ପଦ ଚାଲିଯିବା ଭୟରେ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି: କଂଗ୍ରେସ

ଭୁବନେଶ୍ୱର, ୧୯।୭(ସୁନିତ୍‌ ମିଶ୍ର):ପୁରୀ ରାଜଭବନରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ଏବଂ ତାଙ୍କର ୫ ଜଣ ଝାଡ଼ଖଣ୍ଡୀ ବନ୍ଧୁ ଅତି ନୃଶଂସ ଭାବେ ଶାରୀରିକ ନିର୍ଯାତନା ଦେବାପରେ ଏହି ଘଟଣାକୁ ନେଇ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଛି। ତଥାପି ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଅପରାଧୀ ପୁତ୍ର ଲଳିତ କୁମାର ଏବଂ ତାଙ୍କର ସହଯୋଗୀଙ୍କୁ ଗିରଫକରି ଦଣ୍ଡବିଧାନର ବ୍ୟବସ୍ଥା ନ କରିବା ଦୁର୍ଭାଗ୍ୟଜନକ। ଏଥିରୁ ସ୍ପଷ୍ଟ ହେଉଛି ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭୟ କରି ତାଙ୍କ ପୁଅ ଲଳିତ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଲଳିତ କୁମାରଙ୍କୁ ଗିରଫକଲେ ହୁଏତ ତାଙ୍କର ପଦ ଚାଲିଯିବା ଆଶଙ୍କା ରହିଛି ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ କହିଛନ୍ତି।
ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଗୁରୁବାର ନଓ୍ବାଜ କହିଛନ୍ତି, ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ଅଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କଠାରୁ ଅଧିକ ତାଙ୍କ ପୁଅଙ୍କୁ ଖାତିର କରୁଥିବା ମନେହେଉଛି। କାରଣ ଜଣେ କର୍ତ୍ତବ୍ୟରତ ଓଡ଼ିଆ ଅଧିକାରୀଙ୍କୁ ନିଜର ଜୋତା ଚାଟିବା ପାଇଁ ବାଧ୍ୟ କରିଥିବା ଏବଂ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ଲଳିତ କୁମାର ଏବେ ନିର୍ଭୟରେ ବୁଲୁଛନ୍ତି। ଆମ ମୁଖ୍ୟମନ୍ତ୍ରୀ ବା ମନ୍ତ୍ରୀମାନଙ୍କୁ ରାଜଭବନରେ କେତେବେଳେ ବି ଲଳିତ କୁମାର ଦୁର୍ବ୍ୟବହାର କରିପାରନ୍ତି। ତାଙ୍କର ଦୌରାମତ୍‌ୟକୁ କେତେଜଣ କ୍ଷମତାଲୋଭୀ ରାଜନେତା ସହ୍ୟ କରିଯାଉଛନ୍ତି। ଏ ରାଜ୍ୟରେ ସରକାରୀ କର୍ମଚାରୀଙ୍କର ବିଭିନ୍ନ ସଙ୍ଗଠନ ରହିଛି। ସେମାନେ ବିଭିନ୍ନ ସମୟରେ ନିଜର ହକ୍‌ ପାଇଁ ଦୃଢ଼ ସ୍ବରରେ ଦାବି ଉପସ୍ଥାପନ କରିଥାନ୍ତି। ମାତ୍ର ନିଜର ଜଣେ ସହଯୋଗୀ ପ୍ରତି ଜଣେ ଝାଡ଼ଖଣ୍ଡୀ ଅପରାଧୀର ଅତ୍ୟାଚାରକୁ ଏହି ସଙ୍ଗଠନଗୁଡ଼ିକୁ ପକ୍ଷରୁ ଆଖିଦୃଶିଆ ପ୍ରତିବାଦ ହେଉନାହିଁ। ଯେଉଁମାନେ ଓଡ଼ିଆ ଅସ୍ମିତା କଥା କହୁଥିଲେ ସେମାନେ କେବଳ ନିର୍ବାଚନ ବୈତରଣୀ ପାରହେବା ପାଇଁ ଏହାକୁ ଅସ୍ତ୍ରଭାବେ ବ୍ୟବହାର କରୁଥିଲେ। ଛାତ୍ର କଂଗ୍ରେସ ଲଳିତ କୁମାରଙ୍କୁ ଦଣ୍ଡବିଧାନ ନ ହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବ। ଓଡ଼ିଆ ଜାତିର ଅପମାନକୁ ମୁଖ୍ୟମନ୍ତ୍ରୀ ସହି ଯାଇପାରନ୍ତି, ହେଲେ ଛାତ୍ର କଂଗ୍ରେସ ସହ୍ୟ କରିବ ନାହିଁ ବୋଲି ନଓ୍ବାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri