Posted inଜାତୀୟ

ନୀତୀଶ-ତେଜସ୍ବୀ ମୁହାଁମୁହିଁ

ପାଟନା, ୨୮।୧୧: ନିର୍ବାଚନ ପ୍ରଚାର ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ଯାଦବଙ୍କୁ କଡ଼ା ସମାଲୋଚନା କରିଥିଲେ। ଅନେକ ସମୟରେ ଏହି ସମାଲୋଚନା ବ୍ୟକ୍ତିଗତ ସ୍ତରକୁ ଖସିଯାଇଥିଲା। ଏହି ଘଟଣାକୁ ନେଇ ଶୁକ୍ରବାର ବିଧାନସଭାରେ ଲାଲୁଙ୍କ ପୁଅ ତଥା ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ। ପ୍ରଚାର ବେଳେ ନୀତୀଶ ଆର୍‌ଜେଡି ମୁଖ୍ୟଙ୍କ ବଡ଼ ପରିବାର ସମ୍ପର୍କରେ କହିବା ସହ ଲାଲୁ ପୁତ୍ରସନ୍ତାନ ପ୍ରତି ଅଧିକ ଆଗ୍ରହୀ ଥିବା ଇସାରା କରିଥିଲେ। ନୀତୀଶଙ୍କର ଗୋଟିଏ ପୁଅ। ଝିଅ ହେବା ଭୟରେ ସେ ଦ୍ୱିତୀୟ ଥର ବାପା ହେଲେ ନାହିଁ କି ବୋଲି ତେଜସ୍ବୀ ଗୃହରେ ଆକ୍ଷେପ କରିଥିଲେ। ଏଥିରେ ଉତ୍ତେଜିତ ନୀତୀଶ କହିଥିଲେ, ଲାଲୁଙ୍କୁ ଲୋକ ଦଳ ନେତା କରିବା ଓ ତେଜସ୍ବୀଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ କିଏ ଦାୟୀ ତାହା ସମସ୍ତେ ଜାଣନ୍ତି।
ନୀତୀଶ ଅଣସଂସଦୀୟ ଭାଷା ବ୍ୟବହାର କରିବା ତାଙ୍କର ପ୍ରତିଷ୍ଠାର ପ୍ରତିଫଳନ କରୁଛି ବୋଲି ଆର୍‌ଜେଡି ମୁଖ୍ୟ ମୁଖପାତ୍ର ମନୋଜ ଝା କହିଛନ୍ତି। ନୀତୀଶ ଏବେ ରିମୋଟ କଣ୍ଟ୍ରୋଲ ମୁଖ୍ୟମନ୍ତ୍ରୀ। ପ୍ରକୃତ କ୍ଷମତା କାହା ହାତରେ ତାହା ବିହାର ଜନସାଧାରଣ ଜାଣନ୍ତି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କରୋନା ସଂକ୍ରମଣ ହାର ଅଧିକ ନ ଥିଲେ ବି ରହିଛି ବିପଦ ଆଶଙ୍କା: ଡବ୍ଲ୍ୟୁଏଚ୍‌ଓ

ଜେନେଭା/ନୂଆଦିଲ୍ଲୀ, ୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ସରକାର କରୋନା ବିରୋଧରେ ଲଢ଼େଇ ଜୋର୍‌ଦାର କରିଛନ୍ତି। ସରକାରଙ୍କ ଏହି ଉଦ୍ୟମକୁୁ ବିଶ୍ୱ...

ପୋଲିସ ବାବୁଙ୍କୁ ଚଟକଣା ମାରିଲେ ବାଲି ମାଫିଆ

ଭୋପାଳ, ୧୮।୭: ମଧ୍ୟପ୍ରଦେଶରେ ଆଇନଶୃଙ୍ଖଳା ସ୍ଥିତି ଧୀରେଧୀରେ ବିପନ୍ନ ହେବାରେ ଲାଗିଛି। ଅପରାଧୀଙ୍କ ମନରେ ପୋଲିସ ପ୍ରତି ଭୟ ନ ଥିବା ଦେଖିବାକୁ ମିଳୁଛି। ଏବେ...

ସେନାରେ ଯୋଗ ଦେବାକୁ ମହିଳାମାନଙ୍କୁ ଆହ୍ବାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୮୨ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମନର କଥା କହିଛନ୍ତି । ଦେଶରେ ୧୦୦ କୋଟି ଟିକାକରଣର ଆମ...

ରାଜ୍ୟପାଳଙ୍କୁ କୁଳପତି ପଦରୁ ହଟାଇବାକୁ କେରଳ ସରକାର ପ୍ରସ୍ତୁତ: ବିଧାନସଭାରେ ପାରିତ ହେଲା ବିଲ୍‌

ଥିରୁଭାନନ୍ତପୁରମ,୧୩।୧୨: କେରଳରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ଏବେ ଏକ ନୂଆ...

ଯୁବକଙ୍କ ବୟସ ୨୧ରୁ ଅଧିକ ନ ଥିଲେ ବି ବିବାହ ଅମାନ୍ୟ ନୁହେଁ, ସାବାଳକ ନିଜ ପସନ୍ଦର ବ୍ୟକ୍ତିଙ୍କ ସହିତ ରହିପାରିବେ…

ଆହ୍ଲାବାଦ,୨୭।୨ : ଯଦି ଯୁବକଙ୍କ ବୟସ ୨୧ ବର୍ଷରୁ ଅଧିକ ନହୁଏ ତେବେ ବିବାହ ଅମାନ୍ୟ ନୁହେଁ। ଜଣେ ସାବାଳକ ନିଜ ପସନ୍ଦର ବ୍ୟକ୍ତିଙ୍କ ସହ...

ଏହି ବିଶ୍ୱବିଦ୍ୟାଳୟରେ କରୋନା ଯୋଦ୍ଧାଙ୍କ ପିଲାଙ୍କୁ ଅଧ୍ୟୟନ ଲାଗି ମିଳିବ ସ୍କଲାରଶିପ୍‌

ନୋଏଡା, ୨୦।୮: ବିଶ୍ୱ ମହାମାରୀ କରୋନ ଭାଇରସ୍‌ ସହ ଲଢ଼େଇ କରୁଥିବା କରୋନା ଯୋଦ୍ଧାଙ୍କ ପିଲାଙ୍କ ଲାଗି ଖୁସି ଖବର। ଗ୍ରେଟର ନୋଏଡାସ୍ଥିତ ନୋଏଡା ଇଣ୍ଟରନ୍ୟାଶନାଲ...

ଭାଜପା ପାଇଁ ଭୋଟ ମାଗୁଥିବା କୁନି ଝିଅକୁ ଦେଖି ଆଶ୍ଚର୍ଯ୍ୟ ହେଲେ ମୋଦି, କଂଗ୍ରେସ ଏହାକୁ କରିଛି ପ୍ରସଙ୍ଗ

ନୂଆଦିଲ୍ଲୀ,୨୨ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଓଲଟା ଗଣତି ଆରମ୍ଭ ହୋଇଗଲାଣି । ଭୋଟିଂ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ଦଳଙ୍କ...

ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଏଏପି

ନୂଆଦିଲ୍ଲୀ,୧୬।୭: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବ ଆମ ଆଦମୀ ପାର୍ଟି(ଏଏପି)। ଶନିବାର ଏନେଇ ରାଜ୍ୟ ସଭା ଏମ୍‌ପି...

Advertisement
Archives

Model This Week