Posted inଖେଳ

ପୁଅ ବିବାହକୁ ନ ଆସିବାରୁ ରାଗିଗଲେ ନୀତା ଅମ୍ବାନୀ, ରୋହିତଙ୍କୁ ମୁମ୍ବାଇ ଇଣ୍ଡିଆନ୍ସରୁ ବିଦା କରିବା ନେଇ କଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୧୩।୭: ନିକଟରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ୱକପ ଜିତି ଇତିହାସ ରଚିଛି। ଯାହା ପରେ ସମସ୍ତେ ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଶଂସାରେ ପୋତି ପକାଛନ୍ତି। ନିକଟରେ ଅମ୍ବାନୀଙ୍କର ସାନପୁଅ ଅନନ୍ତଙ୍କର ବିବାହ ପାଇଁ ପୁରା ଇଣ୍ଡିଆ ଟିମ୍‌କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ରୋହିତ ଶର୍ମା ଛୁଟିରେ ଯାଇଥିବାରୁ ସେ ବିବାହରେ ଯୋଗ ଦେଇ ପାରି ନ ଥିଲେ। ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଦଳର ମାଲିକାଣୀ ନୀତା ଅମ୍ବାନୀ ରାହୁଲଙ୍କ ଉପରେ ରାଗିଯାଇଥିବା ଜଣାପଡିଛି। ଏଥିପାଇଁ ତାଙ୍କୁ ଦଳରୁ ହଟାଇବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ତେବେ ଏ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ କିଛି ଜାତୀୟ ଗଣମାଧ୍ୟମ ରିପୋର୍ଟ କ୍ରମାଗତ ଭାବରେ ଏହା ଦାବି କରୁଛନ୍ତି। କୁହାଯାଉଛି କି ଆଇପିଏଲ ୨୦୨୫ରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଖେଳିବାର ସୁଯୋଗ ପାଇବେ ନାହିଁ।

ସୂଚନାଥାଉ କି, ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ ନିଷ୍ପତ୍ତି ନେଇଥିଲା। ଯେଉଁଥିରେ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ କ୍ୟାପଟେନରୁ ହଟାଇ ଦେଇ ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିଲା। ତେବେ ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଯେଉଁଥିପାଇଁ ଦଳ ପଏଣ୍ଟ ଟେବୁଲରେ ଦଶମ ସ୍ଥାନରେ ରହିଛି। ଆଇପିଏଲ ୨୦୨୫ପୂର୍ବରୁ ନିଲାମ ଡକାହେବ। ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ଅନେକ ଖେଳାଳିଙ୍କୁ ବିଦା କରାଯାଇପାରେ।

କୁହାଯାଉଛି କି, ମୁମ୍ବାଇ ଇଣ୍ଡିଆନ୍ସରୁ ଇଶାନ କିଶନ, ମହମ୍ମଦ ନବୀ, ପୀୟୁଷ ଚାୱଲା, ଜେରାଲ୍ଡ କୋଟଜୀ, ତିଲକ ଭର୍ମାଙ୍କ ଭଳି ଖେଳାଳିଙ୍କୁ ବିଦା କରାଯିବ। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ ଏବଂ ଟିମ ଡେଭିଡ ଦଳରେ ନିଜ ସ୍ଥାନ ବଜାୟ ରଖିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?