୫୨ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ଭଞ୍ଜନଗର,୧୦ା୨(ଡି.ଏନ୍‌.ଏ.) ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ୫୨ନଂ. ଜିଲା ପରିଷଦ ଜୋନ୍‌ରେ ତ୍ରିମୁଖୀ ଲଢ଼େଇ ହେଉଛି। ବିଜେଡିରୁ ଭାଗ୍ୟଲତା ସେଠୀ, କଂଗ୍ରେସରୁ ସାଗରି ନାୟକ ଓ ଭାଜପାରୁ କାମିନୀବାଳା ସେଠୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭାଗ୍ୟଲତା ବୁଧବାର ବାରୁଡା ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଭୋଟ ଭିକ୍ଷା କରିଥିଲେ। ଏହି ସମୟରେ ପୂର୍ବତନ ସରପଞ୍ଚ ସନ୍ତୋଷ ପ୍ରଧାନ, ସରପଞ୍ଚ ପ୍ରାର୍ଥିନୀ ମମତା ନାୟକ, ସମିତିସଭ୍ୟ ପ୍ରାର୍ଥିନୀ ବନିତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଜୋନ୍‌କୁ ବିଜେଡି ଦୀର୍ଘବର୍ଷ ହେଲା ନିଜ ଅକ୍ତିଆରରେ ରଖିଥିବା ବେଳେ ଚଳିତଥର ମଧ୍ୟ ଗଡ଼ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ସେହିଭଳି ବିରୋଧୀ କଂଗ୍ରେସ ଓ ଭାଜପା ପ୍ରାର୍ଥିନୀ ମଧ୍ୟ ବିଜୟୀ ହେବାକୁ ଯୋଜନାରେ ଅଛନ୍ତି । ତେବେ ବିଜେଡ଼ି ପ୍ରଚାରରେ ଆଗୁଆ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେଲେ ୫୦ରୁ ଊର୍ଦ୍ଧ୍ୱ ସିପିଆଇ ନେତା କର୍ମୀ

ଛତ୍ରପୁର,୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଚିକଲଖଣ୍ଡି ପଞ୍ଚାୟତରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ମିଶ୍ରଣ ପର୍ବରେ ଚିକଲଖଣ୍ଡି ପଞ୍ଚାୟତର ନାଏବ...

ଗଞ୍ଜାମରେ ଖୋଲିବନି ମଦ ଦୋକାନ: ଜିଲାପାଳ

ଛତ୍ରପୁର, ୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ୨ କରୋନା ପଜିଟିଭ ରବିବାର ଚିହ୍ନଟ ହୋଇଛନ୍ତି। ଏହାଫଳରେ ଗଞ୍ଜାମ ଜିଲା ଗ୍ରୀନ୍‌ ଜୋନରୁ ତଳକୁ ଖସି ଅରେଞ୍ଜ ଜୋନକୁ...

ପଥରରେ ଛେଚି ମହିଳାଙ୍କୁ ହତ୍ୟା

ଖଲ୍ଲିକୋଟ,୧୭ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ ଘାଟିରେ ବୁଧବାର ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି। ମହିଳାଙ୍କ ବୟସ ୨୫ରୁ ୩୦...

ଯୌତୁକ ନିର୍ଯାତନା ଅଭିଯୋଗ, ସ୍ବାମୀ ଗିରଫ

ଛତ୍ରପୁର,୨୧ା୧୦(ଡି.ଏନ.ଏ.)-ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀଙ୍କୁ ରବିବାର ଛତ୍ରପୁର ପୋଲିସ ଗିରଫ କରିଛି। ସେ ହେଲେ ଚିକିଲଖଣ୍ଡି ଗଁା ରବି ରଞ୍ଜନ ଗୌଡ। ଗଞ୍ଜାମ ଓଡିଆ ଢାମଣା...

କରୋନା ସହାୟତା: ଜକର ପଞ୍ଚାୟତର ୩୭ ଏସ୍‌ଏଚ୍‌ଜି ଗ୍ରୁପ୍‌ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲେ ୪୦ହଜାର

ପୋଲସରା, ୧୩।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ବ୍ଲକ ଜକର ପଞ୍ଚାୟତର ୩୭ଟି ଏସଏଚ୍‌ଜି ଗ୍ରୁପ୍‌ ମିଶି ସୋମବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୪୦ହଜାର ଟଙ୍କା ପ୍ରଦାନ...

ଗୋଳନ୍ଥରା ଥାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଘଟଣା: ଏଏସ୍‌ଆଇ, କନଷ୍ଟେବଳ ନିଲମ୍ବିତ

ଗୋପାଳପୁର,୪ା୫: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପରିସରରେ ସୋମବାର ରାତିରେ ଜଣେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା କରିଥିବାରୁ ଥାନା...

ନବବଧୂଙ୍କୁ ହତ୍ୟାକରି ପୋଡ଼ିଦେଲେ

ଭଞ୍ଜନଗର,୧୯।୧୦(ଡି.ଏନ.ଏ) -ଭଞ୍ଜନଗର ସହର ବଡ଼ତୋଟାସାହିର ନବବଧୂ ଆରତୀ ନାହାକ (୩୦)ଙ୍କୁ ହତ୍ୟାକରି ଶ୍ୱଶୁରଘର ଲୋକେ ବୁଧବାର ପୋଡ଼ି ଦେଇଥିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି।...

କୋଭିଡ୍‌ ଆମ୍ବୁଲାନ୍ସ ବିଲ୍‌ ମିଳୁନି, ଧାରଣାରେ ବସିଲେ ଚାଳକ

ପାତ୍ରପୁର,୧୧ା୬(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକରେ ଲାଗିଥିବା ୨କରୋନା ଆମ୍ବୁଲାନ୍ସର ୫ ସପ୍ତାହ ହେଲା ବିଲ୍‌ ହୋଇନାହିଁ। ଏଥିସହ ଚାଳକଙ୍କୁ ମଧ୍ୟ ଖାଇବା ଖର୍ଚ୍ଚ ଦିଆଯାନାହିଁ। ଏହାର ପ୍ରତିବାଦରେ...

Advertisement
Archives

Model This Week