Posted inଫୁରସତ

ନିର୍‌ମା ଗର୍ଲ

ଓ୍ବାଶିଂ ପାଉଡର୍‌ ନିର୍‌ମା… ବିଜ୍ଞାପନଟି ସମସ୍ତେ ଦେଖିଥିବେ। ଯାହାର ସୁନ୍ଦର ଜିଙ୍ଗଲ୍‌ ଏବଂ ପ୍ୟାକେଟ୍‌ରେ ଥିବା ଫ୍ରକ ପିନ୍ଧା କୁନି ଝିଅର ଫଟୋ ତ ଆଜିଯାଏ
ସମସ୍ତଙ୍କ ମନରେ ଘର କରି ରହିଛି। ତେବେ କେବେ ଭାବିଛନ୍ତି କି ନିର୍‌ମା ପ୍ୟାକେଟ୍‌ର ସେଇ କୁନି ଝିଅଟି କିଏ? ଜାଣନ୍ତୁ ସେହି ନିର୍‌ମା ଗର୍ଲ ସମ୍ପର୍କରେ…

ନିର୍‌ମା ଓ୍ବାଶିଂ ପାଉଡ଼ର୍‌ ପ୍ୟାକେଟ୍‌ରେ ଦୁଇ ହାତକୁ ପ୍ରସାରିତ କରି ଘିରି ଘିରି ବୁଲୁଥିବା କୁନି ଝିଅର ଫଟୋ ସମସ୍ତେ ଦେଖିଥିବେ। ସମୟ ସହ ପ୍ୟାକେଟ୍‌ ଡିଜାଇନ୍‌ରେ ପରିବର୍ତ୍ତନ ଆସିଛି। ହେଲେ ସେଇ କୁନି ଝିଅର ଫଟୋ ପ୍ୟାକେଟ୍‌ରେ ଆଜିବି ଦେଖିବାକୁ ମିଳେ। ଜାଣନ୍ତି ସେ ଝିଅଟି କିଏ? ଝିଅଟିର ନାଁ ହେଉଛି ‘ନିରୁପମା’। ଏଇ ଝିଅର ନାମାନୁସାରେ ହିଁ ଉକ୍ତ ଓ୍ବାଶିଂ ପାଡର୍‌ର ନାମ ‘ନିର୍‌ମା’ ରଖାଯାଇଛି। ଗୁଜୁରାଟର କରସଣ ଭାଈ ପଟେଲ୍‌ ହେଉଛନ୍ତି ନିର୍‌ମା ଓ୍ବାଶିଂ ପାଉଡର କମ୍ପାନୀର ମାଲିକ। ଆଉ କରସଣ ଭାଈଙ୍କର ଝିଅ ଥିଲେ ନିରୁପମା, ଯାହାକୁ ସେ ଆଦରରେ ‘ନିର୍‌ମା’ ବୋଲି ଡାକୁଥିଲେ। ୧୯୬୯ରେ ସେ ଓ୍ବାଶିଂ ପାଉଡ଼ର୍‌ ତିଆରି କରିଥିଲେ। କୃଷକ ପରିବାରର କରସଣ ଭାଈ କେମେଷ୍ଟ୍ରିରେ ଗ୍ରାଜୁଏଟ ଥିଲେ। ଆଉ ପ୍ରଥମେ ସେ ଅହମଦାବାଦର ନ୍ୟୁ କଟନ୍ସ ମିଲରେ ଜଣେ ଲ୍ୟାବ ଟେକ୍‌ନିସିଆନ୍‌ ଓ ପରେ ଗୁଜୁରାଟ ସରକାରଙ୍କ ଜିଓଲୋଜି ଓ ମାଇନିଂରେ କାମ କରୁଥିଲେ। ବିଭିନ୍ନ ରାସାୟନିକ ପଦାର୍ଥ ଉପରେ ଜ୍ଞାନ ଥିବାରୁ ସେ ନିଜେ ଏକ ଓ୍ବାଶିଂ ପାଉଡର ତିଆରି କରିପାରିଥିଲେ। ନିଜ ହାତରେ ଘର ପଛପଟେ ଖାଲି ପଡ଼ିଥିବା ଜାଗାରେ ସେ ଓ୍ବାଶିଂ ପାଉଡର ତିଆରି କରୁଥିଲେ। ଆଉ ଅଫିସ୍‌ରୁ ଫେରିବା ପରେ ସନ୍ଧ୍ୟାବେଳେ ସାଇକେଲରେ ଘର ଘର ବୁଲି ତାକୁ ବିକ୍ରି କରିବା ଆରମ୍ଭ କରିଥିଲେ। ଚାକିରି ବାଦ୍‌ ଏହାଥିଲା ତାଙ୍କର ଓ୍ବାନ୍‌ ମ୍ୟାନ୍‌ କମ୍ପାନୀ। ବଜାରରେ ମିଳୁଥିବା ଭଲ ବ୍ରାଣ୍ଡର ଓ୍ବାଶିଂ ପାଉଡର ଠାରୁ ଏକ ତୃତୀୟାଂଶ କମ୍‌ ଦାମ୍‌ରେ ଅର୍ଥାତ୍‌ କି.ଗ୍ରା. ପିଛା ମାତ୍ର ୩ ଟଙ୍କାରେ ସେ ଓ୍ବାଶିଂ ପାଉଡର ବିକ୍ରି କରୁଥିଲେ। କମ୍‌ ଦାମ ଓ ଭଲ ପ୍ରଡକ୍ଟ ହୋଇଥିବାରୁ ଖୁବ୍‌ କମ୍‌ ଦିନରେ ଏହା ଲୋକଙ୍କର ପ୍ରିୟ ପାଲଟି ଯାଇଥିଲା। ତେବେ ଏହି ସମୟରେ ତାଙ୍କ ଝିଅ ନିର୍‌ମା ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଝିଅକୁ ଅମର ରଖିବା ଲାଗି ସେ ନିଜ ଡିଟରଜେଣ୍ଟ ପାଉଡରର ନାଁ ‘ନିର୍‌ମା’ ରଖିଲେ। ପାଖରେ ଥିବା ଝିଅର ଏକ ମାତ୍ର ଫଟୋ ଯେଉଁଥିରେ ସେ ଖୁସିରେ ଘିରି ଘିରି ବୁଲୁଥିଲା ତାକୁ ପ୍ୟାକେଟ୍‌ରେ ସ୍ଥାନ ଦେଲେ। ଚାକିରି ଛାଡି ନିଜ ବ୍ୟବସାୟକୁ ଧ୍ୟାନ ଦେଲେ। ଆଉ ଦିନକୁ ଦିନ ଏହା ଲୋକପ୍ରିୟ ହେବାକୁ ଲାଗିଲା। ତଥାପି ତାଙ୍କର ଲାଭ ହେଉ ନ ଥିଲା। କାରଣ ଦୋକାନୀମାନେ ଡିଟରଜେଣ୍ଟ ପାଉଡର କିଣୁଥିଲେ ସତ ହେଲେ ଟଙ୍କା ଦେଉ ନ ଥିଲେ। ଚାକିରି ନ ଥିଲା ଏଣେ ବ୍ୟବସାୟରେ କିଛି ଲୋକଙ୍କୁ ବି ରଖିଥିଲେ। ତେଣୁ ଯେମିତି ବି ହେଉ ବ୍ୟବସାୟକୁ ବଢାଇବାକୁ ହେବ ଭାବି ସେ ଡିଟରଜେଣ୍ଟ ପାଉଡ଼ର୍‌ ପାଇଁ ବିଜ୍ଞାପନ ତିଆରି କଲେ। ଗୃହିଣୀଙ୍କ ମନକୁ ପାଇଲା ଭଳି ଜିଙ୍ଗଲ୍‌ ସହ ବିଜ୍ଞାପନ ପ୍ରସ୍ତୁତ ହେଲା। ଆଉ ପ୍ରସାରଣ ପୂର୍ବରୁ ବଜାରରୁ ସବୁ ନିର୍‌ମା ପ୍ୟାକେଟ ଉଭାନ କରାଇଦେଲେ। ଯେବେ ବିଜ୍ଞାପନ ଟିଭିରେ ପ୍ରସାରିତ ହେଲା ଲୋକେ ଏତେ ପ୍ରଭାବିତ ହେଲେ ଯେ ନିର୍‌ମାକୁ ବଜାରରେ ଖୋଜିଲେ। ଆଉ ଦୋକାନୀମାନେ ବାଧ୍ୟ ହୋଇ ଉଚିତ ମୂଲ୍ୟ ଦେଇ ନିର୍‌ମା ପ୍ୟାକେଟ୍‌ କିଣିଲେ। ଆଉ ଦେଖୁ ଦେଖୁ ସର୍ଫ, ହିନ୍ଦୁସ୍ତାନ ଲିଭର୍‌ ପରି ବଡ଼ ବଡ଼ କମ୍ପାନୀଠାରୁ ବି ନିର୍‌ମା ଆଗେଇଗଲା। ଫଳରେ ବ୍ୟବସାୟ ବଢିଲା ଓ ଝିଅ ନିର୍‌ମା ବି ଘରେ ଘରେ ପରିଚିତ ହେଇଗଲା। ଆଉ ସବୁଦିନ ପାଇଁ ଅମର ହେଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?