ନିଶାକୁ ନାହିଁ ନିୟନ୍ତ୍ରଣ

ଢେଙ୍କାନାଳ ଅଫିସ, ୬।୧୧: ଗଁାରୁ ସହର। ଗଳି ରାସ୍ତାରୁ ରାଜପଥ। ଝୁମ୍ପୁଡ଼ିରୁ ଢାବା। ସବୁଠି କାୟା ମେଲାଇଛି ନିଷିଦ୍ଧ ନିଶାର ଅବୈଧ କାରବାର। ୧୦ରୁ ୧୨ ଟଙ୍କା ଦେଲେ ସୁବିଧାରେ ମିଳିଯାଉଛି ଦେଶୀ ମହୁଲି। ୫୦୦ରୁ ୧୦୦୦ ଟଙ୍କାରେ ନିଶା ବ୍ୟବସାୟୀ ହାତକୁ ବଢ଼ାଇ ଦେଉଛନ୍ତି ବ୍ରାଉନ୍‌ସୁଗାର ପୁଡ଼ିଆ। ବାହାର ରାଜ୍ୟର ନିଶା ମାଫିଆ ହୁଅନ୍ତୁ କି ସ୍ଥାନୀୟ ଅଞ୍ଚଳର ମଧ୍ୟସ୍ଥ ଏମାନେ ସମସ୍ତେ ଜାଣିସାରିଲେଣି କାରବାରର ଗଳାବାଟ। ଅବକାରୀ ବିଭାଗ, ପୋଲିସ ଏବଂ ଗୋଇନ୍ଦା ବିଭାଗର ନିଷ୍କ୍ରିୟତା ଢେଙ୍କାନାଳ ଜିଲାକୁ ନିଶାର ନିଅଁାରେ ଛିଡ଼ା କରାଇଥିବାବେଳେ ଏବେ ଏଭଳି ବେଆଇନ କାରବାର ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଅଭିଯୋଗ ହେଉଛି।
୨୦୨୧ ବର୍ଷରେ ଅକ୍ଟୋବର ସୁଦ୍ଧା ପୋଚ ନଷ୍ଟ, ଗଞ୍ଜେଇ, ଦେଶୀମଦ, ମହୁଲି ମଦ, ବ୍ରାଉନ୍‌ସୁଗାର କାରବାର ସଂକ୍ରାନ୍ତ ୫୩୩ ମାମଲା ରୁଜୁ କରାଯାଇଥିଲା। ମୋଟ ୪୨୬ଜଣ ଧରାପଡ଼ିଥିଲେ। କେବଳ ଅକ୍ଟୋବର ମାସରେ ୧୧୧ ମାମଲା ରୁଜୁ ହୋଇଥିବାବେଳେ ୯୧ ଜଣ ଗିରଫ ହୋଇଥିଲେ। ୨୦୨୨ ବର୍ଷ ସମାନ ସମୟ ମଧ୍ୟରେ ୯୦୨ ମାମଲା ରୁଜୁ ହୋଇଛି। ୮୦୧ ଜଣଙ୍କୁ ଗିରଫ କରାଯାଇଛି। କେବଳ ଅକ୍ଟୋବରରେ ୧୫୬ ମାମଲାରେ ୧୩୦ଜଣ ଧରାପଡ଼ିଛନ୍ତି। ସେହିପରି ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶରେ ଜିଲାରେ ବ୍ରାଉନ୍‌ସୁଗାର ଧରପଗଡ଼ ଅଭିଯାନ ଜୋର୍‌ଦାର କରାଯାଇଥିଲା। ଚଳିତବର୍ଷ ମୋଟ୍‌ ୮୩୩ ଗ୍ରାମ ଧଳାଜହର ଜବତ ହୋଇଛି। କେବଳ ଅକ୍ଟୋବରରେ ୮୭ ଗ୍ରାମ୍‌ ପାଉଡର ଧରାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ୮୩.୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ସେହିପରି ୨୦୨୧ ବର୍ଷରେ ନିଶା ଚାଲାଣରେ ବ୍ୟବହୃତ ୩ଟି ଚାରିଚକିଆ ଯାନ, ୫୮ ବାଇକ୍‌, ୫ ଅଟୋରିକ୍ସା, ୩ ସାଇକେଲ, ଗୋଟିଏ ଟ୍ରକ୍‌ ଏବଂ ୧୯୮ ପ୍ଲାଷ୍ଟିକ ଡ୍ରମ୍‌ ଜବତ କରାଯାଇଥିଲା। ଏହିବର୍ଷ ଆସାମରୁ ଅନୁଗୋଳକୁ ଟ୍ରକ୍‌ ଯୋଗେ ଚାଲାଣ ହେଉଥିବା ବିପୁଳ ଚୋରା ମଦ ଜବତ କରାଯାଇଥିଲା। ଜବତ ସାମଗ୍ରୀର ମୂଲ୍ୟ ୨ କୋଟି ୯୯ଲକ୍ଷ ୮୫ହଜାର ୫୬୯ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତେବେ ୨୦୨୨ରେ ଅଦ୍ୟାବଧି ୨ କୋଟି ୮୮ଲକ୍ଷ ୩୨ ହଜାର ୪୬ ଟଙ୍କାର ସାମଗ୍ରୀ ଜବତ ହୋଇସାରିଲାଣି। ଦୁଇବର୍ଷର ତୁଳନାତ୍ମକ ସମୀକ୍ଷା କଲେ ଜିଲାରେ ଅବାଧ ନିଶା କାରବାର ବଢ଼ିଥିବା ସ୍ପଷ୍ଟ ହୋଇଛି।
ଅପରପକ୍ଷେ ଢେଙ୍କାନାଳରେ ହେଉଥିବା ବ୍ରାଉନ୍‌ସୁଗାର କାରବାରରେ ବାହାର ରାଜ୍ୟର ଲିଙ୍କ୍‌ ଧରାପଡ଼ିଛି। ପଡ଼ୋଶୀ ପଶ୍ଚିମବଙ୍ଗ ସମେତ ରାଜ୍ୟର ବାଲେଶ୍ୱର, ଭଦ୍ରକ ଓ ଖୋର୍ଦ୍ଧା ଅଞ୍ଚଳରୁ ଜିଲାକୁ ପଶୁଛି ଧଳଜହର। ଏଥିରେ ଯେଉଁମାନେ ସ୍ଲିପରସେଲ୍‌ ଭାବେ କାର୍ଯ୍ୟ କରୁଛି, ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡୁଛି। ଏ କ୍ଷେତ୍ରରେ ଅବକାରୀ, ପୋଲିସ ଏବଂ ଗୋଇନ୍ଦା ବିଭାଗର ସମନ୍ବୟ ଅଭାବକୁ ବୁଦ୍ଧିଜୀବୀ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ପ୍ରତିବର୍ଷ ମାମଲା ଏବଂ ଗିରଫଦାରି ସଂଖ୍ୟା ବଢ଼ି ଚାଲିଥିବା ବେଳେ ଶସ୍ତା ନିଶାର ମାୟାଜାଲରେ ପଡ଼ି ପଥଭ୍ରଷ୍ଟ ହେଉଛନ୍ତି ଯୁବପିଢ଼ି। ସର୍ବାଧିକ ପ୍ରଭାବିତ ହେଉଛନ୍ତି ଖଟିଖିଆ ବର୍ଗ। ବହୁ ପରିବାର ଉଜୁଡ଼ିଯାଉଛି। ଜିଲା ପ୍ରଶାସନ, ଅବକାରୀ ବିଭାଗ ଏବଂ ପୋଲିସର ସମସ୍ତ ଚେଷ୍ଟା ସତ୍ତ୍ୱେ ନିଶା କାରବାରରେ ଅଙ୍କୁଶ ଲାଗିପାରୁନାହିଁ, ଯାହା ଚିନ୍ତାର କାରଣ ପାଲଟିଛି।
ଏ ସଂକ୍ରାନ୍ତରେ ଜିଲା ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ କୁହନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ସନ୍ଦିଗ୍ଧ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କ ଉପରେ ନଜର ରଖାଯାଉଛି। ରାଜ୍ୟ ଅବକାରୀ କମିଶନରଙ୍କ ନିର୍ଦ୍ଦେଶରେ ଢେଙ୍କାନାଳକୁ ବ୍ରାଉନସୁଗାର ମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସମ୍ବଲପୁର ଡିଭିଜନର ଅବକାରୀ ଗୋଇନ୍ଦା ବିଭାଗ, ଫ୍ଲାଇଂ ସ୍କ୍ବାଡ୍‌, ଜିଲା ଅବକାରୀ ବିଭାଗ ପକ୍ଷରୁ ଘନଘନ ଚଢ଼ାଉ ଜାରି ରହିଛି। ପୋଲିସ ସହାୟତା ମଧ୍ୟ ନିଆଯାଉଛି। ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ପାର୍ବଣ ଋତୁ ପୂର୍ବରୁ ଅବକାରୀ ବିଭାଗ ଅଧୀକ୍ଷକ, ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ବୈଠକ ବସିଥିଲା। ନିଶା କାରବାର ବଢୁଥିବା ଦେଖି ନିୟମିତ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?