Posted inଜାତୀୟ

‘ନୀତୀଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି’

ପାଟନା,୨।୯: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଛି। କିନ୍ତୁ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଜେଡିୟୁ ଜାତୀୟ ସଭାପତି ଲଲନ ସିଂ। ସେ କହିଛନ୍ତି, ଦଳର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ। ନୀତୀଶ କୁମାର କେବଳ ବିରୋଧୀଙ୍କୁ ଏକଜୁଟ କରୁଛନ୍ତି। ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି। ଏହାକୁ ନେଇ ଅଧିକ ଆଲୋଚନା କରିବା ଆଦୌ ଉଚିତ ନୁହେଁ। ନୀତୀଶ କୁମାର ସମଗ୍ର ଦେଶର ବିରୋଧୀ ଦଳଗୁଡ଼ିକୁ ଗୋଟିଏ ପ୍ଲାଟଫର୍ମରେ ଆଣିବାକୁ ଚେଷ୍ଟା କରିବେ। ସମସ୍ତ ବିରୋଧୀ ଦଳ ଏହା ଉପରେ ବସି ନିଷ୍ପତ୍ତି ନେବେ।
ସୂଚନାଯୋଗ୍ୟ, ନାଟକୀୟ ଢଙ୍ଗରେ ଭାଜପାର ହାତ ଛାଡି ଆରଜେଡି ସହ ମେଣ୍ଟ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚାହୁଁଥିବାରୁ ଭାଜପା ସହ ମେଣ୍ଟ ଭାଙ୍ଗିଥିବା ଚର୍ଚ୍ଚା ହୋଇଥିଲା। ଏନେଇ ନୀତୀଶ କୁମାର ମଧ୍ୟ ନିଜ ମତ ରଖିସାରିଛନ୍ତି। ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ ହେବାର ଭାବନା ତାଙ୍କ ମୁଣ୍ଡରେ ନାହିଁ ବୋଲି ସେ ପୂର୍ବରୁ ସ୍ପଷ୍ଟ କରିଛନ୍ତି। କିନ୍ତୁ ଭାଜପା ବିରୋଧରେ ସବୁ ବିରୋଧୀଙ୍କୁ ଏକାଠି କରିବା ପାଇଁ ସେ କାମ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ ହଜାର ମୋବାଇଲରେ ୨୦ ଲକ୍ଷ ନମ୍ବର

ନୂଆଦିଲ୍ଲୀ,୧୧ା୫: ସାଇବର ଅପରାଧରେ ବ୍ୟବହୃତ ହେଉଥିବା ୨୮,୨୦୦ ମୋବାଇଲ ଫୋନ୍‌କୁ ବ୍ଲକ୍‌ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ଟେଲିକମ୍‌ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି...

ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ...

କେଜରିଓ୍ବାଲଙ୍କୁ ଜାମିନ ମିଳିବା ନେଇ ଶାହାଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ମିଳିଛି ଜାମିନ। ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ଆନ୍ତରୀଣ ଜାମିନ ମିଳିଛି। ତେବେ ଏହାକୁ ନେଇ...

ଜେଲ୍‌ରୁ ବାହାରିବା ପରେ କେଜରିଓ୍ବାଲଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲଙ୍କୁ ଶେଷରେ ଜାମିନ ମିଳିଛି। ତାଙ୍କୁ ଜୁନ ୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ...

ବ୍ରିଜଭୂଷଣ ସିଂହଙ୍କୁ ଝଟ୍‌କା, ଚାର୍ଜଫ୍ରେମ କଲେ କୋର୍ଟ

ନୂଆଦିଲ୍ଲୀ,୧୦।୫: ବଢିଲା ବିଜେପି ଭାଜପା ଏମପି ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ। ଶୁକ୍ରବାର ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର...

ଛତିଶଗଡରେ ବଡ଼ ଏନକାଉଣ୍ଟର, ୮ ମାଓବାଦୀ ନିହତ

ବିଜାପୁର,୧୦।୫: ଛତିଶଗଡ ବିଜାପୁରରେ ବଡ଼ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ୮ ମାଓବାଦୀ । ଦାର୍ଘ ୧୧ଘଣ୍ଟା ଧରି ଏହି ଏନକାଉଣ୍ଟର ଚାଲିଥିଲା...

ପ୍ରଧାନମନ୍ତ୍ରୀଙ୍କୁ ଜିତାଇବା ଲାଗି ମୋଦି-ଯୋଗୀଙ୍କ ନାମର ମେହେନ୍ଦୀ ଲଗାଇଲେ ମୁସଲମାନ ମହିଳା, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୫: ଲୋକ ସଭା ନିର୍ବାଚନ ୨୦୨୪ର ୩ ପର୍ଯ୍ୟାୟ ଶେଷ ହୋଇଛି। ଏସବୁ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟକୁ ନେଇ ଦଳଗୁଡ଼ିକ ପକ୍ଷରୁ ଜୋରଦାର ନିର୍ବାଚନୀ ପ୍ରଚାର...

ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ ଅଫିସ ଯାଇପାରିବେନି କେଜରିଓ୍ବାଲ, ରହିଛି ଅନେକ ସର୍ତ୍ତ

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବା ସହିତ ସୁପ୍ରିମକୋର୍ଟ ଅନେକ କଡା ସର୍ତ୍ତ ରଖିଛନ୍ତି। କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri