Odisha Elections 2024
Posted inଜାତୀୟ

୪୮୦ ଅଫିସରଙ୍କ ବଦଳି ବାତିଲ କଲେ ବିହାର ମୁଖ୍ୟମନ୍ତ୍ରୀ, ଆଭିମୁଖ୍ୟକୁ ନେଇ ବଢ଼ୁଛି ଚର୍ଚ୍ଚା

ପାଟନା,୨୬।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ରାଜ୍ୟ ଶାସନ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ରାଜ୍ୟସ୍ବ ଏବଂ ଜମି ସଂସ୍କାର ବିଭାଗରେ ହୋଇଥିବା ୪୮୦ ବଦଳିକୁ ବାତିଲ କରି ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି।

ତେବେ ଜୁନ୍‌ରେ ରାଜ୍ୟର ରାଜସ୍ବ ଏବଂ ଜମି ସଂସ୍କାର ବିଭାଗରେ ୪୮୦ ଅଫିସରଙ୍କ ବଦଳି-ପୋଷ୍ଟିଂ କରାଯାଇଥିଲା। ଏହାକୁ ମୁଖ୍ୟମନ୍ତ୍ରୀ ବାତିଲ କରିଛନ୍ତି। ଡେପୁଟି ସିଏମ୍‌ ତେଜସ୍ବୀ ଯାଦବଙ୍କ ନିକଟତର କୁହାଯାଉଥିବା ଆଲୋକ ମେହେଟ୍ଟା ଏହି ବିଭାଗର ମନ୍ତ୍ରୀ ଥିବା ବେଳେ ନୀତୀଶଙ୍କ ଏଭଳି ଆଭିମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ଆର୍‌ଜେଡି କୋଟାର ମନ୍ତ୍ରୀ ବିଭାଗର ବଦଳି ବାତିଲ ହେବା ପରେ ବିହାରର ମେଣ୍ଟ ସରକାରରେ ସବୁକିଛି ଠିକ୍‌ ଚାଲିଛି ତ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି। ଏପରିକି ନିଜ ସର୍ତ୍ତ ଅନୁଯାୟୀ ସରକାର ଚଳାଇବେ ବୋଲି ସ୍ପଷ୍ଟ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମଞ୍ଚରେ ଏକାଠି ନଜର ଆସିବେ ମୋଦି-ରାଜ ଠାକରେ

ମୁମ୍ବାଇ,୧୬।୫: ଭାଜପା ଏହାର ସହଯୋଗୀ ତଥା ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କ ସହ ମହାରାଷ୍ଟ୍ରର ଅବଶିଷ୍ଟ ୧୩ ଟି ସିଟ ଉପରେ ବାଜି ଲଗାଇବାକୁ ପ୍ରସ୍ତୁତ ହେଉଛି।...

କୋଭିଶିଲ୍ଡ ଟିକାର ମାରାତ୍ମକ ରକ୍ତଜମାଟ ପ୍ରତିକ୍ରିୟା ଭିଆଇଟିଟି

ନୂଆଦିଲ୍ଲୀ,୧୬ା୫ : ଆଷ୍ଟ୍ରାଜେନିକା କମ୍ପାନୀ ଏହାର କୋଭିଶିଲ୍ଡ ଟିକାକୁ ସାରା ବିଶ୍ୱରୁ ପ୍ରତ୍ୟାହାର କରିନେବାର ସପ୍ତାହେ ପରେ ଏହାର ଅନ୍ୟ ଏକ ମାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା...

କାଳବୈଶାଖୀ ନେଲା ୧୧ ଜୀବନ

କୋଲକାତା,୧୬।୫: ଗୁରୁବାର ପଶ୍ଚିମବଙ୍ଗର ମାଲଦାଠାରେ ପ୍ରକୃତି ତାଣ୍ଡବ ରଚିଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବାର ସୂଚନା ମିଳିଛି ଯେଉଁଥିରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର...

ଏନଡିଏରେ ସାମିଲ ହେଲେ ଦାଗି ନେତାଙ୍କ ପ୍ରତି ସଫ୍ଟ ହୋଇ ଯାଉଛି କେନ୍ଦ୍ରୀୟ ଏଜେନ୍ସି? ଜବାବ ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ପାଇଁ ଚାରୋଟି ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି। ୪୦୦ ଟି ଆସନ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତୀୟ ଜନତା...

ଆରମ୍ଭ ହେଲା ହୋମ ଭୋଟିଂ, ୧୦୨୨ ଭୋଟର ଘରେ ଭୋଟ ଦେବାକୁ ବାଛିଲେ ବିକଳ୍ପ

ନୂଆଦିଲ୍ଲୀ,୧୬।୫: ମେ ୨୫ରେ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗୁରୁଗ୍ରାମ ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଗୁରୁଗ୍ରାମର କୌଣସି...

ପୋଲିସକୁ ବୟାନ ଦେଲେ ଶ୍ୱାତି ମାଲିଓ୍ବାଲ, କହିଲେ ସମ୍ପୂର୍ଣ୍ଣ ଘଟଣାକ୍ରମ

ନୂଆଦିଲ୍ଲୀ,୧୬।୫: ଦୀର୍ଘ ସମୟର ଅପେକ୍ଷା କରିବା ପରେ ରାଜ୍ୟ ସଭା ଏମପି ଶ୍ୱାତି ମାଲିୱାଲ ଶେଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ନିକଟରେ ତାଙ୍କ ଉପରେ...

ଜବାବ ଦେଲେ ଯୋଗୀ

ଲକ୍ଷ୍ନୌ,୧୬।୫: ଉତ୍ତରପ୍ରଦେଶ ସମେତ ସମଗ୍ର ଦେଶରେ ଚାରୋଟି ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି ଏବଂ ତିନୋଟି ପର୍ଯ୍ୟାୟ ଭୋଟ ବାକି ଅଛ ଏହି ପରିପ୍ରେକ୍ଷୀରେ, ରାଜନୈତିକ...

ଆଜି ନୁହେଁତ କାଲି ନିଶ୍ଚୟ ନେବି ପ୍ରତିଶୋଧ, କାହାଠାରୁ ପ୍ରତିଶୋଧ ନେବାକୁ କହୁଛନ୍ତି ମମତା?

କୋଲକାତା,୧୬।୫: ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବ ମେଦିନୀପୁରର ତାମୁଲକ ଲୋକ ସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ। ଏହି ସମୟରେ, ସେ ୨୦୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri