Posted inଜାତୀୟ

ନୀତୀଶଙ୍କ ସହ ପୁଣି ହାତ ମିଳାଇବେ ତେଜସ୍ୱୀ!

ପାଟନା,୨୩ ।୮: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ବିରୋଧି ଦଳ ନେତା ତେଜସ୍ୱୀ ଯାଦବଙ୍କୁ ଆଜିକାଲି ଏକାଠି ଦେଖିବାକୁ ମିଳୁଛି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବା ସମୟରେ ବି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏମାନଙ୍କୁ ଦେଖି ଲାଗୁଥିଲା ଯେମିତି ବିହାର ରାଜନୀତିରେ ଦୁଇ ଧ୍ରୁବ ଏକାଠି ହୋଇଛନ୍ତି । ବୈଠକ ପରେ ନୀତୀଶ ଓ ତେଜସ୍ୱୀ ଏକାଠି ଖବରଦାତାଙ୍କ ସାମ୍ନାକୁ ଆସିଥିଲେ ଓ ତେଜସ୍ୱୀ ଆଶା ନ କରିବା ଭଳି ପ୍ରଶ୍ନର ଶିକାର ହୋଇଥିଲେ । ଦୁହେଁଙ୍କୁ ଏକାଠି ଦେଖି ଖବରଦାତାମାନେ ପ୍ରଶ୍ନ କରିଥିଲେ କି ବିହାର ରାଜନୀତିରେ କ’ଣ ଆପଣ ପୁଣିଥରେ ଏକାଠି ହେଉଛନ୍ତି । ଏହାଶୁଣି ତେଜସ୍ୱୀ କିଛି ସମୟ ଚୁପ ରହିବା ସହ ହସି ପକାଇଥିଲେ । ଆଉ କହିଥିଲେ ଦେଶ ଓ ଜନତାଙ୍କ ବିକାଶ ପାଇଁ ବିରୋଧି ସବୁବେଳେ ସରକାରଙ୍କ ସହ ରହିଛି । ଏମିତିକି କରୋନା ପରିସ୍ଥିତି ସମୟରେ ବି ବିରୋଧି ସରକାରଙ୍କ ସହ ମିଶି କାମ କରିଛି । ଏଥିରୁ ସହଜରେ ଅନୁମାନ କରାଯାଉଛି କି ଭବିଷ୍ୟତରେ ତେଜସ୍ୱୀ ନୀତୀଶଙ୍କ ହାତ ଧରିପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସାବରମତି ନଦୀରେ କୋଭିଡ-୧୯ ଭାଇରସ୍‌

ଅହମଦାବାଦ,୧୮।୭: କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ସ୍ଥିତି ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଦେଶରେ କରୋନା ସଙ୍କଟ ଏବେ ବି ଜାରି ରହିଛି।...

୨୦୨୪ରେ ମୋଦି ତୃତୀୟ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ, ଭାଜପା ଜିତିବ ୩୦୦ରୁ ଅଧିକ ଆସନ: ଶାହା…

ଗୁଆହାଟୀ,୧୧।୪ : ଆସାମର ଦିବ୍ରୁଗଡରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ୨୦୨୪...

ବିବାହ ବନ୍ଧନରେ ବାନ୍ଧିହେଲେ ଦଙ୍ଗଲ ଗର୍ଲ

ଚଣ୍ଡିଗଡ଼,୨।୧୨: ଅନ୍ତରାଷ୍ଟ୍ରୀୟ ପଦକ ବିଜେତା ତଥା ଦଙ୍ଗଲ ଗର୍ଲ ନାଁରେ ବେଶ୍‌ ପରିଚିତ ଥିବା ରେସ୍‌ଲର ବବିତା ଫୋଗଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହରିୟାଣା...

ବଢୁଛି ଜିକା ଭାଇରସ ରୋଗୀଙ୍କ ସଂଖ୍ୟା, କାନପୁରରେ ଆଉ ଜଣେ ମହିଳା ଚିହ୍ନଟ

କାନପୁର,୨ ।୧୧: ଉତ୍ତର ପ୍ରଦେଶରେ ଆଉ ଜଣେ ମହିଳା ଜିକା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି(କେଜିଏମ୍‌ୟୁ) ଲକ୍ଷ୍ନୌର...

ହାଇଦ୍ରାବାଦ୍‌: ଅପହରଣ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କୁ ପଚରାଉଚୁରା

ହାଇଦ୍ରାବାଦ୍‌,୬।୧- ପୂର୍ବତନ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରବୀଣ ରାଓ ଓ ତାଙ୍କ ଦୁଇ ଭାଇଙ୍କୁ ଅପହରଣ ପରେ ଉଦ୍ଧାର କରିଛି ହାଇଦ୍ରାବାଦ୍‌ ପୋଲିସ। ଏହାର ଘଣ୍ଟାକ ପରେ...

ପ୍ରଦୂଷଣ ପାଇଁ ଚାଇନା-ପାକିସ୍ତାନ ଦାୟୀ: ଭାଜପା ନେତା

ଲକ୍ଷ୍ନୌ,୬।୧୧: ଦିଲ୍ଲୀ ପ୍ରଦୂଷଣ ଗମ୍ଭୀର ରୂପ ଧାରଣ କରିବାବେଳେ ଭାଜପା ଭିନିତ୍‌ ଅଗ୍ରଓ୍ବାଲ ଶାରଦା ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି,...

ଜମ୍ମୁ-କଶ୍ମୀରରେ ଭୂକମ୍ପ ଝଟକା

ଶ୍ରୀନଗର,୧୨।୪: ଜମ୍ମୁ-କଶ୍ମୀରରେ ଭୂକମ୍ପ ଝଟକା। ବୁଧବାର ପୂର୍ବାହ୍ନ ୧୦ଟା୧୦ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା...

କାରଖାନାରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ: ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

ନାସିକ୍‌,୧।୧: ମହାରାଷ୍ଟ୍ରର ନାସିକ୍‌ ଜିଲା ମୁଣ୍ଡେଗାଁରେ ରବିବାର ଏକ ରାସାୟନିକ କମ୍ପାନୀରେ ବଡ଼ଧରଣର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଜଣେ ମହିଳାଙ୍କ ସହ ଅନ୍ୟ...

Advertisement
Archives

Model This Week