟଗୁଡ଼ିକରେ ଏହି ପିଲାମାନେ ପାଠ ପଢିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅଭାବୀ, ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଆଦିବାସୀ ଶବର ସମ୍ପ୍ରଦାୟର ପିଲାମାନେ କିପରି ଶିକ୍ଷାକ୍ଷେତ୍ରରେ ଅଗ୍ରସର ହେବେ ସରକାରଙ୍କ ତହବିଲରୁ ଅର୍ଥ ବ୍ୟୟ ବରାଦ କରାଯାଇଛି। ତୃଣମୂଳ ସ୍ତରରେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହାକୁ ନେଇ ଉଠିଛି ପ୍ରଶ୍ନ। ଗରିବୀ ଓ ନିରକ୍ଷରତା ପାଇଁ ବାଧକ ସାଜିଛି ପାଠପଢ଼ା। ଏହାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପେଟଛେଲା ପଞ୍ଚାୟତର ଜଙ୍ଗଲଘେରି ଗଁାର ଶବର ପିଲାଙ୍କ କ୍ଷେତ୍ରରେ।
ପିଲାଟି ଯେଉଁ ବୟସରେ କାନ୍ଧରେ ବହି ବସ୍ତାନି ପକାଇ ବିଦ୍ୟାଳୟକୁ ଯିବା କଥା, ସେତେବେଳେ କାନ୍ଧରେ ବ୍ୟାଗ ପକାଇ କଙ୍କଡା ଧରିବାକୁ ନଦୀକୂଳ ଅବା ଚାଷ ଜମି ହିଡ ମୂଳେ ଗାତ ଭିତରେ ହାତ ପୂରାଇ ଅଣ୍ଡାଳୁଛି। ଅଦୃଶ୍ୟ ଗାତ ଭିତରେ ବିଷଧର ସାପ, ସରୀସୃପ ଅବା କଙ୍କଡ଼ା ଅଛି ତାହା ନ ଜାଣି ପେଟର ଭୋକ ମେଣ୍ଟାଇବାକୁ ଚେଷ୍ଟା କରୁଛି। ଅଗଭୀର ଗାତ ଭିତରେ ହାତ ପୂରାଇ କଙ୍କଡା ଧରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି କୁନି କୁନି ପିଲାମାନେ ବିଦ୍ୟାଳୟକୁ ନ ଯାଇ ଏବେ କଙ୍କଡା ଗାତରେ ହାତ ପୂରେଇବାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଗୋଟେ ପଟେ ସଚେତନତା ଅଭାବ, ଅନ୍ୟପକ୍ଷେ ଦାରିଦ୍ର୍ୟ ତାଡ଼ନା ଏହି ପିଲାମାନଙ୍କୁ ସଜେଇ ଦେଉଛି କଙ୍କଡ଼ାଧରାଳି ଭାବେ। ସକାଳ ହେଲା ମାତ୍ରେ ପିଲାମାନେ କାନ୍ଧରେ ବ୍ୟାଗ ପକାଇ ପାଖ ନଦୀ, ନାଳକୁ ଛୁଟି ଯାଉଛନ୍ତି। ଦିନ ତମାମ ଅକ୍ଳାନ୍ତ ପରିଶ୍ରମ କରି ଯାହା କିଲେ ଦୁଇ କିଲୋ କଙ୍କଡା ମିଳେ, ତାକୁ ପାଖ ବଜାରରେ ବିକ୍ରି କରି ଯାହା ଦି’ ପଇସା ମିଳେ ନିଜ ଖର୍ଚ୍ଚ ପାଇଁ ରଖି ବଳକା ପଇସା ମା’ବାପାଙ୍କୁ ଦେଇଥାନ୍ତି। ଏଭଳି ଅନେକ ପିଲା ବିଦ୍ୟାଳୟକୁ ନ ଯାଇ ମାଛ, କଙ୍କଡା ଧରିବାରେ ନିମଗ୍ନ ରହୁଛନ୍ତି। ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ନିରକ୍ଷରତା, ଦାରିଦ୍ର୍ୟ ଏମାନଙ୍କ ପାଇଁ ବିଦ୍ୟାଳୟକୁ ଯିବାରେ ବାଧକ ସାଜିଛି। ଅନ୍ୟପକ୍ଷେ ପିଲାମାନେ ଯେଉଁ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି, ସେଠାକାର ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥାନ ଓ ପାଠପଢ଼ାର ଅଗ୍ରଗତି ନିମନ୍ତେ ଅଭିଭାବକମାନଙ୍କୁ ଡାକି ସଚେତନ କରୁନାହାନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri