ନିଶାକୁ ନାହିଁ ନିୟନ୍ତ୍ରଣ

ଢେଙ୍କାନାଳ ଅଫିସ, ୬।୧୧: ଗଁାରୁ ସହର। ଗଳି ରାସ୍ତାରୁ ରାଜପଥ। ଝୁମ୍ପୁଡ଼ିରୁ ଢାବା। ସବୁଠି କାୟା ମେଲାଇଛି ନିଷିଦ୍ଧ ନିଶାର ଅବୈଧ କାରବାର। ୧୦ରୁ ୧୨ ଟଙ୍କା ଦେଲେ ସୁବିଧାରେ ମିଳିଯାଉଛି ଦେଶୀ ମହୁଲି। ୫୦୦ରୁ ୧୦୦୦ ଟଙ୍କାରେ ନିଶା ବ୍ୟବସାୟୀ ହାତକୁ ବଢ଼ାଇ ଦେଉଛନ୍ତି ବ୍ରାଉନ୍‌ସୁଗାର ପୁଡ଼ିଆ। ବାହାର ରାଜ୍ୟର ନିଶା ମାଫିଆ ହୁଅନ୍ତୁ କି ସ୍ଥାନୀୟ ଅଞ୍ଚଳର ମଧ୍ୟସ୍ଥ ଏମାନେ ସମସ୍ତେ ଜାଣିସାରିଲେଣି କାରବାରର ଗଳାବାଟ। ଅବକାରୀ ବିଭାଗ, ପୋଲିସ ଏବଂ ଗୋଇନ୍ଦା ବିଭାଗର ନିଷ୍କ୍ରିୟତା ଢେଙ୍କାନାଳ ଜିଲାକୁ ନିଶାର ନିଅଁାରେ ଛିଡ଼ା କରାଇଥିବାବେଳେ ଏବେ ଏଭଳି ବେଆଇନ କାରବାର ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଅଭିଯୋଗ ହେଉଛି।
୨୦୨୧ ବର୍ଷରେ ଅକ୍ଟୋବର ସୁଦ୍ଧା ପୋଚ ନଷ୍ଟ, ଗଞ୍ଜେଇ, ଦେଶୀମଦ, ମହୁଲି ମଦ, ବ୍ରାଉନ୍‌ସୁଗାର କାରବାର ସଂକ୍ରାନ୍ତ ୫୩୩ ମାମଲା ରୁଜୁ କରାଯାଇଥିଲା। ମୋଟ ୪୨୬ଜଣ ଧରାପଡ଼ିଥିଲେ। କେବଳ ଅକ୍ଟୋବର ମାସରେ ୧୧୧ ମାମଲା ରୁଜୁ ହୋଇଥିବାବେଳେ ୯୧ ଜଣ ଗିରଫ ହୋଇଥିଲେ। ୨୦୨୨ ବର୍ଷ ସମାନ ସମୟ ମଧ୍ୟରେ ୯୦୨ ମାମଲା ରୁଜୁ ହୋଇଛି। ୮୦୧ ଜଣଙ୍କୁ ଗିରଫ କରାଯାଇଛି। କେବଳ ଅକ୍ଟୋବରରେ ୧୫୬ ମାମଲାରେ ୧୩୦ଜଣ ଧରାପଡ଼ିଛନ୍ତି। ସେହିପରି ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶରେ ଜିଲାରେ ବ୍ରାଉନ୍‌ସୁଗାର ଧରପଗଡ଼ ଅଭିଯାନ ଜୋର୍‌ଦାର କରାଯାଇଥିଲା। ଚଳିତବର୍ଷ ମୋଟ୍‌ ୮୩୩ ଗ୍ରାମ ଧଳାଜହର ଜବତ ହୋଇଛି। କେବଳ ଅକ୍ଟୋବରରେ ୮୭ ଗ୍ରାମ୍‌ ପାଉଡର ଧରାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ୮୩.୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ସେହିପରି ୨୦୨୧ ବର୍ଷରେ ନିଶା ଚାଲାଣରେ ବ୍ୟବହୃତ ୩ଟି ଚାରିଚକିଆ ଯାନ, ୫୮ ବାଇକ୍‌, ୫ ଅଟୋରିକ୍ସା, ୩ ସାଇକେଲ, ଗୋଟିଏ ଟ୍ରକ୍‌ ଏବଂ ୧୯୮ ପ୍ଲାଷ୍ଟିକ ଡ୍ରମ୍‌ ଜବତ କରାଯାଇଥିଲା। ଏହିବର୍ଷ ଆସାମରୁ ଅନୁଗୋଳକୁ ଟ୍ରକ୍‌ ଯୋଗେ ଚାଲାଣ ହେଉଥିବା ବିପୁଳ ଚୋରା ମଦ ଜବତ କରାଯାଇଥିଲା। ଜବତ ସାମଗ୍ରୀର ମୂଲ୍ୟ ୨ କୋଟି ୯୯ଲକ୍ଷ ୮୫ହଜାର ୫୬୯ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତେବେ ୨୦୨୨ରେ ଅଦ୍ୟାବଧି ୨ କୋଟି ୮୮ଲକ୍ଷ ୩୨ ହଜାର ୪୬ ଟଙ୍କାର ସାମଗ୍ରୀ ଜବତ ହୋଇସାରିଲାଣି। ଦୁଇବର୍ଷର ତୁଳନାତ୍ମକ ସମୀକ୍ଷା କଲେ ଜିଲାରେ ଅବାଧ ନିଶା କାରବାର ବଢ଼ିଥିବା ସ୍ପଷ୍ଟ ହୋଇଛି।
ଅପରପକ୍ଷେ ଢେଙ୍କାନାଳରେ ହେଉଥିବା ବ୍ରାଉନ୍‌ସୁଗାର କାରବାରରେ ବାହାର ରାଜ୍ୟର ଲିଙ୍କ୍‌ ଧରାପଡ଼ିଛି। ପଡ଼ୋଶୀ ପଶ୍ଚିମବଙ୍ଗ ସମେତ ରାଜ୍ୟର ବାଲେଶ୍ୱର, ଭଦ୍ରକ ଓ ଖୋର୍ଦ୍ଧା ଅଞ୍ଚଳରୁ ଜିଲାକୁ ପଶୁଛି ଧଳଜହର। ଏଥିରେ ଯେଉଁମାନେ ସ୍ଲିପରସେଲ୍‌ ଭାବେ କାର୍ଯ୍ୟ କରୁଛି, ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡୁଛି। ଏ କ୍ଷେତ୍ରରେ ଅବକାରୀ, ପୋଲିସ ଏବଂ ଗୋଇନ୍ଦା ବିଭାଗର ସମନ୍ବୟ ଅଭାବକୁ ବୁଦ୍ଧିଜୀବୀ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ପ୍ରତିବର୍ଷ ମାମଲା ଏବଂ ଗିରଫଦାରି ସଂଖ୍ୟା ବଢ଼ି ଚାଲିଥିବା ବେଳେ ଶସ୍ତା ନିଶାର ମାୟାଜାଲରେ ପଡ଼ି ପଥଭ୍ରଷ୍ଟ ହେଉଛନ୍ତି ଯୁବପିଢ଼ି। ସର୍ବାଧିକ ପ୍ରଭାବିତ ହେଉଛନ୍ତି ଖଟିଖିଆ ବର୍ଗ। ବହୁ ପରିବାର ଉଜୁଡ଼ିଯାଉଛି। ଜିଲା ପ୍ରଶାସନ, ଅବକାରୀ ବିଭାଗ ଏବଂ ପୋଲିସର ସମସ୍ତ ଚେଷ୍ଟା ସତ୍ତ୍ୱେ ନିଶା କାରବାରରେ ଅଙ୍କୁଶ ଲାଗିପାରୁନାହିଁ, ଯାହା ଚିନ୍ତାର କାରଣ ପାଲଟିଛି।
ଏ ସଂକ୍ରାନ୍ତରେ ଜିଲା ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ କୁହନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ସନ୍ଦିଗ୍ଧ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କ ଉପରେ ନଜର ରଖାଯାଉଛି। ରାଜ୍ୟ ଅବକାରୀ କମିଶନରଙ୍କ ନିର୍ଦ୍ଦେଶରେ ଢେଙ୍କାନାଳକୁ ବ୍ରାଉନସୁଗାର ମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସମ୍ବଲପୁର ଡିଭିଜନର ଅବକାରୀ ଗୋଇନ୍ଦା ବିଭାଗ, ଫ୍ଲାଇଂ ସ୍କ୍ବାଡ୍‌, ଜିଲା ଅବକାରୀ ବିଭାଗ ପକ୍ଷରୁ ଘନଘନ ଚଢ଼ାଉ ଜାରି ରହିଛି। ପୋଲିସ ସହାୟତା ମଧ୍ୟ ନିଆଯାଉଛି। ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ପାର୍ବଣ ଋତୁ ପୂର୍ବରୁ ଅବକାରୀ ବିଭାଗ ଅଧୀକ୍ଷକ, ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ବୈଠକ ବସିଥିଲା। ନିଶା କାରବାର ବଢୁଥିବା ଦେଖି ନିୟମିତ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri